କୋମନାଗଡ ପୋଖରୀ ପଙ୍କୋଦ୍ଧାର ବେଳେ ପ୍ରାଚୀନ ଐତିହ କଳା କୀର୍ତ୍ତି ଉଦ୍ଧାର
ନୂଆଁପଡା:ନୂଆପଡ଼ା ଜିଲ୍ଲା କୋମନା ଗଡ ନିକଟରେ ଥିବା ପୋଖରୀ ପଙ୍କୋଦ୍ଧାର ବେଳେ ପ୍ରାଚୀନ ଐତିହ କଳା କୀର୍ତ୍ତି ଉଦ୍ଧାର ହୋଇଛି। ପୋଖରୀ ନିକଟରେ ମନ୍ଦିର ମିଳିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଗବେଷକ ଡ଼ ଜିତାମିତ୍ର ସିଂ ଦେଓଙ୍କ ସହ ଐତିହାସିକ ଡ଼ ଫାନିନ୍ଦମ ଦେଓ ବରିଷ୍ଠ ସାମ୍ବାଦିକ ମାନେ ଘଟଣା ସ୍ଥଳରେ ପହଞ୍ଚି ପ୍ରକୃତ ଘଟଣା ଉପରେ ନଜର ଦେଇଥିଲେ। ପୋଖରୀରୁ ଉଦ୍ଧାର ହୋଇଥିବା ସ୍ତମ୍ବ, ତ୍ରିଶୁଲ ଏବଂ ମାଟି ହାଣ୍ଡି, ଶିବ ଲିଙ୍ଗ ଆଦି […] The post କୋମନାଗଡ ପୋଖରୀ ପଙ୍କୋଦ୍ଧାର ବେଳେ ପ୍ରାଚୀନ ଐତିହ କଳା କୀର୍ତ୍ତି ଉଦ୍ଧାର appeared first on Odisha.News.
ନୂଆଁପଡା:ନୂଆପଡ଼ା ଜିଲ୍ଲା କୋମନା ଗଡ ନିକଟରେ ଥିବା ପୋଖରୀ ପଙ୍କୋଦ୍ଧାର ବେଳେ ପ୍ରାଚୀନ ଐତିହ କଳା କୀର୍ତ୍ତି ଉଦ୍ଧାର ହୋଇଛି। ପୋଖରୀ ନିକଟରେ ମନ୍ଦିର ମିଳିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଗବେଷକ ଡ଼ ଜିତାମିତ୍ର ସିଂ ଦେଓଙ୍କ ସହ ଐତିହାସିକ ଡ଼ ଫାନିନ୍ଦମ ଦେଓ ବରିଷ୍ଠ ସାମ୍ବାଦିକ ମାନେ ଘଟଣା ସ୍ଥଳରେ ପହଞ୍ଚି ପ୍ରକୃତ ଘଟଣା ଉପରେ ନଜର ଦେଇଥିଲେ। ପୋଖରୀରୁ ଉଦ୍ଧାର ହୋଇଥିବା ସ୍ତମ୍ବ, ତ୍ରିଶୁଲ ଏବଂ ମାଟି ହାଣ୍ଡି, ଶିବ ଲିଙ୍ଗ ଆଦି ଉଦ୍ଧାର ହୋଇଥିବା ବେଳେ ଏହା ପୂର୍ବ ମଧ୍ୟଯୁଗୀୟ ୩ ଖ୍ରୀଷ୍ଟାବ୍ଦ ରୁ ୧୨ ଖ୍ରୀଷ୍ଟାବ୍ଦ ମଧ୍ୟରେ କୀର୍ତ୍ତି ବୋଲି ପ୍ରକାଶ କରିଛନ୍ତି। କୋମନା ଅଞ୍ଚଳରେ ୧୫୯୦ ରୁ ୧୮୨୦ ପର୍ଯ୍ୟନ୍ତ ଚୌହାନ ବଂଶର ୯ ଗୋଟି ପୀଢ଼ି ଙ୍କ ଶାସନ ଥିବା ପ୍ରକାଶ କରିଛନ୍ତି। ସେଠାରୁ ବାହାରି ଥିବା ଇଟା କୃତି ମଧ୍ୟ ଗୁପ୍ତ ସାମ୍ରାଜ୍ୟ ପର ଠାରୁ ଏଠାରେ ଅନେକ ଗଡ ର ଐତିହାସିକ କିମ୍ବଦନ୍ତି ରହିଅଛି। ଏହି ପୋଖରୀ ଟି କୋମନା ଗଡ କୁ ଲାଗି ରହିଥିବା ବେଳେ କ୍ରମାଗତ ଜନ ବସତି ଥିବା ପ୍ରକାଶ କରିଛନ୍ତି। ପୋଖରୀ କେନ୍ଦ୍ର ସ୍ଥଳୀ ରେ ତିନି ପ୍ରସ୍ତ କାର୍ଯ୍ୟ ହୋଇଅଛି। ତ୍ରିଶୂଳ ସ୍ତମ୍ବ ବୋଲି ସ୍ପଷ୍ଟ କରିଛନ୍ତି।
The post କୋମନାଗଡ ପୋଖରୀ ପଙ୍କୋଦ୍ଧାର ବେଳେ ପ୍ରାଚୀନ ଐତିହ କଳା କୀର୍ତ୍ତି ଉଦ୍ଧାର appeared first on Odisha.News.