ପୁରୁଣା ପୋଖରୀ କୁ ନୂଆଁ ଦର୍ଶାଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଳ୍ଲା ଜଳ ବିଭାଜିକା ମିଶନ କାର୍ଯ୍ୟlଳୟ ତରଫରୁ ବୀରମହାରାଜପୁର ବ୍ଳକ ର ଜଟେସିଂହା ଗ୍ରା.ପ ରେ ପୁର୍ବରୁ କାଗଜ ପତ୍ରରେ କମଜମି କୁ ଅଧିକ କହି ବୃକ୍ଷରୋପଣ ନାମରେ ଲକ୍ଷାଧିକ ଟଙ୍କା ଚଳୁ କରିବା ପରେ ଏବେ ପୁରୁଣା ପୋଖରୀ କୁ ନୁଆ ଦର୍ଶାଯାଇ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଚନ୍ଦଳି ପାହାଡ ପାଖରେ ଗତ ୨୦୨୨-୨୩ ରେ ମନରେଗା ଯୋଜନା […] The post ପୁରୁଣା ପୋଖରୀ କୁ ନୂଆଁ ଦର୍ଶାଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ appeared first on Odisha.News.

ପୁରୁଣା ପୋଖରୀ କୁ ନୂଆଁ ଦର୍ଶାଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଳ୍ଲା ଜଳ ବିଭାଜିକା ମିଶନ କାର୍ଯ୍ୟlଳୟ ତରଫରୁ ବୀରମହାରାଜପୁର ବ୍ଳକ ର ଜଟେସିଂହା ଗ୍ରା.ପ ରେ ପୁର୍ବରୁ କାଗଜ ପତ୍ରରେ କମଜମି କୁ ଅଧିକ କହି ବୃକ୍ଷରୋପଣ ନାମରେ ଲକ୍ଷାଧିକ ଟଙ୍କା ଚଳୁ କରିବା ପରେ ଏବେ ପୁରୁଣା ପୋଖରୀ କୁ ନୁଆ ଦର୍ଶାଯାଇ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଚନ୍ଦଳି ପାହାଡ ପାଖରେ ଗତ ୨୦୨୨-୨୩ ରେ ମନରେଗା ଯୋଜନା ରୁ ଗାଁ ରେ ଏକ କ୍ଷେତ୍ର ପୋଖରୀ ପାଇଁ କୋଡ ନମ୍ବର ୨୪୨୭୦୦୨/ଆ.ଏଫ/୧୦୭୬୦୯୪୮ ରେ କାର୍ଯ୍ୟ ଅନୁମୋଦନ କରି ୨ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ କିନ୍ତୁ ଉକ୍ତ ସ୍ଥାନରେ ପୁର୍ବରୁ ବହୁ ପୁରୁଣା ପୋଖରୀ ଥିଲା ଉକ୍ତ ପୋଖରୀ ନିକଟରେ ଏକ ସୂଚନା ଫଳକ ଦେଇ ପୁଣି ଲୋକ ଙ୍କୁ ଭୁଆଁ ବୁଲେଇ ମଞ୍ଜୁର ହୋଇଥିବା ଟଙ୍କା କୁ ଲୁଟ କରିଥିବା ଚର୍ଚ୍ଚା ହେଉଛି l ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

The post ପୁରୁଣା ପୋଖରୀ କୁ ନୂଆଁ ଦର୍ଶାଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ appeared first on Odisha.News.