ଇଏ ବବିଙ୍କୁ ସମ୍ବଲପୁର ପଠାଇଥିଲେ! ଭିତିରି କଥା ଖୋଲିଲେ…
ଭୁବନେଶ୍ୱର,୪।୨: ନିର୍ବାଚନ ପରେ ଭୁଷୁଡି ପଡିଛି ବିଜେଡି ଗଡ। ଏବେ ଦଳ ସଜାଡିବାରେ ଲାଗି ପଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କିନ୍ତୁ ଏହାପରେ ବି ଦଳରେ ଅନ୍ତଃକନ୍ଦଳ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ତଳେ ନେତାଜୀ ଜୟନ୍ତୀରେ କଟକରେ ବିଜେଡିର ଯୁବ ନେତା ଏକାଠି ହୋଇଥିଲେ । ଦେବାଶିଷ ସାମନ୍ତରାୟଙ୍କ ଘରେ ଯୁବ ନେତା ଏକାଠି ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଅନ୍ୟପକ୍ଷେ କାର୍ତ୍ତିକ ପାଣ୍ଡିଆନ ନବୀନ ନିବାସରେ ସକ୍ରିୟ ଥିବା କିଛି […] The post ଇଏ ବବିଙ୍କୁ ସମ୍ବଲପୁର ପଠାଇଥିଲେ! ଭିତିରି କଥା ଖୋଲିଲେ… appeared first on Dharitri Odia News.
ଭୁବନେଶ୍ୱର,୪।୨: ନିର୍ବାଚନ ପରେ ଭୁଷୁଡି ପଡିଛି ବିଜେଡି ଗଡ। ଏବେ ଦଳ ସଜାଡିବାରେ ଲାଗି ପଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କିନ୍ତୁ ଏହାପରେ ବି ଦଳରେ ଅନ୍ତଃକନ୍ଦଳ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ତଳେ ନେତାଜୀ ଜୟନ୍ତୀରେ କଟକରେ ବିଜେଡିର ଯୁବ ନେତା ଏକାଠି ହୋଇଥିଲେ । ଦେବାଶିଷ ସାମନ୍ତରାୟଙ୍କ ଘରେ ଯୁବ ନେତା ଏକାଠି ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଅନ୍ୟପକ୍ଷେ କାର୍ତ୍ତିକ ପାଣ୍ଡିଆନ ନବୀନ ନିବାସରେ ସକ୍ରିୟ ଥିବା କିଛି ଦିନ ତଳେ ଗଣମାଧ୍ୟମକୁ ମନ୍ମଥ ରାଉତରାୟ କହିଥିଲେ । ତେବେ ବାରମ୍ବାର ନେତାଙ୍କ ଏପରି ମେଳିକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେବା ସହ ସାଧାରଣରେ ମଧ୍ୟ ଚର୍ଚ୍ଚା ହୋଇଛି ।
ବର୍ତ୍ତମାନ ରାଜ୍ୟ ବାହାରେ ଆସାମର ଗୁଆହାଟୀରେ ବିଜେଡିର ବରିଷ୍ଠ ନେତାଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗୁଆହାଟୀର ଏକ ହୋଟେଲରେ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଛି । ପ୍ରଭାତ ତ୍ରିପାଠୀ, ସଞ୍ଜୟଦାସବର୍ମା, ବିଜୟ ମହାପାତ୍ର, ସୁଶାନ୍ତ ରାଉତଙ୍କ ପରି ନେତା ଏକାଠି ହୋଇଥିଲେ। କେଉଁ ବିଷୟରେ ଆଲୋଚନା ହୋଇଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ହେଲେ ପ୍ରଭାତ ତ୍ରିପାଠୀ କହିଛନ୍ତି, ଏକ ସାମାଜିକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲୁ।
ଏସବୁ ଭିତରେ ମୁହଁ ଖୋଲିଛନ୍ତି BJD ନେତା ମହେଶ ସାହୁ। ସେ କହିଛନ୍ତି, ସମ୍ବଲପୁରରୁ ବବି ଲଢ଼ିବା ନିଷ୍ପତ୍ତି ଭୁଲ ଥିଲା। ଭୁଲ ନିଷ୍ପତ୍ତି କ୍ରମେ ବବି ସମ୍ବଲପୁରରୁ ଲଢ଼େଇ କଲେ। ସମ୍ବଲପୁରରୁ ନ ଲଢ଼ି ଯାଜପୁରରୁ ଲଢ଼ିବାର ଥିଲା। ଯାଜପୁରରୁ ବବି ଲଢ଼ିଥିଲେ ଆହୁରି ୧୦ରୁ ୧୨ ବିଧାୟକ ଜିତି ଥାଆନ୍ତେ। ସରକାର ଗଠନ କରିପାରିଥାଆନ୍ତେ। ଦଳର ସଂଗଠନ ସଂପାଦକ ଦାୟିତ୍ୱରେ ଥିଲେ ବବି। ସାରା ଓଡ଼ିଶାର ସଂଗଠନ ଦାୟିତ୍ୱ ବବି ବୁଝିବାର ଥିଲା। ସେଭଳି ନ କରି ବବିଙ୍କୁ ର୍ନିବାଚନ ଲଢ଼େଇରେ ବାନ୍ଧି ଦିଆଯାଇଥିଲା। ପ୍ରାର୍ଥୀ ଚୟନରେ ମଧ୍ୟ ଦଳ ଭୁଲ କରିଥିଲା ବୋଲି ବିଜେଡି ନେତା କହିଛନ୍ତି। କିନ୍ତୁ ଏସବୁ ପରେ ବି ସେ କାହାର ନାଁ ଉଲ୍ଲେଖ କରିନାହାନ୍ତି।
The post ଇଏ ବବିଙ୍କୁ ସମ୍ବଲପୁର ପଠାଇଥିଲେ! ଭିତିରି କଥା ଖୋଲିଲେ… appeared first on Dharitri Odia News.