ପଞ୍ଚମ ପର୍ଯ୍ୟାୟରେ ୬୦% ମତଦାନ; ପଶ୍ଚିମବଙ୍ଗରେ ସର୍ବାଧିକ ଓ ମହାରାଷ୍ଟ୍ରରେ ସର୍ବନିମ୍ନ ଭୋଟିଂ
ନୂଆଦିଲ୍ଲୀ,୨୧/୦୫: ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ । ଏହି ପର୍ଯ୍ୟାୟରେ ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୪୯ ଆସନରେ ହାରାହାରି ୬୦.୦୯% ଭୋଟିଂ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୭୪.୬୫% ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ ୫୪.୨୯% ଭୋଟିଂ ହୋଇଥିବା ନିର୍ବାଚନ କମିଶନ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ରିପୋର୍ଟ ମୁତାବକ, ଲଦାଖରେ ୬୯.୬୨% ମତଦାନ ହୋଇଥିଲା ବେଳେ ଓଡ଼ିଶାରେ ୬୭.୫୯%, ଝାଡ଼ଖଣ୍ଡରେ ୬୩.୦୭%, ଉତ୍ତର ପ୍ରଦେଶରେ ୫୭.୭୯%, ଜମ୍ମୁ-କାଶ୍ମୀରରେ ୫୬.୭୩% ଓ ମହାରାଷ୍ଟ୍ରରେ ୫୪.୨୯% ଭୋଟିଂ ହୋଇଛି ।ଉତ୍ତର ପ୍ରଦେଶର ମହୋବାରେ ଜଣେ କର୍ତ୍ତବ୍ୟରତ ସିଆର୍ପିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗର ବାରାକପୁର ଓ ହୁଗୁଳିରେ ବିଜେପି ଓ ଟିଏମ୍ସି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ମୁମ୍ବାଇରେ ମତଦାନ କେନ୍ଦ୍ର ନିକଟରେ ଡମି ଇଭିଏମ୍ ରଖାଯିବା ଅଭିଯୋଗରେ ପୋଲିସ ଶିବସେନା ଉଦ୍ଧବ ଗୋଷ୍ଠୀର ୩ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି । ମୁମ୍ବାଇରେ ସମଗ୍ର ବଲିଉଡ୍ ଭୋଟ୍ ଦେଇଛି । ଗୁଲ୍ଜାର, ସୁଭାଷ ଘାଇ, ଅକ୍ଷୟ କୁମାର, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସଲମାନ ଖାନ୍, ନାନା ପାଟେକର, ସୋନାକ୍ଷୀ ସିହ୍ନା, ଶ୍ରଦ୍ଧା କପୁର, ଅନିଲ କପୁର, ମାଧୁରୀ ଦୀକ୍ଷିତ, ମନୋଜ ବାଜପେୟୀ ଭୋଟ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍
ନୂଆଦିଲ୍ଲୀ,୨୧/୦୫: ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ । ଏହି ପର୍ଯ୍ୟାୟରେ ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୪୯ ଆସନରେ ହାରାହାରି ୬୦.୦୯% ଭୋଟିଂ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୭୪.୬୫% ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ ୫୪.୨୯% ଭୋଟିଂ ହୋଇଥିବା ନିର୍ବାଚନ କମିଶନ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
ରିପୋର୍ଟ ମୁତାବକ, ଲଦାଖରେ ୬୯.୬୨% ମତଦାନ ହୋଇଥିଲା ବେଳେ ଓଡ଼ିଶାରେ ୬୭.୫୯%, ଝାଡ଼ଖଣ୍ଡରେ ୬୩.୦୭%, ଉତ୍ତର ପ୍ରଦେଶରେ ୫୭.୭୯%, ଜମ୍ମୁ-କାଶ୍ମୀରରେ ୫୬.୭୩% ଓ ମହାରାଷ୍ଟ୍ରରେ ୫୪.୨୯% ଭୋଟିଂ ହୋଇଛି ।
ଉତ୍ତର ପ୍ରଦେଶର ମହୋବାରେ ଜଣେ କର୍ତ୍ତବ୍ୟରତ ସିଆର୍ପିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗର ବାରାକପୁର ଓ ହୁଗୁଳିରେ ବିଜେପି ଓ ଟିଏମ୍ସି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ମୁମ୍ବାଇରେ ମତଦାନ କେନ୍ଦ୍ର ନିକଟରେ ଡମି ଇଭିଏମ୍ ରଖାଯିବା ଅଭିଯୋଗରେ ପୋଲିସ ଶିବସେନା ଉଦ୍ଧବ ଗୋଷ୍ଠୀର ୩ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି । ମୁମ୍ବାଇରେ ସମଗ୍ର ବଲିଉଡ୍ ଭୋଟ୍ ଦେଇଛି । ଗୁଲ୍ଜାର, ସୁଭାଷ ଘାଇ, ଅକ୍ଷୟ କୁମାର, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସଲମାନ ଖାନ୍, ନାନା ପାଟେକର, ସୋନାକ୍ଷୀ ସିହ୍ନା, ଶ୍ରଦ୍ଧା କପୁର, ଅନିଲ କପୁର, ମାଧୁରୀ ଦୀକ୍ଷିତ, ମନୋଜ ବାଜପେୟୀ ଭୋଟ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ଅନିଲ ଅମ୍ବାନି ବି ମତଦାନ କରିଛନ୍ତି । ଅଭିନେତା ଅମିତାଭ ବଚ୍ଚନ, ସଞ୍ଜୟ ଦତ୍ତ, ଶାହରୁଖ ଖାନ ଓ ଜୟା ବଚ୍ଚନଙ୍କ ସମେତ ସଚିନ ତେନ୍ଦୁଲକର ବି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ପଞ୍ଚମ ପର୍ଯ୍ୟାୟରେ ବିହାରର ୫, ଝାଡ଼ଖଣ୍ଡର ୩, ମହାରାଷ୍ଟ୍ରର ୧୩, ଓଡ଼ିଶାର ୫, ଉତ୍ତର ପ୍ରଦେଶର ୧୪ ଓ ପଶ୍ଚିମବଙ୍ଗର ୭ ଏବଂ ଜମ୍ମୁ-କାଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଲୋକସଭା ଆସନରେ ଭୋଟ ହୋଇଛି । ଏହି ପର୍ଯ୍ୟାୟରେ ରାଜନାଥ ସିଂହ, ସ୍ମୃତି ଇରାନୀ ଓ ପୀୟୂଷ ଗୋୟଲଙ୍କ ସମେତ ୯ କେନ୍ଦ୍ରମନ୍ତ୍ରୀ ଲଢ଼ୁଛନ୍ତି । ୟୁପିର ରାଏବରେଲି ଆସନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଢ଼ୁଛନ୍ତି । ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହେବା ସହିତ ଲୋକସଭାର ମୋଟ ୫୪୩ ଆସନରୁ ୪୨୯ ଆସନରେ ଭୋଟିଂ ଶେଷ ହୋଇଛି । ବାକି ୨ଟି ପର୍ଯ୍ୟାୟରେ ୧୧୪ ଆସନରେ ମତଦାନ ହେବ ।