ବିମାନ ଦୁର୍ଘଟଣା: ମିଳିଛି ୨୬୫ ମୃତଦେହ

ଅହମଦାବାଦ,୧୨ା୬: ବିମାନ ଦୁର୍ଘଟଣା ପରେ ଅହମଦାବାଦ ସିଟି ସିଭିଲ ହସ୍ପିଟାଲକୁ ୨୬୫ଟି ମୃତଦେହ ଅଣାଯାଇଥିବା ଡିସିପି କାନନ ଦେଶାଇ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି। ବିମାନରେ ଯାତ୍ରୀ ଓ କ୍ରିଉ ସଦସ୍ୟଙ୍କୁ ମିଶାଇ ୨୪୨ ଜଣ ଥିବାବେଳେ ଏହା ବି.ଜେ. ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ିଥିଲା। ବିମାନର ମାତ୍ର ଜଣେ ଯାତ୍ରୀ ବଞ୍ଚିଥିବା ସ୍ପଷ୍ଟ ହୋଇଥିବାବେଳେ ଅନ୍ୟ ୨୪୧ଜଣ ମୃତ ଆଶଙ୍କା କରାଯାଉଛି। ସେହିପରି ହଷ୍ଟେଲର ଅନେକ ଅନ୍ତେବାସୀ ପ୍ରାଣ ହରାଇଛନ୍ତି। ଇନ୍ଧନ ଜଳିବା ଯୋଗୁ ବିମାନ […] The post ବିମାନ ଦୁର୍ଘଟଣା: ମିଳିଛି ୨୬୫ ମୃତଦେହ appeared first on Dharitri Odia News.

ବିମାନ ଦୁର୍ଘଟଣା: ମିଳିଛି ୨୬୫ ମୃତଦେହ

ଅହମଦାବାଦ,୧୨ା୬: ବିମାନ ଦୁର୍ଘଟଣା ପରେ ଅହମଦାବାଦ ସିଟି ସିଭିଲ ହସ୍ପିଟାଲକୁ ୨୬୫ଟି ମୃତଦେହ ଅଣାଯାଇଥିବା ଡିସିପି କାନନ ଦେଶାଇ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି।

ବିମାନରେ ଯାତ୍ରୀ ଓ କ୍ରିଉ ସଦସ୍ୟଙ୍କୁ ମିଶାଇ ୨୪୨ ଜଣ ଥିବାବେଳେ ଏହା ବି.ଜେ. ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ିଥିଲା। ବିମାନର ମାତ୍ର ଜଣେ ଯାତ୍ରୀ ବଞ୍ଚିଥିବା ସ୍ପଷ୍ଟ ହୋଇଥିବାବେଳେ ଅନ୍ୟ ୨୪୧ଜଣ ମୃତ ଆଶଙ୍କା କରାଯାଉଛି। ସେହିପରି ହଷ୍ଟେଲର ଅନେକ ଅନ୍ତେବାସୀ ପ୍ରାଣ ହରାଇଛନ୍ତି। ଇନ୍ଧନ ଜଳିବା ଯୋଗୁ ବିମାନ ଭିତରେ ତାପମାତ୍ରା ଏତେ ଅଧିକ ଥିଲା ଯେ, କେହି ବଞ୍ଚତ୍ବା ସମ୍ଭାବନା ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି।

The post ବିମାନ ଦୁର୍ଘଟଣା: ମିଳିଛି ୨୬୫ ମୃତଦେହ appeared first on Dharitri Odia News.