କ୍ଷମା ମାଗିଲେ ପୁଟିନ: ଅଜରବୈଜାନ ବିମାନ ଦୁର୍ଘଟଣା ପାଇଁ ରୁଷିଆ ଦାୟୀ

ମସ୍କୋ,୨୮।୧୨: କ୍ଷମା ମାଗିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ରୁଷିଆ ଆକାଶରେ ବିମାନ ଦୁର୍ଘଟଣା ପାଇଁ ସେ ଅଜରବୈଜାନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି। ଏହାପରେ ବିମାନଟି କୌଣସି ପକ୍ଷୀରେ ମାଡ଼ ହୋଇ ନାହିଁ ବରଂ ଭୁଲରେ ତାହା ରୁଷିଆ ଦ୍ୱାରା ଆକ୍ରମଣ କରାଯାଇଥିବା ସ୍ପଷ୍ଟ ହୋଇଛି। ବୁଧବାର କାଜାଖସ୍ତାନର ଅକାଟୁ ସହର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। j2-8243 ବିମାନଟି ରୁଷଆର ଗ୍ରୋଜନୀ ସହରକୁ ଅଭିମୁଖେ ଯାତ୍ରା କରୁଥିଲା। ବିମାନଟି ଅବତରଣ କରିବାକୁ ଚେଷ୍ଟା କରିବା ସମୟରେ […] The post କ୍ଷମା ମାଗିଲେ ପୁଟିନ: ଅଜରବୈଜାନ ବିମାନ ଦୁର୍ଘଟଣା ପାଇଁ ରୁଷିଆ ଦାୟୀ appeared first on Dharitri Odia News.

କ୍ଷମା ମାଗିଲେ ପୁଟିନ: ଅଜରବୈଜାନ ବିମାନ ଦୁର୍ଘଟଣା ପାଇଁ ରୁଷିଆ ଦାୟୀ
ମସ୍କୋ,୨୮।୧୨: କ୍ଷମା ମାଗିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ରୁଷିଆ ଆକାଶରେ ବିମାନ ଦୁର୍ଘଟଣା ପାଇଁ ସେ ଅଜରବୈଜାନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି। ଏହାପରେ ବିମାନଟି କୌଣସି ପକ୍ଷୀରେ ମାଡ଼ ହୋଇ ନାହିଁ ବରଂ ଭୁଲରେ ତାହା ରୁଷିଆ ଦ୍ୱାରା ଆକ୍ରମଣ କରାଯାଇଥିବା ସ୍ପଷ୍ଟ ହୋଇଛି।
ବୁଧବାର କାଜାଖସ୍ତାନର ଅକାଟୁ ସହର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। j2-8243 ବିମାନଟି ରୁଷଆର ଗ୍ରୋଜନୀ ସହରକୁ ଅଭିମୁଖେ ଯାତ୍ରା କରୁଥିଲା। ବିମାନଟି ଅବତରଣ କରିବାକୁ ଚେଷ୍ଟା କରିବା ସମୟରେ ସ୍ଥାନୀୟ ଅଞ୍ଚଳରେ ୟୁକ୍ରେନ ଡ୍ରୋନ ଆକ୍ରମଣ ଯୋଗୁ ବାୟୁ ସୁରକ୍ଷା ଆଲର୍ଟ ଜାରି କରାଯାଇଥିଲା। ଫଳରେ ଦକ୍ଷିଣ ରୁଷିଆରୁ ଦିଗ ବଦଳାଇବା ସମୟରେ ବିମାନକୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଟାର୍ଗେଟ କରାଯାଇଥିଲା। ଏହି ଦୁର୍ଘଟଣାରେ ଅତି କମ୍‌ରେ ୩୮ଜଣ ପ୍ରାଣ ହରାଇଥିଲେ।
ରୁଷିଆର କ୍ରେମଲିନ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ପୁଟିନ ଏହି ଘଟଣା ପାଇଁ ଆଲିଭ୍‌ଙ୍କୁ କ୍ଷମା ମାଗିଛନ୍ତି। ସେ ଏହାକୁ ରୁଷିଆ ଆକାଶ ମାର୍ଗରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ପୁଟିନ ପୀଡ଼ିତ ପରିବାର ପ୍ରତି ଗଭୀର ସମବେଦନା ଜଣାଇ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ତେବେୁ ୟୁକ୍ରେନ ଡ୍ରୋନ୍‌କୁ କାବୁ କରିବା ଉଦ୍ୟମ ବେଳେ ବିମାନ କ୍ରାସ ହୋଇଛି। ଦକ୍ଷିଣ ରୁଷିଆରେ ୟୁକ୍ରେନ୍‌ର ଡ୍ରୋନ ଆଟାକ୍‌କୁ ନିଷ୍ଫଳ ଉଦ୍ୟମ ବେଳେ ଅଜରବୈଜାନ ଏୟାରଲାଇନ୍ସ ବିମାନ ଦୁର୍ଘଟଣା ଘଟିଥିବା ରୁଷିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି।

The post କ୍ଷମା ମାଗିଲେ ପୁଟିନ: ଅଜରବୈଜାନ ବିମାନ ଦୁର୍ଘଟଣା ପାଇଁ ରୁଷିଆ ଦାୟୀ appeared first on Dharitri Odia News.