ବରଗଡ଼ ଧନୁଯାତ୍ରାରେ କିଏ ହେବେ କଂସ, ଚାଲିଛି….

ବରଗଡ଼, ୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ମସିହା ଜାନୁଆରୀ ମାସ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଜାନୁଆରୀ ମାସ ୧୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଆସନ୍ତା ଧନୁଯାତ୍ରା ମହୋତ୍ସବ ପାଇଁ ଏଥର କଂସ ଚୟନ ହେଉଛି। ରବିବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଏହି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଧନୁଯାତ୍ରା ମହୋତ୍ସବ ସମିତିର ନିଷ୍ପତ୍ତି କ୍ରମେ ଉକ୍ତ ଚୟନ ପ୍ରକ୍ରିୟାରେ […] The post ବରଗଡ଼ ଧନୁଯାତ୍ରାରେ କିଏ ହେବେ କଂସ, ଚାଲିଛି…. appeared first on Dharitri Odia News.

ବରଗଡ଼ ଧନୁଯାତ୍ରାରେ କିଏ ହେବେ କଂସ, ଚାଲିଛି….

ବରଗଡ଼, ୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ମସିହା ଜାନୁଆରୀ ମାସ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଜାନୁଆରୀ ମାସ ୧୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଆସନ୍ତା ଧନୁଯାତ୍ରା ମହୋତ୍ସବ ପାଇଁ ଏଥର କଂସ ଚୟନ ହେଉଛି। ରବିବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଏହି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଧନୁଯାତ୍ରା ମହୋତ୍ସବ ସମିତିର ନିଷ୍ପତ୍ତି କ୍ରମେ ଉକ୍ତ ଚୟନ ପ୍ରକ୍ରିୟାରେ ୪ଜଣ କଂସ କଳାକାର ଅଂଶଗ୍ରହଣ କରୁଛନ୍ତି। ସେମାନେ ହେଲେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ବର ପ୍ରଧାନ ଏବଂ ସୁଶିଲ କୁମାର ମେହେର। ଏମାନଙ୍କ ମଧ୍ୟରୁ ଚୟନକର୍ତ୍ତା ଯେଉଁ କଳାକାରଙ୍କୁ ପ୍ରଥମଭାବେ ଚୟନ କରିବେ, ସେ ହିଁ କେବଳ ଆସନ୍ତା ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବେ।

The post ବରଗଡ଼ ଧନୁଯାତ୍ରାରେ କିଏ ହେବେ କଂସ, ଚାଲିଛି…. appeared first on Dharitri Odia News.