ନୂଆ ଅବକାରୀ ନୀତିକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର, ବର୍ଷକୁ ୧୦ ହଜାର କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ

ନୂଆଦିଲ୍ଲୀ,୯ା୩: ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ନୂତନ ଅବକାରୀ ନୀତିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏହି ନୂଆ ନୀତିର ଉଦେଶ୍ୟ ହେଉଛି ମଦ ବିକ୍ରୟରୁ ୧୦,୦୦୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରିବା। ଶନିବାର ବସିଥିବା କ୍ୟାବିନେଟ ବୈଠକରେ ସରକାର ଏହି ନିଷ୍ପତିରେ ମୋହର ମାରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ରାଜ୍ୟ ଅର୍ଥମନ୍ତ୍ରୀ ହରପାଲ ସିଂ ଚେମା ଗଣମାଧ୍ୟମକୁ କହିଛନ୍ତି […] The post ନୂଆ ଅବକାରୀ ନୀତିକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର, ବର୍ଷକୁ ୧୦ ହଜାର କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ appeared first on Dharitri Odia News.

ନୂଆ ଅବକାରୀ ନୀତିକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର, ବର୍ଷକୁ ୧୦ ହଜାର କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ

ନୂଆଦିଲ୍ଲୀ,୯ା୩: ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ନୂତନ ଅବକାରୀ ନୀତିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏହି ନୂଆ ନୀତିର ଉଦେଶ୍ୟ ହେଉଛି ମଦ ବିକ୍ରୟରୁ ୧୦,୦୦୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରିବା। ଶନିବାର ବସିଥିବା କ୍ୟାବିନେଟ ବୈଠକରେ ସରକାର ଏହି ନିଷ୍ପତିରେ ମୋହର ମାରିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ରାଜ୍ୟ ଅର୍ଥମନ୍ତ୍ରୀ ହରପାଲ ସିଂ ଚେମା ଗଣମାଧ୍ୟମକୁ କହିଛନ୍ତି ଯେ ନୂତନ ଅବକାରୀ ନୀତିକୁ କ୍ୟାବିନେଟ୍ ଅନୁମୋଦନ କରିଛି।

ସେ କହିଛନ୍ତି, “ପ୍ରଥମ ଥର ପାଇଁ ସର୍କର ୧୦,୦୦୦ କୋଟିରୁ ଅଧିକ ଆୟ କରିବେ ବୋଲି ଆଶା।” ଚେମା କହିଛନ୍ତି ଯେ ପୂର୍ବ କଂଗ୍ରେସ ସରକାର ସମୟରେ ମଦ ବିକ୍ରୟରୁ ଆୟ ମାତ୍ର ୬,୧୫୧ କୋଟି ଟଙ୍କା ଥିଲା। ତେବେ ନୂତନ ନୀତି ଅନୁସାରେ ଡ୍ର ମାଧ୍ୟମରେ ମଦ ଦୋକାନ ବଣ୍ଟନ ହେବ।

The post ନୂଆ ଅବକାରୀ ନୀତିକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର, ବର୍ଷକୁ ୧୦ ହଜାର କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ appeared first on Dharitri Odia News.