ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ ହୋଇଥିବା ବେଳେ ଗାଁରେ ନେଟ୍‌ଓ୍ବର୍କ ନ ଥିବାରୁ ଗାଁ ଛାଡୁଛନ୍ତି ଅଧିବାସୀ। ତେଣୁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଗାଁରେ ଲାଗିଛି ପୋଷ୍ଟର (ନେଟ୍‌ଓ୍ବର୍କ ନାହିଁ ତ ଭୋଟ ନାହିଁ)। ଖଲ୍ଲିକୋଟ ବ୍ଲକ କନକା ପଞ୍ଚାୟତ କନକା ଗ୍ରାମର ଧନୁ ନାୟକ କୁହନ୍ତି। ଘରେ ସମସ୍ତେ ସରକାରୀ […] The post ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ appeared first on Dharitri Odia News.

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ ହୋଇଥିବା ବେଳେ ଗାଁରେ ନେଟ୍‌ଓ୍ବର୍କ ନ ଥିବାରୁ ଗାଁ ଛାଡୁଛନ୍ତି ଅଧିବାସୀ। ତେଣୁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଗାଁରେ ଲାଗିଛି ପୋଷ୍ଟର (ନେଟ୍‌ଓ୍ବର୍କ ନାହିଁ ତ ଭୋଟ ନାହିଁ)।

ଖଲ୍ଲିକୋଟ ବ୍ଲକ କନକା ପଞ୍ଚାୟତ କନକା ଗ୍ରାମର ଧନୁ ନାୟକ କୁହନ୍ତି। ଘରେ ସମସ୍ତେ ସରକାରୀ ଓ ବେସରକାରୀ ଚାକିରିଆ। ଗାଁରେ ଅଛି ବିରାଟ ଘର। କିନ୍ତୁ ଗାଁରେ ମୋବାଇଲ ନେଟ୍‌ଓ୍ବର୍କ ନ ଥିବାରୁ ଘରେ ରହିବାକୁ କେହି ନାହାନ୍ତି। ପୁଅ ବୋହୂ ଅଫିସ କାମ କରିପାରୁ ନାହାନ୍ତି କି ନାତି ନାତୁଣୀ ପାଠ ପଢ଼ି ପାରୁନାହାନ୍ତି। ତେଣୁ ଗାଁ ବୃଦ୍ଧ ବୟସରେ ମୋବାଇଲ ନେଟଓ୍ବର୍କ ବାପା ପୁଅକୁ ଅଲଗା କରିଦେଇଛି। ଗାଁଠାରୁ ଏକ କିଲୋମିଟର ଦୂରରେ ସାନ ପୁଅ ରହୁଥିବାରୁ ବାପା ପାଇଁ ଖାଇବାକୁ ପଠାଇଦେଉଛି, ଆଉ ବାପା ପୁଅମାନଙ୍କ ପାଇଁ କରିଥିବା ଏହି ଘରକୁ ଜଗି ରହିଛନ୍ତି। ଏମିତି ସମସ୍ୟା କେବଳ ଧନୁଙ୍କର ନୁହେଁ ଏହି ଗାଁରେ ରହୁଥିବା ୫୦୦ ପରିବାରରେ ଦେଖିବାକୁ ମିଳିଛି। ନେଟଓ୍ବର୍କ ପାଇଁ ଗାଁଠାରୁ ଏକ କିଲୋମିଟର ଦୂରକୁ ଯିବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗାଁରେ ବୈଠକ କରି ଯୁବ ଗୋଷ୍ଠୀ ନିଷ୍ପତ୍ତି ନେଇଛନ୍ତି ଏଥର ନେଟ୍‌ଓ୍ବର୍କ ନାହିଁ ତ ଭୋଟ ନାହିଁ। ନେଟ୍‌ଓ୍ବର୍କ ସମସ୍ୟା ଯୋଗୁ କନକା ଗାଁ ଛାଡ଼ି ଧୀରେ ଧୀରେ ଲୋକ ଅନ୍ୟତ୍ର ବସବାସ କଲେଣି। କାରଣ ନା ଏଠି କୌଣସି ଅସୁବିଧା ସମୟରେ କାହାକୁ ଯୋଗାଯୋଗ କରି ହେଉଛି ନା ପିଲାମାନେ ପାଠ ପଢି ପାରୁଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ମଧ୍ୟ ୧୦୮କୁ ଯୋଗାଯୋଗ ସମ୍ଭବ ହୋଇପାରୁନି ବୋଲି କହିଛନ୍ତି ଗ୍ରାମବାସୀ ସୁବାସ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ସୁଜ୍ଞାନୀ ତରେଇ। ଏନେଇ ଗ୍ରାମବାସୀ ବ୍ଲକଠାରୁ ଧରି ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଦୀର୍ଘଦିନ ହେଲା ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିବା ବେଳେ ସ୍ଥାନୀୟ ବିଧାୟିକା ଓ ଅନ୍ୟ ନେତା କର୍ମୀମାନଙ୍କୁ ମଧ୍ୟ ଜଣାଇଛନ୍ତି, କିନ୍ତୁ କୌଣସି ସୁଫଳ ମିଳିପାରି ନାହିଁ। ତେଣୁ ଚଳିତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମରେ ସମସ୍ତେ ବସି ଭୋଟ୍‌ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ଘର ବାରଣ୍ଡାରେ ପୋଷ୍ଟର ମାରିଛନ୍ତି ନେଟଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ।

 

The post ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ appeared first on Dharitri Odia News.