୪ ସାଙ୍ଗ ଏକାଠି ବସି ପିଉଥିଲେ ମଦ, ଦୁଇ ଜଣଙ୍କ ମଧ୍ୟରେ ମାରପିଟରେ ଚାଲିଗଲା ଜଣଙ୍କ ଜୀବନ

ସମ୍ବଲପୁର ୧୩।୯: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ବାଙ୍କୀଟିକ୍ରା ଗ୍ରାମରେ ହତ୍ୟାକାଣ୍ଡ l ମୃତକ ଜଣକ ହେଉଛନ୍ତି ସତ୍ୟନାରାୟଣ ପାଣିଗ୍ରାହୀ l ଗୁରୁବାର ବିଳମ୍ବିତ ରାତିରେ ଘଟିଛି ହତ୍ଯାକାଣ୍ଡ ।ସୂଚନାଯୋଗ୍ୟ ଯେ, ମୃତ ସତ୍ଯନାରାୟଣ ଓ ୩ ଜଣ ସାଙ୍ଗ ଏକାଠି ବସି ମଦ ପିଉଥିଲେ । ତେବେ କୌଣସି କାରଣରୁ ବଚସା ହେବାରୁ ଅଭିଯୁକ୍ତ ଏକ ବାଡି ସାହାଯ୍ଯରେ ଆକ୍ରମଣ କରିବା ସହ ମାଡ ମାରି ହତ୍ଯା କରିଥିଲା । ଏହି ସମୟରେ ଅନ୍ଯ ଦୁଇ ଜଣ ସାଙ୍ଗ ଛଡାଇବାକୁ ଚେଷ୍ଟା କରିବା ପରେ ସେମାନଙ୍କୁ ମଧ୍ଯ ଆକ୍ରମଣ କରିଥିଲା । ତେବେ ଘଟଣାସ୍ଥଳରେ ହିଁ ସତ୍ଯ ନାରାୟଣଙ୍କ ମୃତ୍ଯୁ ଘଟିଥିବା ବେଳେ ଘଟଣାସ୍ଥଳରେ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।You Can Read:ମୃତ୍ୟୁ ଏମିତି ବି ଆସେ : ବାଇକରୁ ଓହ୍ଲାଉ ଓହ୍ଲାଉ ଟଳିପଡିଲେ ତ୍ରିଲୋଚନ

୪ ସାଙ୍ଗ ଏକାଠି ବସି ପିଉଥିଲେ ମଦ, ଦୁଇ ଜଣଙ୍କ ମଧ୍ୟରେ ମାରପିଟରେ ଚାଲିଗଲା ଜଣଙ୍କ ଜୀବନ

ସମ୍ବଲପୁର ୧୩।୯: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ବାଙ୍କୀଟିକ୍ରା ଗ୍ରାମରେ ହତ୍ୟାକାଣ୍ଡ l ମୃତକ ଜଣକ ହେଉଛନ୍ତି ସତ୍ୟନାରାୟଣ ପାଣିଗ୍ରାହୀ l ଗୁରୁବାର ବିଳମ୍ବିତ ରାତିରେ ଘଟିଛି ହତ୍ଯାକାଣ୍ଡ ।

ସୂଚନାଯୋଗ୍ୟ ଯେ, ମୃତ ସତ୍ଯନାରାୟଣ ଓ ୩ ଜଣ ସାଙ୍ଗ ଏକାଠି ବସି ମଦ ପିଉଥିଲେ । ତେବେ କୌଣସି କାରଣରୁ ବଚସା ହେବାରୁ ଅଭିଯୁକ୍ତ ଏକ ବାଡି ସାହାଯ୍ଯରେ ଆକ୍ରମଣ କରିବା ସହ ମାଡ ମାରି ହତ୍ଯା କରିଥିଲା । ଏହି ସମୟରେ ଅନ୍ଯ ଦୁଇ ଜଣ ସାଙ୍ଗ ଛଡାଇବାକୁ ଚେଷ୍ଟା କରିବା ପରେ ସେମାନଙ୍କୁ ମଧ୍ଯ ଆକ୍ରମଣ କରିଥିଲା । ତେବେ ଘଟଣାସ୍ଥଳରେ ହିଁ ସତ୍ଯ ନାରାୟଣଙ୍କ ମୃତ୍ଯୁ ଘଟିଥିବା ବେଳେ ଘଟଣାସ୍ଥଳରେ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।

You Can Read:

ମୃତ୍ୟୁ ଏମିତି ବି ଆସେ : ବାଇକରୁ ଓହ୍ଲାଉ ଓହ୍ଲାଉ ଟଳିପଡିଲେ ତ୍ରିଲୋଚନ