ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା
ଭୁବନେଶ୍ୱର: ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା। ଗତ ବୁଧବାର ଠାରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଛନ୍ତି ନର୍ସ। ସରକାରଙ୍କ ଆଲୋଚନା ପରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ନର୍ସିଂ ସଂଘ ସାଧାରଣ ସଂପାଦକ ସୂଚନା ଦେଇଛନ୍ତି। ପୂର୍ବରୁ ବୈଠକ ପରେ ନେଇ ସଂଘ ପକ୍ଷରୁ କୁହାଯାଇଥିଲା ଯେ- ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି। କାଲି ୧୦ଟାରୁ କାର୍ଯ୍ୟରେ ନର୍ସମାନେ କାର୍ଯ୍ୟରେ ଯୋଗଦେବେ। ରାଜ୍ୟରେ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଯିବାକୁ ନିବେଦନ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ। ସେ କହିଥିଲେ ଯେ- ସରକାର ପ୍ରଥମ ଦଫାରେ ୧୦୨୨ ଜଣ ନର୍ସଙ୍କୁ ପଦୋନ୍ନତି ଦେଇଛନ୍ତି । ସେମାନଙ୍କ ଦାବି ପ୍ରତି ସରକାର ସକରାତ୍ମକ ବିଚାର କରୁଥିବା ନେଇ ସେ କହିଛନ୍ତି। ଏନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏନେଇ ଆଲୋଚନା ଓ ବିଚାରବିମର୍ଶ ଜାରି ରହିଛି। ପ୍ରକାଶଥାଉକି ଗତ ଅଗଷ୍ଟ ମାସରେ ବିଭିନ୍ନ ଦାବି ନେଇ କଳା ବ୍ୟାଚ ପିନ୍ଧି ନର୍ସମାନେ ଧାରଣା ଦେଇଥିଲେ। ସରକାର ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରିଥିଲେ। ହେଲେ ପ୍ରତିଶ୍ରୁତି ପାଳନ ନହେବାରୁ ଶେଷରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ।
ଭୁବନେଶ୍ୱର: ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା। ଗତ ବୁଧବାର ଠାରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଛନ୍ତି ନର୍ସ। ସରକାରଙ୍କ ଆଲୋଚନା ପରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ନର୍ସିଂ ସଂଘ ସାଧାରଣ ସଂପାଦକ ସୂଚନା ଦେଇଛନ୍ତି।
ପୂର୍ବରୁ ବୈଠକ ପରେ ନେଇ ସଂଘ ପକ୍ଷରୁ କୁହାଯାଇଥିଲା ଯେ- ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି। କାଲି ୧୦ଟାରୁ କାର୍ଯ୍ୟରେ ନର୍ସମାନେ କାର୍ଯ୍ୟରେ ଯୋଗଦେବେ। ରାଜ୍ୟରେ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଯିବାକୁ ନିବେଦନ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ।
ସେ କହିଥିଲେ ଯେ- ସରକାର ପ୍ରଥମ ଦଫାରେ ୧୦୨୨ ଜଣ ନର୍ସଙ୍କୁ ପଦୋନ୍ନତି ଦେଇଛନ୍ତି । ସେମାନଙ୍କ ଦାବି ପ୍ରତି ସରକାର ସକରାତ୍ମକ ବିଚାର କରୁଥିବା ନେଇ ସେ କହିଛନ୍ତି। ଏନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏନେଇ ଆଲୋଚନା ଓ ବିଚାରବିମର୍ଶ ଜାରି ରହିଛି।
ପ୍ରକାଶଥାଉକି ଗତ ଅଗଷ୍ଟ ମାସରେ ବିଭିନ୍ନ ଦାବି ନେଇ କଳା ବ୍ୟାଚ ପିନ୍ଧି ନର୍ସମାନେ ଧାରଣା ଦେଇଥିଲେ। ସରକାର ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରିଥିଲେ। ହେଲେ ପ୍ରତିଶ୍ରୁତି ପାଳନ ନହେବାରୁ ଶେଷରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ।