ଅନନ୍ତ-ରାଧିକାଙ୍କ ଦ୍ଵିତୀୟ ପ୍ରି-ୱେଡିଂ ପାର୍ଟି, ଦକ୍ଷିଣ ଫ୍ରାନ୍ସ କ୍ରୁଜ୍ ଶିପ୍ରେ ହେବ ସେଲିବ୍ରେସନ
ମୁମ୍ଵାଇ ୨୮।୦୪: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କର ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ୍ ମେ ୨୮-୩୦ ତାରିଖ ମଧ୍ୟରେ ହେବ । ଦକ୍ଷିଣ ଫ୍ରାନ୍ସରେ ସମୁଦ୍ର ମଧ୍ୟରେ କ୍ରୁଜ୍ ଶିପ୍ରେ ଏହି ଭବ୍ୟ ଉତ୍ସବର ଆୟୋଜନ ହେବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡି଼ଛି । ଏହି ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ୍ରେ ଅମ୍ବାନି ପରିବାର ସହ ଜଡି଼ତ ଘନିଷ୍ଠ ଲୋକେ ହିଁ ଯୋଗଦେବେ । ବଲିଉଡ୍ ଅଭିନେତା ସଲମାନ୍ ଖାନ୍, ଶାହରୁଖ୍ ଓ ଆମିର ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ଏମାନଙ୍କ ସମେତ ଅଭିନେତା ରଣବୀର କପୁର ମଧ୍ୟ ପତ୍ନୀ ଆଲିୟାଙ୍କ ସହିତ ପହଞ୍ଚିପାରନ୍ତି । ରଣବୀର ମୁକେଶ ଅମ୍ବାନିଙ୍କ ବଡ଼ ପୁଅ ଆକାଶଙ୍କର ବହୁତ ଭଲ ବନ୍ଧୁ । ସେହିପରି ବଚ୍ଚନ ପରିବାର ମଧ୍ୟ ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ୍ରେ ଭାଗ ନେବେ ବୋଲି କୁହାଯାଉଛି । ଦକ୍ଷିଣ ଫ୍ରାନ୍ସ ହେଉଛି ପର୍ଯ୍ୟଟନର ଏକ ପ୍ରମୁଖ କ୍ଷେତ୍ର । ଆକର୍ଷଣୀୟ ଉପକୂଳ, ସୁନ୍ଦର ସହର ଲାଗି ଏହା ପ୍ରସିଦ୍ଧ । ବିଶେଷ କରି କ୍ରୁଜ୍ ଶିପ୍ ଟୁରିଜମ୍ ଏଠାରେ ଖୁବ୍ ପ୍ରସିଦ୍ଧ । ଦେଶବିଦେଶରୁ ବହୁ ଲୋକ ଆସି ଏଠାରେ କ୍ରୁଜ୍ ଶିପ୍ ପାର୍ଟି କରିଥାନ୍ତି । ଏଠାରେ ସାଧାରଣ କ୍ରୁଜ୍ ଶିପ୍ରେ ପାର୍ଟି କରିବାକୁ ଜଣ ପିଛା ଭାରତୀୟ ମୁଦ୍ରାରେ ପ୍ରାୟ ୮୪୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡି଼ଥାଏ । କଳା, ସା
ମୁମ୍ଵାଇ ୨୮।୦୪: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କର ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ୍ ମେ ୨୮-୩୦ ତାରିଖ ମଧ୍ୟରେ ହେବ । ଦକ୍ଷିଣ ଫ୍ରାନ୍ସରେ ସମୁଦ୍ର ମଧ୍ୟରେ କ୍ରୁଜ୍ ଶିପ୍ରେ ଏହି ଭବ୍ୟ ଉତ୍ସବର ଆୟୋଜନ ହେବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡି଼ଛି । ଏହି ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ୍ରେ ଅମ୍ବାନି ପରିବାର ସହ ଜଡି଼ତ ଘନିଷ୍ଠ ଲୋକେ ହିଁ ଯୋଗଦେବେ । ବଲିଉଡ୍ ଅଭିନେତା ସଲମାନ୍ ଖାନ୍, ଶାହରୁଖ୍ ଓ ଆମିର ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ଏମାନଙ୍କ ସମେତ ଅଭିନେତା ରଣବୀର କପୁର ମଧ୍ୟ ପତ୍ନୀ ଆଲିୟାଙ୍କ ସହିତ ପହଞ୍ଚିପାରନ୍ତି ।
ରଣବୀର ମୁକେଶ ଅମ୍ବାନିଙ୍କ ବଡ଼ ପୁଅ ଆକାଶଙ୍କର ବହୁତ ଭଲ ବନ୍ଧୁ । ସେହିପରି ବଚ୍ଚନ ପରିବାର ମଧ୍ୟ ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ୍ରେ ଭାଗ ନେବେ ବୋଲି କୁହାଯାଉଛି । ଦକ୍ଷିଣ ଫ୍ରାନ୍ସ ହେଉଛି ପର୍ଯ୍ୟଟନର ଏକ ପ୍ରମୁଖ କ୍ଷେତ୍ର । ଆକର୍ଷଣୀୟ ଉପକୂଳ, ସୁନ୍ଦର ସହର ଲାଗି ଏହା ପ୍ରସିଦ୍ଧ । ବିଶେଷ କରି କ୍ରୁଜ୍ ଶିପ୍ ଟୁରିଜମ୍ ଏଠାରେ ଖୁବ୍ ପ୍ରସିଦ୍ଧ । ଦେଶବିଦେଶରୁ ବହୁ ଲୋକ ଆସି ଏଠାରେ କ୍ରୁଜ୍ ଶିପ୍ ପାର୍ଟି କରିଥାନ୍ତି । ଏଠାରେ ସାଧାରଣ କ୍ରୁଜ୍ ଶିପ୍ରେ ପାର୍ଟି କରିବାକୁ ଜଣ ପିଛା ଭାରତୀୟ ମୁଦ୍ରାରେ ପ୍ରାୟ ୮୪୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡି଼ଥାଏ । କଳା, ସାହିତ୍ୟ ଓ ଐତିହାସିକ ଦୃଷ୍ଟିକୋଣରୁ ମଧ୍ୟ ଦକ୍ଷିଣ ଫ୍ରାନ୍ସର ଅନେକ ଗୁରୁତ୍ୱ ରହିଛି।

ଏହା ପୂର୍ବରୁ ଗୁଜରାଟର ଜାମନଗରରେ ଅନନ୍ତ-ରାଧିକାଙ୍କର ପ୍ରି-ୱେଡିଂ ଉତ୍ସବ ଆୟୋଜିତ ହୋଇଥିଲା । ତାହା ମାର୍ଚ୍ଚ ୧ରୁ ୩ ତାରିଖ ଯାଏ ଚାଲିଥିଲା । ଉତ୍ସବ ଲାଗି ପ୍ରାୟ ୧୨୦୦ କୋଟି ଖର୍ଚ୍ଚ କରାଯାଇଥିଲା । ବ୍ୟବସାୟ, ରାଜନୀତି ଓ ସିନେମା କ୍ଷେତ୍ର ସହ ଜଡି଼ତ ଦେଶବିଦେଶର ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ସେଥିରେ ଯୋଗ ଦେଇଥିଲେ । ତେବେ ବିଦେଶରେ ପ୍ରି-ୱେଡିଂ ସେଲିବ୍ରେସନ୍ ହେଲେ ମଧ୍ୟ ଅନନ୍ତ-ରାଧିକାଙ୍କ ବିବାହ ମୁମ୍ବାଇର ଜିଓ ୱାର୍ଲଡ ସେଣ୍ଟର୍ରେ ହେବ ବୋଲି ଜଣାପଡି଼ଛି । ଏହା ପୂର୍ବରୁ ଆସିଥିବା ଏକ ରିପୋର୍ଟରେ ସେମାନଙ୍କର ବିବାହ ଲଣ୍ଡନରେ ହେବ ବୋଲି କୁହାଯାଇଥିଲା ।