ଭୁଶୁଡ଼ିଲା ୬ ମହଲା କୋଠା, କାନ୍ଥ ତଳେ ଚାପି ହୋଇ ରହିଗଲେ ଲୋକେ
ନୂଆଦିଲ୍ଲୀ: ସୁରଟରେ ଭୁଶୁଡି ପଡ଼ିଲା ଛଅ ମହଲା କୋଠା। ତଳେ ଚାପି ହୋଇରହିଲେ ଲୋକେ। ଏହି ଅଘଟଣ ଘଟିବା ପରେ ଉଦ୍ଧାରକାରୀ ଦଳ ପହଞ୍ଚି କୋଠାର ଭଗ୍ନାବଶେଷଗୁଡ଼ିକୁ ହଟାଇ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି। ସେହି କୋଠାରେ ଅନେକ କପଡ଼ା କାରିଗରଙ୍କ ପରିବାର ରହୁଥିଲେ। ଚୋରାସି ବିଧାୟକ ସନ୍ଦୀପ ଦେଶାଇ, ସୁରଟ ପୋଲିସ କମିଶନର ଅନୁପମ ସିଂ ଗେହଲଟ୍, ଜିଲ୍ଲା କଲେକ୍ଟର ଡ. ସୌରଭ ପାରଦୀ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଅପରାହ୍ଣ ୩ଟା ବେଳେ ପଲିଗ୍ରାମର ଜଜାତିନଗର ଠାରେ ଏହି ଦୁର୍ଘଟଣା ଘଟିଛି।କୋଠାର ଭଗ୍ନାବଶେଷ ହଟାଇବା ପାଇଁ ଜେସିବି ମେସିନ୍ ଲଗାଯାଇଥିବାବେଳେ ଡ୍ରିଲିଂ ମେସିନ୍ ବ୍ୟବହାର କରି ବଡ଼ ବଡ଼ ଚଟାଣ ଗୁଡ଼ିକୁ ଭାଙ୍ଗି ହଟାଯାଉଛି।ଜଣେ ଅଧିକାରୀ କହିଛନ୍ତି ଯେ, କୋଠାଟି ଅତ୍ୟନ୍ତ ଦୁର୍ବଳ ଥିଲା। ମୁଖ୍ୟ ଅଗ୍ନିଶମ ଅଧିକାରୀ ବସନ୍ତ ପାରିକଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ଉଦ୍ଧାରକାର୍ଯ୍ୟର ତଦାରଖ କରିଛନ୍ତି।
ନୂଆଦିଲ୍ଲୀ: ସୁରଟରେ ଭୁଶୁଡି ପଡ଼ିଲା ଛଅ ମହଲା କୋଠା। ତଳେ ଚାପି ହୋଇରହିଲେ ଲୋକେ। ଏହି ଅଘଟଣ ଘଟିବା ପରେ ଉଦ୍ଧାରକାରୀ ଦଳ ପହଞ୍ଚି କୋଠାର ଭଗ୍ନାବଶେଷଗୁଡ଼ିକୁ ହଟାଇ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି। ସେହି କୋଠାରେ ଅନେକ କପଡ଼ା କାରିଗରଙ୍କ ପରିବାର ରହୁଥିଲେ।
ଚୋରାସି ବିଧାୟକ ସନ୍ଦୀପ ଦେଶାଇ, ସୁରଟ ପୋଲିସ କମିଶନର ଅନୁପମ ସିଂ ଗେହଲଟ୍, ଜିଲ୍ଲା କଲେକ୍ଟର ଡ. ସୌରଭ ପାରଦୀ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଅପରାହ୍ଣ ୩ଟା ବେଳେ ପଲିଗ୍ରାମର ଜଜାତିନଗର ଠାରେ ଏହି ଦୁର୍ଘଟଣା ଘଟିଛି।
କୋଠାର ଭଗ୍ନାବଶେଷ ହଟାଇବା ପାଇଁ ଜେସିବି ମେସିନ୍ ଲଗାଯାଇଥିବାବେଳେ ଡ୍ରିଲିଂ ମେସିନ୍ ବ୍ୟବହାର କରି ବଡ଼ ବଡ଼ ଚଟାଣ ଗୁଡ଼ିକୁ ଭାଙ୍ଗି ହଟାଯାଉଛି।
ଜଣେ ଅଧିକାରୀ କହିଛନ୍ତି ଯେ, କୋଠାଟି ଅତ୍ୟନ୍ତ ଦୁର୍ବଳ ଥିଲା। ମୁଖ୍ୟ ଅଗ୍ନିଶମ ଅଧିକାରୀ ବସନ୍ତ ପାରିକଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ଉଦ୍ଧାରକାର୍ଯ୍ୟର ତଦାରଖ କରିଛନ୍ତି।