ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହାସିକତା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର ୨୯।୮: ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହାସିକତା ପୁରସ୍କାର ଉତ୍ସବ ସମାରୋହ ଲୋକସେବା ଭବନ କନଭେନ୍ସନ୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଦେଶର ହକିର ବିକାଶ ଦିଗରେ ତାଙ୍କର କ’ଣ ଭୂମିକା ରହିଛି ସେ ସମ୍ପର୍କରେ ଆଲୋଚନା କରାଯାଇଛି । ଏଥିରେ ବିଭିନ୍ନ କ୍ରୀଡ଼ାବିତ, କୋଚ, କ୍ରୀଡା ସାମ୍ବାଦିକ, ସାହାସିକତା ଦେଖାଇ ଅନ୍ୟର ଜୀବନ ବଞ୍ଚାଇଥିବା ଛାତ୍ରଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା, ସାହାସିକତା ପୁରସ୍କାରରେ ସମ୍ମାନୀତ କରାଯାଇଛି । ନଦୀରେ ବୁଡିଯାଉଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ କେନ୍ଦ୍ରାପଡାର ଛାତ୍ର ରୁଦ୍ର ପ୍ରସାଦ ମଲ୍ଲିକ ଓ ତାଙ୍କ ମା’ ଜୟନ୍ତୀ ମଲ୍ଲିକଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଜାଭେଲିନ ଥ୍ରୋ ଖେଳାଳି କିଶୋର ଜେନାଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ, ପୂର୍ବତନ ଭାରତୀୟ ହକି ଖେଳାଳି ଲାଜରୁଷ ବାର୍ଲାଙ୍କୁ ଜୀବନ ବ୍ୟାପୀ ସାଧନା, ହକି କୋଚ ବିଜୟ ଲାକ୍ରାଙ୍କୁ ଶ୍ରେଷ୍ଠ କୋଚ, ଜାଫର ଇକବାଲ ଶ୍ରେଷ୍ଠ ପାରା କ୍ରୀଡ଼ାବିତ, ପ୍ରୀତିସ୍ମିତା ଭୋଇଙ୍କୁ ଶ୍ରେଷ୍ଠ କନିଷ୍ଠ ଖେଳାଳି, ବେଷ୍ଟ ଟେକ୍ନିକାଲ କୋଚ ଆୱାର୍ଡ ଭାବେ ରୂପନିତା ପଣ୍ଡା, ଶ୍ରେଷ୍ଠ ପାରା କ୍ରୀଡ଼ାବିତ ଭାବେ ମହମ୍ମଦ ଜାଫର, ହକି କୋଚ ବିଜୟ ଲାକ୍ରା ଏବଂ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀ
ଭୁବନେଶ୍ବର ୨୯।୮: ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହାସିକତା ପୁରସ୍କାର ଉତ୍ସବ ସମାରୋହ ଲୋକସେବା ଭବନ କନଭେନ୍ସନ୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଦେଶର ହକିର ବିକାଶ ଦିଗରେ ତାଙ୍କର କ’ଣ ଭୂମିକା ରହିଛି ସେ ସମ୍ପର୍କରେ ଆଲୋଚନା କରାଯାଇଛି । ଏଥିରେ ବିଭିନ୍ନ କ୍ରୀଡ଼ାବିତ, କୋଚ, କ୍ରୀଡା ସାମ୍ବାଦିକ, ସାହାସିକତା ଦେଖାଇ ଅନ୍ୟର ଜୀବନ ବଞ୍ଚାଇଥିବା ଛାତ୍ରଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା, ସାହାସିକତା ପୁରସ୍କାରରେ ସମ୍ମାନୀତ କରାଯାଇଛି । ନଦୀରେ ବୁଡିଯାଉଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ କେନ୍ଦ୍ରାପଡାର ଛାତ୍ର ରୁଦ୍ର ପ୍ରସାଦ ମଲ୍ଲିକ ଓ ତାଙ୍କ ମା’ ଜୟନ୍ତୀ ମଲ୍ଲିକଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଜାଭେଲିନ ଥ୍ରୋ ଖେଳାଳି କିଶୋର ଜେନାଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ, ପୂର୍ବତନ ଭାରତୀୟ ହକି ଖେଳାଳି ଲାଜରୁଷ ବାର୍ଲାଙ୍କୁ ଜୀବନ ବ୍ୟାପୀ ସାଧନା, ହକି କୋଚ ବିଜୟ ଲାକ୍ରାଙ୍କୁ ଶ୍ରେଷ୍ଠ କୋଚ, ଜାଫର ଇକବାଲ ଶ୍ରେଷ୍ଠ ପାରା କ୍ରୀଡ଼ାବିତ, ପ୍ରୀତିସ୍ମିତା ଭୋଇଙ୍କୁ ଶ୍ରେଷ୍ଠ କନିଷ୍ଠ ଖେଳାଳି, ବେଷ୍ଟ ଟେକ୍ନିକାଲ କୋଚ ଆୱାର୍ଡ ଭାବେ ରୂପନିତା ପଣ୍ଡା, ଶ୍ରେଷ୍ଠ ପାରା କ୍ରୀଡ଼ାବିତ ଭାବେ ମହମ୍ମଦ ଜାଫର, ହକି କୋଚ ବିଜୟ ଲାକ୍ରା ଏବଂ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଖବର ପରିବେଷଣ ପାଇଁ ଦୈନିକ ଓଡ଼ିଆ ଖବର କାଗଜ ପ୍ରମେୟର କ୍ରୀଡା ସାମ୍ବାଦିକ ସୁକେଶ ରଞ୍ଜନ ବେହେରାଙ୍କୁ ସମ୍ମାନୀତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କ୍ରୀଡା ସଚିବ ଭାସ୍କର ଜ୍ୟୋତି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
You Can Read:
ଏମିତି ବି ଆସେ ମୃତ୍ୟୁ, ଘରକୁ ଫେରୁଥିବା ବେଳେ ବସ୍ରେ ଟଳି ପଡିଲେ ଯାତ୍ରୀ