ଧର୍ମଘଟରୁ ଓହରିଲେ ବଙ୍ଗୀୟ ଆଳୁ ବ୍ୟବସାୟୀ, ଓଡ଼ିଶାକୁ ରପ୍ତାନୀ ନେଇ ନରମି ପାରନ୍ତି ମମତା

ଭୋଗରାଇ, ୩।୧ ୨( ପ୍ରଦୀପ ଦାସ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟର ଆଳୁର ଅଭାବ ଓ ବଜାର ଦର ନିୟନ୍ତ୍ରଣ ଲାଗି ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ ଲାଗି ପ୍ରଶାସନକୁ କଡା ନିର୍ଦ୍ଦେଶ ଦେବାପରେ ୫ ଦିନ ଧରି ଓଡ଼ିଶାରେ ଆଳୁର ଅଭାବ ଓ ବଜାର ଦର ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁବ୍ୟବସାୟୀ ସମିତି ଶୀତଳ ଭଣ୍ଡାରରେ ବିପୁଳ ପରିମାଣରେ ଗଚ୍ଛିତ ଥିବା […] The post ଧର୍ମଘଟରୁ ଓହରିଲେ ବଙ୍ଗୀୟ ଆଳୁ ବ୍ୟବସାୟୀ, ଓଡ଼ିଶାକୁ ରପ୍ତାନୀ ନେଇ ନରମି ପାରନ୍ତି ମମତା appeared first on Dharitri Odia News.

ଧର୍ମଘଟରୁ ଓହରିଲେ ବଙ୍ଗୀୟ ଆଳୁ ବ୍ୟବସାୟୀ, ଓଡ଼ିଶାକୁ ରପ୍ତାନୀ ନେଇ ନରମି ପାରନ୍ତି ମମତା

ଭୋଗରାଇ, ୩।୧ ୨( ପ୍ରଦୀପ ଦାସ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟର ଆଳୁର ଅଭାବ ଓ ବଜାର ଦର ନିୟନ୍ତ୍ରଣ ଲାଗି ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ ଲାଗି ପ୍ରଶାସନକୁ କଡା ନିର୍ଦ୍ଦେଶ ଦେବାପରେ ୫ ଦିନ ଧରି ଓଡ଼ିଶାରେ ଆଳୁର ଅଭାବ ଓ ବଜାର ଦର ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁବ୍ୟବସାୟୀ ସମିତି ଶୀତଳ ଭଣ୍ଡାରରେ ବିପୁଳ ପରିମାଣରେ ଗଚ୍ଛିତ ଥିବା ଆଳୁ ବିକ୍ରି କରି ନ ପାରି ପଚିଯିବା ଓ କ୍ଷତି ଆଶଙ୍କା କରି ମମତାଙ୍କ ସରକାର ଉପରେ ଚାପ ସୃଷ୍ଟି ନିମନ୍ତେ ସୋମବାର ମଧ୍ୟରାତ୍ରୀରୁ ୪ ୮୦ଟି ଶୀତଳଭଣ୍ଡାରରେ ତାଲା ଲଗାଇ କର୍ମ ବିରତି ଧର୍ମଘଟ କରିଆସୁଛନ୍ତି। ଆଳୁବ୍ୟବସାୟୀ ଓ ମମତାଙ୍କ ସରକାର ମୁହାଁମୁହିଁ ଅବସ୍ଥାକୁ ଆସିବାପରେ ରାଜ୍ୟରେ ପୁଣି ଏକ ବଡ ଆନ୍ଦୋଳନ ମୁଣ୍ଡ ନଟେକୁ ସେଥିପ୍ରତି ଦିଦିଙ୍କ ସରକାର ସଚେତନ ହୋଇ ରାଜ୍ୟର କୃଷି ବିପଣ ମନ୍ତ୍ରୀ ବିଚାରାମ ମାନ୍ନା ପୁଣି ଥରେ ଆଳୁବ୍ୟବସାୟୀଙ୍କୁ ବୈଠକରେ ବସିବାକୁ ଆମନ୍ତ୍ରଣ କରିଛନ୍ତି।

ଧର୍ମଘଟ ଯୋଗୁ ପଶ୍ଚିମ ବଙ୍ଗରେ ଗୋଟିଏ ଦିନରେ ପ୍ରଭାବ ପଡିଥିବାବେଳେ ଓଡିଶାକୁ ଗଳାବାଟ ଦେଇ ଆସୁଥିବା ଆଳୁ ଟ୍ରକ ବନ୍ଦ ହୋଇଛି l ଦିଦିଙ୍କ ରାଜ୍ୟରେ ସ୍ଥିତି ଅଣାୟତ୍ତ ହେବାକୁ ଯାଉଥିବା ଦୃଷ୍ଟିରୁ କୃଷିମନ୍ତ୍ରୀଙ୍କ ସବୁଜ ସଂକେତ ମିଳିବା ପରେ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତିର ସମସ୍ତ ସଦସ୍ୟ ମଙ୍ଗଳବାର ବର୍ଦ୍ଧମାନ ଜିଲାରେ ଏକ ଜରୁରୀ ବୈଠକକରି ଭବିଷ୍ୟତ କାର୍ଯ୍ୟପନ୍ଥା କୃଷିମନ୍ତ୍ରୀଙ୍କୁ ଅବଗତି କରାଯାଇଛି । ଭିନ୍ନ ରାଜ୍ୟକୁ ଆଳୁରପ୍ତାନି ହେବାକୁ କୃଷିମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମନାଇବା ନିମନ୍ତେ ସହମତି ପ୍ରକାଶପରେ ଗୁରୁବାରଠୁ ଆଳୁବ୍ୟବସାୟୀଙ୍କ କର୍ମ ବିରୋତି ଧର୍ମଘଟ ପ୍ରତ୍ୟାହୃତ ହେବ ବୋଲି ଆଳୁ ବ୍ୟବସାୟୀ ସମିତିର ମହାସଚିବ ଲାଲୁ ମୁଖାର୍ଜୀ ସୂଚନା ଦେଇଛନ୍ତି । ତେବେ କେଉଁ ଦିନ ଓ କେବେ ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ଉପରେ ଆଲୋଚନା ହେବ ସେ ବିଷୟରେ ସ୍ପଷ୍ଟ ତାରିଖ ଜଣାପଡି ନାହିଁ l ଅପରପକ୍ଷରେ ଓଡିଶାରେ ଆଳୁ ହାଟ ବଜାରରେ ଅଭାବ ସହିତ ବଜାର ଦର ନିୟନ୍ତ୍ରଣ ନ ହେବାରୁ ବେପାରୀ ବିଭିନ୍ନ ସ୍ଥାନରେ ମନଇଚ୍ଛା ଖାଉଟିଙ୍କ ଠାରୁ ଦାମ ଅଧିକ ନେଉଥିବାର ନଜରକୁ ଆସିଛି ।

The post ଧର୍ମଘଟରୁ ଓହରିଲେ ବଙ୍ଗୀୟ ଆଳୁ ବ୍ୟବସାୟୀ, ଓଡ଼ିଶାକୁ ରପ୍ତାନୀ ନେଇ ନରମି ପାରନ୍ତି ମମତା appeared first on Dharitri Odia News.