ଭାଜପା ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର,୭।୪: ଭାଜପାକୁ ବଡ଼ ଝଟ୍‌କା। ଦଳ ଛାଡ଼ିଛନ୍ତି ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଭାଜପା ଛାଡ଼ିଛନ୍ତି ଲେଖାଶ୍ରୀ । ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ଓ ଭାଜପାର ଉପ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଲେଖାଶ୍ରୀ ୧୦ ବର୍ଷ ଧରି ଭାଜପାର ଦାୟିତ୍ୱରେ ଥିଲେ । ସେ ତାଙ୍କ ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି।   pic.twitter.com/pADu0mKQps — Lekha Samantsinghar […] The post ଭାଜପା ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର appeared first on Dharitri Odia News.

ଭାଜପା ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର,୭।୪: ଭାଜପାକୁ ବଡ଼ ଝଟ୍‌କା। ଦଳ ଛାଡ଼ିଛନ୍ତି ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଭାଜପା ଛାଡ଼ିଛନ୍ତି ଲେଖାଶ୍ରୀ । ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ଓ ଭାଜପାର ଉପ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଲେଖାଶ୍ରୀ ୧୦ ବର୍ଷ ଧରି ଭାଜପାର ଦାୟିତ୍ୱରେ ଥିଲେ । ସେ ତାଙ୍କ ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି।

 

ସୋସିଆଲ ମିଡିଆ ମାଧ୍ୟମରେ ସେ ଦଳ ଛାଡ଼ିଥବା ନେଇ ସୂଚନା ଦେଇଛନ୍ତି । ସେ ଇସ୍ତଫାପତ୍ରରେ ଲେଖିଛନ୍ତି, ଶୀର୍ଷ ନେତୃତ୍ୱଙ୍କର ବିଶ୍ବାସଭାଜନ ହୋଇପାରିନି । ଗତ ୧୦ ବର୍ଷ ଧରି ମୁଁ ଭାରତୀୟ ଜନତା ପାର୍ଟିକୁ ମୋର ଝାଳ ଓ ରକ୍ତ ଦେଇଛି। ଶୃଙ୍ଖଳିତ ଭାବେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇପାରିଲି ନାହିଁ। ତେଣୁ ଏଠାରେ ମୋର ଆଉ କିଛି କରିବାକୁ ବାକି ନାହିଁ ବୋଲି ମୁଁ ଅନୁଭବ କରୁଛି। ଓ ଲୋକଙ୍କ ସେବା କରିବା ପାଇଁ ମୋର ଯେଉଁ ଆଗ୍ରହ ରହିଛି ତାହା ବାଧାପ୍ରାପ୍ତ ହୋଇଛି। ଏତେ ବର୍ଷ ଧରି ଦଳ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ।

The post ଭାଜପା ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର appeared first on Dharitri Odia News.