୧୮ ବର୍ଷ ବୟସରେ କରିଛନ୍ତି କେବଳ ୪ଟି ଫିଲ୍ମ, କିନ୍ତୁ କୋଟିକୋଟି ଟଙ୍କାର ଅଟନ୍ତି ମାଲିକାଣୀ

ନୂଆଦିଲ୍ଲୀ ୨୦।୦୩: ପରିଚୟ ଦେଲା ‘ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ । ଭିକି କୌଶଲଙ୍କ ସହ କାମ କରି ହୋଇଛନ୍ତି ପ୍ରସିଦ୍ଧ । ୧୮ ବର୍ଷ ବୟସରେ କିନ୍ତୁ ରୋଜଗାର କୋଟି । ସେ ତାଙ୍କ କ୍ୟାରିୟର୍‌ରେ  କରିଛନ୍ତି କେବଳ ୪ଟି ଫିଲ୍ମ । କିନ୍ତୁ ତାଙ୍କ ମୋଟ ସମ୍ପତି କୋଟି କୋଟି । ଖାସ୍ କରି ଇନଷ୍ଟାଗ୍ରାମ କରିଛି ତାଙ୍କୁ ଲୋକପ୍ରିୟ ।  ଫଲୋଅର୍ସ ଦୃଷ୍ଟିରୁ ସେ ବଡ ବଡ କଳାକାରଙ୍କୁ ପଛରେ ପକାଇଛନ୍ତି । ଏ ହେଉଛନ୍ତି ରିଭା ଅରୋରା । ‘ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ରେ ଅଭିନୟ କରିଥିଲେ ରିଭା । ସେ ଏହି ଫିଲ୍ମରୁ ହିଁ ପାଇଥିଲେ ପ୍ରସିଦ୍ଧି । ଅଭିନେତ୍ରୀଙ୍କ ବୟସ ମାତ୍ର ୧୮ ବର୍ଷ । ସୋସିଆଲ ମିଡିଆରେ ବହୁତ ସକ୍ରିୟ ରିଭା । ପ୍ରତିଦିନ ସେ ନିଜର କିଛି ନା କିଛି ଫଟୋ ଶେୟାର୍ କରନ୍ତି । ରିଭା ବଲିଉଡରେ ମାତ୍ର 4ଟି ଫିଲ୍ମରେ କାମ କରିଛନ୍ତି । କିନ୍ତୁ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କୌଣସି ଜଣେ ଶ୍ରେଷ୍ଠ ଅଭିନେତ୍ରୀଙ୍କ ତୁଳନାରେ କମ୍ ନୁହେଁ । ଫ୍ୟାନ୍ସ ଓ ଫଲୋର୍ସଙ୍କ ମାମଲାରେ ସେ ମଧ୍ୟ ଅନେକ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି। ରିଭା ଅରୋରା ତାଙ୍କ ଅଭିନୟ କ୍ୟାରିୟରରେ ୪ଟି ଫିଲ୍ମ ଏବଂ ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି । ସେ ପ୍ରଥମେ ‘ମର୍ଦ କୋ ଦର୍ଦ ନେହିଁ ହୋତା’ ଫିଲ୍ମରେ କାମ କରିଥିଲେ । ଏହି ଚଳଚ୍ଚିତ୍ର ୨୦୧୮ରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ‘ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍’, ‘ସେକ୍ସ ୩୭୫’ ଏବଂ ‘ଗୁଞ୍

୧୮ ବର୍ଷ ବୟସରେ କରିଛନ୍ତି କେବଳ ୪ଟି ଫିଲ୍ମ, କିନ୍ତୁ କୋଟିକୋଟି ଟଙ୍କାର ଅଟନ୍ତି ମାଲିକାଣୀ

ନୂଆଦିଲ୍ଲୀ ୨୦।୦୩: ପରିଚୟ ଦେଲା ‘ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ । ଭିକି କୌଶଲଙ୍କ ସହ କାମ କରି ହୋଇଛନ୍ତି ପ୍ରସିଦ୍ଧ । ୧୮ ବର୍ଷ ବୟସରେ କିନ୍ତୁ ରୋଜଗାର କୋଟି । ସେ ତାଙ୍କ କ୍ୟାରିୟର୍‌ରେ  କରିଛନ୍ତି କେବଳ ୪ଟି ଫିଲ୍ମ । କିନ୍ତୁ ତାଙ୍କ ମୋଟ ସମ୍ପତି କୋଟି କୋଟି । ଖାସ୍ କରି ଇନଷ୍ଟାଗ୍ରାମ କରିଛି ତାଙ୍କୁ ଲୋକପ୍ରିୟ ।  ଫଲୋଅର୍ସ ଦୃଷ୍ଟିରୁ ସେ ବଡ ବଡ କଳାକାରଙ୍କୁ ପଛରେ ପକାଇଛନ୍ତି । 

ଏ ହେଉଛନ୍ତି ରିଭା ଅରୋରା । ‘ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ରେ ଅଭିନୟ କରିଥିଲେ ରିଭା । ସେ ଏହି ଫିଲ୍ମରୁ ହିଁ ପାଇଥିଲେ ପ୍ରସିଦ୍ଧି । ଅଭିନେତ୍ରୀଙ୍କ ବୟସ ମାତ୍ର ୧୮ ବର୍ଷ । ସୋସିଆଲ ମିଡିଆରେ ବହୁତ ସକ୍ରିୟ ରିଭା । ପ୍ରତିଦିନ ସେ ନିଜର କିଛି ନା କିଛି ଫଟୋ ଶେୟାର୍ କରନ୍ତି । ରିଭା ବଲିଉଡରେ ମାତ୍ର 4ଟି ଫିଲ୍ମରେ କାମ କରିଛନ୍ତି । କିନ୍ତୁ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କୌଣସି ଜଣେ ଶ୍ରେଷ୍ଠ ଅଭିନେତ୍ରୀଙ୍କ ତୁଳନାରେ କମ୍ ନୁହେଁ । ଫ୍ୟାନ୍ସ ଓ ଫଲୋର୍ସଙ୍କ ମାମଲାରେ ସେ ମଧ୍ୟ ଅନେକ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି। 

ରିଭା ଅରୋରା ତାଙ୍କ ଅଭିନୟ କ୍ୟାରିୟରରେ ୪ଟି ଫିଲ୍ମ ଏବଂ ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି । ସେ ପ୍ରଥମେ ‘ମର୍ଦ କୋ ଦର୍ଦ ନେହିଁ ହୋତା’ ଫିଲ୍ମରେ କାମ କରିଥିଲେ । ଏହି ଚଳଚ୍ଚିତ୍ର ୨୦୧୮ରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ‘ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍’, ‘ସେକ୍ସ ୩୭୫’ ଏବଂ ‘ଗୁଞ୍ଜନ ସକ୍ସେସ୍ ଦ କାର୍ଗିଲ୍ ଗାର୍ଲ’ରେ କାମ କରିଥିଲେ। ଏହି ଚାରୋଟି ଫିଲ୍ମରେ ରିଭାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ରିଭା ଟିଭିଏଫ୍ ଟ୍ରିପଲିଂରେ ମଧ୍ୟ କାମ କରିଥିଲେ । 

ତାଙ୍କୁ ଶୋ’ର ଏକ ଗୀତରେ ଦେଖିବାକୁ ମିଳିଥିଲା । ଫିଲ୍ମ ବ୍ୟତୀତ ରିଭା ଅନେକ ମ୍ୟୁଜିକାଲ୍ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି। ଲଗଜୁରୀ କାରର ସଉକ୍‌ ରଖନ୍ତି ରିଭା । ଇନ୍‌ଷ୍ଟାଗ୍ରାମ୍‌ରେ ଯେତେବେଳେ ତାଙ୍କର ୧୦ ମିଲିୟନ୍ ଫଲୋର୍ସ ଥିଲେ, ସେତେବେଳେ ସେ ଏକ ଅଡି Q3 କିଣିଥିଲେ । ଏକ ରିପୋର୍ଟ ଅନୁଯାୟୀ, ରିଭାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୮.୨ କୋଟି ଟଙ୍କା। ରିଭା ଅନେକ ବଡ ବଡ ବ୍ରାଣ୍ଡକୁ ମଧ୍ୟ ସମର୍ଥନ କରନ୍ତି । ଯେଉଁଥିରୁ ସେ ଭଲ ପରିମାଣ ରୋଜଗାର କରନ୍ତି।

ଇନ୍‌ଷ୍ଟାଗ୍ରାମରେ ଫଲୋ କରୁଥିବା ରିଭାଙ୍କ ପ୍ରଶଂସକ କରିସ୍ମା କପୁରଙ୍କ ଅପେକ୍ଷା ଅଧିକ। କରିସ୍ମାଙ୍କ ଫଲୋର୍ସ ୮.୩ ମିଲିୟନ ହୋଇଥିବା ବେଳେ ରିଭାଙ୍କୁ ୧୧.୨ ମିଲିୟନ ଲୋକ ଫଲୋ କରୁଛନ୍ତି। ଫଲୋଇଙ୍ଗ୍ ମାମଲାରେ ରିଭା କ୍ରିତି ଖରବଣ୍ଡାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଏହାସହିତ ଆହୁରି ଅନେକ ମଧ୍ୟ ବଲିଉଡ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କଠାରୁ ରିଭାଙ୍କର ଅଧିକ ପ୍ରଶଂସକ ଅଛନ୍ତି।