୪୮ତମ କୋପା ଆମେରିକା କପ୍‌; କଲମ୍ବିଆ ଓ ବ୍ରାଜିଲର ଦମ୍‌ଦାର ବିଜୟ

ନ୍ୟୁୟର୍କ,୩୦/୬: ୪୮ ତମ କୋପା ଆମେରିକା କପ୍‌ରେ କଲମ୍ବିଆ ଓ ବ୍ରାଜିଲ୍‌ ଦମ୍‌ଦାର ବିଜୟ । କଲମ୍ବିଆ କ୍ରମାଗତ ଦ୍ୱିତୀୟ ବିଜୟ ସହ   କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ।  ପ୍ରଥମ ମ୍ୟାଚ୍‌ ଡ୍ର’ ରଖିଥିବା ବ୍ରାଜିଲ୍‌ ଦ୍ବିତୀୟ ମ୍ୟାଚରେ ବିଜୟ ଖାତା ଖୋଲି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।   ବ୍ରାଜିଲ୍‌ ୪-୧ ପାରାଗୁଏ ଲାସ ଭେଗାସ୍‌ ସ୍ଥିତ ଆଲେ ଜାଏଣ୍ଟ  ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ଗ୍ରୁପ୍‌-ଡି’ର ଏହି   ମ୍ୟାଚ୍‌ରେ ବ୍ରାଜିଲ୍‌ ପ୍ରଭାବ ବିସ୍ତାର କରି   ଖେଳି ୪-୧ ଗୋଲ୍‌ରେ ବିଜୟ  ହାସଲ କରିଥିଲା । ରିୟଲ ମାଦ୍ରିଦ  ପକ୍ଷରୁ ଖେଳୁଥିବା ଷ୍ଟାର୍‌ ଷ୍ଟ୍ରାଇକର ଭିନିସିୟସ ଜୁନିୟର ୨ଟି ଗୋଲ୍‌   କରିଥିଲେ । ସେହିପରି ୪୩ତମ ମିନିଟ୍‌ରେ ସାଭିଓ ଏକ ଗୋଲ୍‌ କରିଥିବାବେଳେ ୬୫ତମ ମିନିଟ୍‌ରେ ଲୁକାସ ପାକ୍ୱେଟା ଏକ  ପେନାଲ୍ଟିକୁ ଗୋଲ୍‌ରେ ପରିଣତ କରିଥିଲେ । ପାରାଗୁଏ ପକ୍ଷରୁ ଓମାର ଆଲଡରେଟ୍‌ ୪୮ତମ ମିନିଟ୍‌ରେ ଏକମାତ୍ର ଗୋଲ ପରିଶୋଧ କରିବାରେ ସଫଳ ହୋଇଥିଲେ ।  ସେପଟେ କଲମ୍ବିଆ ୩-୦ କୋଷ୍ଟା ରିକା ଆରିଜୋନା ସ୍ଥାନ ଫୋନିକ୍ସ ଷ୍ଟାଡ଼ିୟମ୍‌ରେ  ଅନୁଷ୍ଠିତ ମ୍ୟାଚ୍‌ରେ କଲମ୍ବିଆ ୩-୦ ଗୋଲ୍‌ରେ କୋଷ୍ଟାରିକାକୁ ହରାଇଥିଲା । ୩୧ତମ ମିନିଟ୍‌ରେ କଲମ୍ବିଆକୁ ଏକ ପେନାଲ୍ଟି  ମିଳିଥିଲା । ଦଳ ପକ୍ଷରୁ ଲୁଇସ ଡାଏଜ  ଏହାକୁ ଗୋଲ୍‌ରେ ପରିଣତ କରିଥିଲେ । ସେହିପରି ୫୯ତମ ମିନିଟ୍‌ରେ ଡାଭିନସନ  ସାଞ୍ଚେଜ ଦ୍ୱିତୀୟ

୪୮ତମ କୋପା ଆମେରିକା କପ୍‌; କଲମ୍ବିଆ ଓ ବ୍ରାଜିଲର ଦମ୍‌ଦାର ବିଜୟ

ନ୍ୟୁୟର୍କ,୩୦/୬: ୪୮ ତମ କୋପା ଆମେରିକା କପ୍‌ରେ କଲମ୍ବିଆ ଓ ବ୍ରାଜିଲ୍‌ ଦମ୍‌ଦାର ବିଜୟ । କଲମ୍ବିଆ କ୍ରମାଗତ ଦ୍ୱିତୀୟ ବିଜୟ ସହ   କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ।  ପ୍ରଥମ ମ୍ୟାଚ୍‌ ଡ୍ର’ ରଖିଥିବା ବ୍ରାଜିଲ୍‌ ଦ୍ବିତୀୟ ମ୍ୟାଚରେ ବିଜୟ ଖାତା ଖୋଲି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।   

ବ୍ରାଜିଲ୍‌ ୪-୧ ପାରାଗୁଏ ଲାସ ଭେଗାସ୍‌ ସ୍ଥିତ ଆଲେ ଜାଏଣ୍ଟ  ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ଗ୍ରୁପ୍‌-ଡି’ର ଏହି   ମ୍ୟାଚ୍‌ରେ ବ୍ରାଜିଲ୍‌ ପ୍ରଭାବ ବିସ୍ତାର କରି   ଖେଳି ୪-୧ ଗୋଲ୍‌ରେ ବିଜୟ  ହାସଲ କରିଥିଲା । ରିୟଲ ମାଦ୍ରିଦ  ପକ୍ଷରୁ ଖେଳୁଥିବା ଷ୍ଟାର୍‌ ଷ୍ଟ୍ରାଇକର ଭିନିସିୟସ ଜୁନିୟର ୨ଟି ଗୋଲ୍‌   କରିଥିଲେ । ସେହିପରି ୪୩ତମ ମିନିଟ୍‌ରେ ସାଭିଓ ଏକ ଗୋଲ୍‌ କରିଥିବାବେଳେ ୬୫ତମ ମିନିଟ୍‌ରେ ଲୁକାସ ପାକ୍ୱେଟା ଏକ  ପେନାଲ୍ଟିକୁ ଗୋଲ୍‌ରେ ପରିଣତ କରିଥିଲେ । ପାରାଗୁଏ ପକ୍ଷରୁ ଓମାର ଆଲଡରେଟ୍‌ ୪୮ତମ ମିନିଟ୍‌ରେ ଏକମାତ୍ର ଗୋଲ ପରିଶୋଧ କରିବାରେ ସଫଳ ହୋଇଥିଲେ ।  

ସେପଟେ କଲମ୍ବିଆ ୩-୦ କୋଷ୍ଟା ରିକା ଆରିଜୋନା ସ୍ଥାନ ଫୋନିକ୍ସ ଷ୍ଟାଡ଼ିୟମ୍‌ରେ  ଅନୁଷ୍ଠିତ ମ୍ୟାଚ୍‌ରେ କଲମ୍ବିଆ ୩-୦ ଗୋଲ୍‌ରେ କୋଷ୍ଟାରିକାକୁ ହରାଇଥିଲା । ୩୧ତମ ମିନିଟ୍‌ରେ କଲମ୍ବିଆକୁ ଏକ ପେନାଲ୍ଟି  ମିଳିଥିଲା । ଦଳ ପକ୍ଷରୁ ଲୁଇସ ଡାଏଜ  ଏହାକୁ ଗୋଲ୍‌ରେ ପରିଣତ କରିଥିଲେ । ସେହିପରି ୫୯ତମ ମିନିଟ୍‌ରେ ଡାଭିନସନ  ସାଞ୍ଚେଜ ଦ୍ୱିତୀୟ ଓ ୬୨ତମ ମିନିଟ୍‌ରେ  ଜନ କର୍ଡୋନା ତୃତୀୟ ଗୋଲ୍‌ କରିଥିଲେ ।