ତୃତୀୟ ଦିନରେ ITI ଅତିଥି ପ୍ରଶିକ୍ଷକଙ୍କ ଆମରଣ ଅନଶନ, ୪ ଜଣ ଅସୁସ୍ଥ ହୋଇ SCB ମେଡିକାଲରେ ଭର୍ତ୍ତି
କଟକ: ରାଜ୍ୟରେ ସରକାରୀ ଆଇ ଟି ଆଇ ଗୁଡ଼ିକରେ କାର୍ଯ୍ୟରତ ଶତାଧିକ ଅତିଥି ପ୍ରଶିକ୍ଷକ ମାନଙ୍କର ଆମରଣ ଅନଶନ ତୃତୀୟ ଦିନରେ ପହଞ୍ଚିଛି। ଅନଶନରତ ଅତିଥି ପ୍ରଶିକ୍ଷକଙ୍କ ମଧ୍ୟରୁ ଚାରି ଜଣ ଅସୁସ୍ଥ ହୋଇ ଏସ୍ ସି ଵି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଗର୍ଭବତୀ ଯୁବତୀ ମଧ୍ୟ ବସି ରହିଛନ୍ତି ଅନଶନରେ। ସେପଟେ କଂଗ୍ରେସ ପ୍ରତିନିଧି ଦଳ ଅନଶନରତ ପ୍ରଶିକ୍ଷକ ମାନଙ୍କୁ ଭେଟି ସରକାରଙ୍କ ନିକଟରେ ଦାଵି ଉପସ୍ଥାପନ କରିବାର ପ୍ରତିଶୃତି ଦେଇଛନ୍ତି।କଟକ ସରକାରୀ ଆଇ ଟି ଆଇରେ ଅତିଥି ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଶୁଭସ୍ମିତା ଗର୍ଭବତୀ ଅଛନ୍ତି। ତଥାପି ଦାବି ହାସଲ ପାଇଁ କଟକର ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଆଗରେ ଆମରଣ ଅନଶନରେ ଯୋଗ ଦେଇଛନ୍ତି ଶୁଭସ୍ମିତା। ଶୁଭସ୍ମିତାଙ୍କ କହିଵା ଅନୁସାରେ ଦୀର୍ଘ ୩୦ଵର୍ଷ ହେବ ଅତିଥି ପ୍ରଶିକ୍ଷକ ପରମ୍ପରା ସରକାରୀ ଆଇ ଟି ଆଇ ଗୁଡ଼ିକରେ ଚାଲି ଆସୁଛି। ଚାକିରି ସର୍ତ୍ତାବଳୀ ଏଭଳି ଯେ, ସମସ୍ତଙ୍କ ପାଇଁ ମାତୃତ୍ତ୍ବ ଛୁଟି ଥିଲେ ମଧ୍ୟ ତାଙ୍କ ଭଳି ଅତିଥି ପ୍ରଶିକ୍ଷକ ମାନଙ୍କ ପାଇଁ ସେ ଵ୍ୟଵସ୍ଥା ଲାଗୁ କରାଯାଉ ନାହିଁ। ଏହା ସହ ଦିନ ମଜୁରିଆ ଭଳି ସେମାନେ ଦୀର୍ଘ ଵର୍ଷ ହେଲା କାମ କରି ଆସୁଛନ୍ତି। ଚାକିରିର କୈାଣସି ନିଶ୍ଚିତତା ନାହିଁ କି ସ୍ଥାୟିତ୍ବ ନାହିଁ।ତିନି ଦିନ ଧରି ଅନସନରେ ଵସିଵା କାରଣରୁ ଚାରି ଜଣ ଅତିଥି ପ୍ରଶିକ୍ଷକଙ୍କର ସ୍ବାସ୍ଥ୍ୟ ଅଵସ୍ଥା ଵିଗଡି ଯାଇଛି। ଅସୁସ୍ଥ ଅତିଥି ପ୍ରଶି
କଟକ: ରାଜ୍ୟରେ ସରକାରୀ ଆଇ ଟି ଆଇ ଗୁଡ଼ିକରେ କାର୍ଯ୍ୟରତ ଶତାଧିକ ଅତିଥି ପ୍ରଶିକ୍ଷକ ମାନଙ୍କର ଆମରଣ ଅନଶନ ତୃତୀୟ ଦିନରେ ପହଞ୍ଚିଛି। ଅନଶନରତ ଅତିଥି ପ୍ରଶିକ୍ଷକଙ୍କ ମଧ୍ୟରୁ ଚାରି ଜଣ ଅସୁସ୍ଥ ହୋଇ ଏସ୍ ସି ଵି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଗର୍ଭବତୀ ଯୁବତୀ ମଧ୍ୟ ବସି ରହିଛନ୍ତି ଅନଶନରେ। ସେପଟେ କଂଗ୍ରେସ ପ୍ରତିନିଧି ଦଳ ଅନଶନରତ ପ୍ରଶିକ୍ଷକ ମାନଙ୍କୁ ଭେଟି ସରକାରଙ୍କ ନିକଟରେ ଦାଵି ଉପସ୍ଥାପନ କରିବାର ପ୍ରତିଶୃତି ଦେଇଛନ୍ତି।
କଟକ ସରକାରୀ ଆଇ ଟି ଆଇରେ ଅତିଥି ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଶୁଭସ୍ମିତା ଗର୍ଭବତୀ ଅଛନ୍ତି। ତଥାପି ଦାବି ହାସଲ ପାଇଁ କଟକର ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଆଗରେ ଆମରଣ ଅନଶନରେ ଯୋଗ ଦେଇଛନ୍ତି ଶୁଭସ୍ମିତା। ଶୁଭସ୍ମିତାଙ୍କ କହିଵା ଅନୁସାରେ ଦୀର୍ଘ ୩୦ଵର୍ଷ ହେବ ଅତିଥି ପ୍ରଶିକ୍ଷକ ପରମ୍ପରା ସରକାରୀ ଆଇ ଟି ଆଇ ଗୁଡ଼ିକରେ ଚାଲି ଆସୁଛି। ଚାକିରି ସର୍ତ୍ତାବଳୀ ଏଭଳି ଯେ, ସମସ୍ତଙ୍କ ପାଇଁ ମାତୃତ୍ତ୍ବ ଛୁଟି ଥିଲେ ମଧ୍ୟ ତାଙ୍କ ଭଳି ଅତିଥି ପ୍ରଶିକ୍ଷକ ମାନଙ୍କ ପାଇଁ ସେ ଵ୍ୟଵସ୍ଥା ଲାଗୁ କରାଯାଉ ନାହିଁ। ଏହା ସହ ଦିନ ମଜୁରିଆ ଭଳି ସେମାନେ ଦୀର୍ଘ ଵର୍ଷ ହେଲା କାମ କରି ଆସୁଛନ୍ତି। ଚାକିରିର କୈାଣସି ନିଶ୍ଚିତତା ନାହିଁ କି ସ୍ଥାୟିତ୍ବ ନାହିଁ।
ତିନି ଦିନ ଧରି ଅନସନରେ ଵସିଵା କାରଣରୁ ଚାରି ଜଣ ଅତିଥି ପ୍ରଶିକ୍ଷକଙ୍କର ସ୍ବାସ୍ଥ୍ୟ ଅଵସ୍ଥା ଵିଗଡି ଯାଇଛି। ଅସୁସ୍ଥ ଅତିଥି ପ୍ରଶିକ୍ଷକ ମାନଙ୍କୁ ଚିକିତ୍ସା ପାଇଁ ଏସ୍ ସି ଵି ମେଡିକାଲ ରେ ଭର୍ତ୍ତି କରାଯାଇଛି। ସେପଟେ କଂଗ୍ରେସ ନେତା ମହମ୍ମଦ ମୋକିମ ଆଜି ଅନଶନରତ ଅତିଥି ପ୍ରଶିକ୍ଷକ ମାନଙ୍କୁ ଭେଟି ସେମାନଙ୍କ ଦାଵି ପ୍ରତି କଂଗ୍ରେସର ସହୃଦୟତା ଅଛି ବୋଲି ଆଶ୍ଵସନା ଦେଇଛନ୍ତି। ଏହା ସହ ଅତିଥି ପ୍ରଶିକ୍ଷକ ମାନଙ୍କର ଦାଵି ପ୍ରତି କଂଗ୍ରେସ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଵ ଵୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋକିମ। ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ମଧ୍ୟ ଅନଶନରତ ଅତିଥି ପ୍ରଶିକ୍ଷକ ମାନଙ୍କୁ ଭେଟି ପ୍ରାଥମିକ ଆଲୋଚନା କରିଛନ୍ତି। ରାଜ୍ୟରେ ୭୨ଟି ସରକାରୀ ଆଇ ଟି ଆଇରେ ଏଵେ ୬୧୬ଜଣ ଅତିଥି ପ୍ରଶିକ୍ଷକ କାର୍ଯ୍ୟରତ ଅଛନ୍ତି।