ସଲ୍ମାନଙ୍କ ଘର ଉପରକୁ ଗୁଳିମାଡ ଘଟଣା, ଅନ୍ମୋଲକୁ ଭାରତ ଫେରାଇ ଆଣିବାକୁ ପ୍ରସ୍ତୁତି ଆରମ୍ଭ
ମୁମ୍ବାଇ ୦୨/୧୧: ବଲିଉଡ ଷ୍ଟାର ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ ଘଟଣା । ଆକ୍ସନ ମୋଡ୍ରେ ମୁମ୍ବାଇ ପୋଲିସ । ଆମେରିକାରେ ରହୁଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲକୁ ଭାରତ ଫେରାଇ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛି ମୁମ୍ବାଇ ପୋଲିସ । କୁହାଯାଉଛି ଲରେନ୍ସ ଭଳି ଅନ୍ମୋଲ ମଧ୍ୟ ଅପରାଧ ଦୁନିଆରେ ବେଶ ଆକ୍ଟିଭ । ସେ ଆମେରିକା ଓ କାନାଡାରେ ନିଜର ଗ୍ୟାଙ୍ଗ ଚଳାଉଛି । ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ କ୍ରମରେ ଅଦାଲତ ଅନ୍ମୋଲର ଗିରଫ ପାଇଁ ପ୍ରଥମରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା । ଏହା ସହ ବିଦେଶରେ ତାକୁ ଖୋଜିବା ପାଇଁ ରେଡକର୍ଣ୍ଣର ନୋଟିସ୍ ଜାରି କରାଯାଇଛି। ଅନମୋଲକୁ ନେଇ NIA ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଅକ୍ଟୋବର ୧୬ରେ ମୁମ୍ବାଇ ପୋଲିସର ଅନୁରୋଧକୁ ଅଦାଲତ ଅନୁମତି ଦେଇଥିଲେ ।