ବିଦେଶରେ MBBS କରିବା ପାଇଁ ନିଟ୍ ୟୁଜି ପାସ୍ କରିବା ବାଧ୍ୟତାମୂଳକ, MCI ନିୟମକୁ 'ସୁପ୍ରିମ୍' ମଞ୍ଜୁରି
ନୂଆଦିଲ୍ଲୀ: ବିଦେଶରେ ଏମ୍ବିବିଏସ୍ କରିବା ପାଇଁ ମଧ୍ୟ ନିଟ୍ ୟୁଜି ପରୀକ୍ଷା ପାସ୍ କରିବା ବାଧ୍ୟତାମୂଳକ । ସୁପ୍ରିମକୋର୍ଟ ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆର ଏହି ନିୟମକୁ ବଳବତ୍ତର ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୮ରେ ଲାଗୁ କରାଯାଇଥିବା ଏହି ନିୟମ ବିଦେଶରେ ମେଡିକାଲ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭାରତରେ ମେଡିସିନ୍ ପ୍ରାକ୍ଟିସ୍ କରିବା ପାଇଁ ଜରୁରୀ ମାନଦଣ୍ଡ ପୂରଣକୁ ସୁନିଶ୍ଚିତ କରୁଛି । ଶୀର୍ଷ ଅଦାଲତ ନିଜ ରାୟରେ କହିଛନ୍ତି ଯେ ଏହି ନିୟମ ନିରପେକ୍ଷ ଓ ପାରଦର୍ଶୀ ଅଟେ ଏବଂ କୌଣସି ବି ବୈଧାନିକ ପ୍ରବଧାନ କିମ୍ୱା ସମ୍ୱିଧାନର ବିରୁଦ୍ଧାଚରଣ ନୁହେଁ । ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ନିୟମ ଇଣ୍ଡିଆନ ମେଡିକାଲ୍ କାଉନସିଲ୍ ଆକ୍ଟ ୧୯୫୬ର କୌଣସି ପ୍ରାବଧାନର ବିପରୀତ ନୁହେଁ ଓ କୌଣସି ପ୍ରକାରେ ଭୁଲ ନୁହେଁ । ନିଟ୍ ୟୁଜି ପାସ୍ କରିବାର ଆବଶ୍ୟକତା ଗ୍ରାଜୁଏଟ୍ ମେଡିକାଲ୍ ମେଡିକାଲ୍ ଏଜୁକେସନ ରେଗୁଲେସନ, ୧୯୯୭ରେ ନିର୍ଦ୍ଧାରିତ ଯୋଗ୍ୟ ମାନଦଣ୍ଡ ପୂରଣ ଅତିରିକ୍ତ ଅଟେ । ସୁପ୍ରିମକୋର୍ଟରେ ଜଷ୍ଟିସ୍ ବି ଆର ଗଭଇ ଏବଂ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଆବେଦନ ଉପରେ ଶୁଣାଣି କରିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ୨୦୧୮ରୁ ବିଦେଶରେ ଏମ୍ବିବିଏସ୍ କରି ଭାରତରେ ଡାକ୍ତର ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବି ୟୁଜି ନିଟ୍ ବାଧ୍ୟତାମୂଳକ କରାଯାଇଥିଲା । ଆବେଦନକାରୀ ଏମ୍ସିଆଇ ନିୟମକୁ ଚ୍ୟାଲେଞ୍ଜ ଦେଇ ତ
ନୂଆଦିଲ୍ଲୀ: ବିଦେଶରେ ଏମ୍ବିବିଏସ୍ କରିବା ପାଇଁ ମଧ୍ୟ ନିଟ୍ ୟୁଜି ପରୀକ୍ଷା ପାସ୍ କରିବା ବାଧ୍ୟତାମୂଳକ । ସୁପ୍ରିମକୋର୍ଟ ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆର ଏହି ନିୟମକୁ ବଳବତ୍ତର ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୮ରେ ଲାଗୁ କରାଯାଇଥିବା ଏହି ନିୟମ ବିଦେଶରେ ମେଡିକାଲ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭାରତରେ ମେଡିସିନ୍ ପ୍ରାକ୍ଟିସ୍ କରିବା ପାଇଁ ଜରୁରୀ ମାନଦଣ୍ଡ ପୂରଣକୁ ସୁନିଶ୍ଚିତ କରୁଛି । ଶୀର୍ଷ ଅଦାଲତ ନିଜ ରାୟରେ କହିଛନ୍ତି ଯେ ଏହି ନିୟମ ନିରପେକ୍ଷ ଓ ପାରଦର୍ଶୀ ଅଟେ ଏବଂ କୌଣସି ବି ବୈଧାନିକ ପ୍ରବଧାନ କିମ୍ୱା ସମ୍ୱିଧାନର ବିରୁଦ୍ଧାଚରଣ ନୁହେଁ । ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ନିୟମ ଇଣ୍ଡିଆନ ମେଡିକାଲ୍ କାଉନସିଲ୍ ଆକ୍ଟ ୧୯୫୬ର କୌଣସି ପ୍ରାବଧାନର ବିପରୀତ ନୁହେଁ ଓ କୌଣସି ପ୍ରକାରେ ଭୁଲ ନୁହେଁ । ନିଟ୍ ୟୁଜି ପାସ୍ କରିବାର ଆବଶ୍ୟକତା ଗ୍ରାଜୁଏଟ୍ ମେଡିକାଲ୍ ମେଡିକାଲ୍ ଏଜୁକେସନ ରେଗୁଲେସନ, ୧୯୯୭ରେ ନିର୍ଦ୍ଧାରିତ ଯୋଗ୍ୟ ମାନଦଣ୍ଡ ପୂରଣ ଅତିରିକ୍ତ ଅଟେ । ସୁପ୍ରିମକୋର୍ଟରେ ଜଷ୍ଟିସ୍ ବି ଆର ଗଭଇ ଏବଂ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଆବେଦନ ଉପରେ ଶୁଣାଣି କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ୨୦୧୮ରୁ ବିଦେଶରେ ଏମ୍ବିବିଏସ୍ କରି ଭାରତରେ ଡାକ୍ତର ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବି ୟୁଜି ନିଟ୍ ବାଧ୍ୟତାମୂଳକ କରାଯାଇଥିଲା । ଆବେଦନକାରୀ ଏମ୍ସିଆଇ ନିୟମକୁ ଚ୍ୟାଲେଞ୍ଜ ଦେଇ ତର୍କ ରଖିଥିଲେ ଯେ ଇଣ୍ଡିଆନ ମେଡିକାଲ୍ କାଉନସିଲ୍ ଆକ୍ଟ ୧୯୫୬ରେ ସଂଶୋଧନ ନକରି ଏହାକୁ ଲାଗୁ କରାଯାଇଛି । ତେବେ ସର୍ବୋଚ୍ଚ ଅଦାଲତ ସ୍ୱୀକାର କରିଛନ୍ତି ଯେ ମେଡିକାଲ କାଉନସିଲ୍ ପାଖରେ ଆକ୍ଟର ଧାରା ୩୩ ଅନୁସାରେ ରେଗୁସେଲନ ଆଣିବାର ଅଧିକାର ରହିଛି ।
ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ଯେ ନିୟମରେ ହସ୍ତକ୍ଷେପ କରିବା ନେଇ କୌଣସି କାରଣ ଆମ ନଜରକୁ ଆସୁନାହିଁ । ଖଣ୍ଡପୀଠ କହିଛନ୍ତି, 'ଏହା ସାଧାରଣ କଥା ଯେ ସଂଶୋଧିତ ରେଗୁଲେସନ ଲାଗୁ ହେବା ପରେ ଯଦି କୌଣସି ପ୍ରାର୍ଥୀ ପ୍ରାଇମେରୀ ମେଡିକାଲ୍ ଏଜୁକେସନ୍ ନେବା ପାଇଁ କୌଣସି ବିଦେଶୀ ସଂସ୍ଥାରେ ନାମ ଲେଖାଇବାକୁ ଚାହାନ୍ତି, ତେବେ ସେ ରେଗୁଲେସନରୁ ରିହାତି ମାଗି ପାରିବେ ନାହିଁ । ଏହି ନିୟମ ଦେଶ ଭିତରେ ଡାକ୍ତର ହେବା ପାଇଁ ଆବଶ୍ୟକୀୟ ଯୋଗ୍ୟ ମାନଦଣ୍ଡ ନିର୍ଦ୍ଧାରିତ କରିଥାଏ । ଏହା ଭାରତ ବାହାରେ କୌଣସି ବି ସ୍ଥାନରେ ଡାକ୍ତର ହେବାର ସେମାନଙ୍କ ଅଧିକାରକୁ ପ୍ରତିବନ୍ଧିତ କରୁ ନାହିଁ ।' ଏହି ରାୟର ଅର୍ଥ ଏହା ହେଉଛି ଯେ ବିଦେଶରେ ଅଣ୍ଡର୍ ଗ୍ରାଜୁଏଟ୍ ମେଡିକାଲ୍ କୋର୍ସ କରିବା ପାଇଁ ଇଚ୍ଛୁକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଏବେ ବିଦେଶୀ ମେଡିକାଲ୍ ସଂସ୍ଥାରେ ନାମ ଲେଖାଇବା ପାଇଁ ନିଟ୍ ୟୁଜି ପାସ୍ କରିବାକୁ ପଡ଼ିବ ।