କ୍ୟାମ୍ପରୁ ଯବାନଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା କହିଲେ ସିଆରପିଏଫ କମାଣ୍ଡାଣ୍ଟ
କଳାହାଣ୍ଡି: ଭବାନୀପାଟଣାରେ ଚାଞ୍ଚଲ୍ୟ। ସିଆରପିଏଫ୍ କ୍ୟାମ୍ପରୁ ଉଦ୍ଧାର ହେଲା ଯବାନଙ୍କ ଝୁଲନ୍ତା ମୃତଦେହ। ଘଟଣା ଘଟିଛି ଭବାନୀପାଟଣା ସହର ଭିତରେ ଥିବା ୬୪ ସିଆରପିଏଫ୍ କ୍ୟାମ୍ପରେ। ମୃତ ଯବାନ ହେଉଛନ୍ତି ଜଗତସିଂହପୁରର ୫୭ ବର୍ଷୀୟ ଅର୍ଜୁନ ଚରଣ ନାୟକ ।ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ସିଆରପିଏଫ୍ କ୍ୟାମ୍ପରେ ଅର୍ଜୁନ ରହୁଥିବା ରୁମରୁ ହିଁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ରୁମ୍ର ଫ୍ୟାନ୍ରେ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମର ଶରୀର ଝୁଲୁଥିବା ନେଇ ଜଣାପଡ଼ିଛି। ଆସନ୍ତାକାଲି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ। ସେ ପ୍ରାୟ ୧୦ ମାସ ହେବ ଏଠାରେ କାର୍ଯ୍ୟରତ ଥିଲେ । ତେବେ ମାନସିକ ଅଶାନ୍ତି ଯୋଗୁଁ ଆତ୍ମହତ୍ୟା କରିଥିବା କହିଛନ୍ତି ସିଆରପିଏଫ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀ ।
କଳାହାଣ୍ଡି: ଭବାନୀପାଟଣାରେ ଚାଞ୍ଚଲ୍ୟ। ସିଆରପିଏଫ୍ କ୍ୟାମ୍ପରୁ ଉଦ୍ଧାର ହେଲା ଯବାନଙ୍କ ଝୁଲନ୍ତା ମୃତଦେହ। ଘଟଣା ଘଟିଛି ଭବାନୀପାଟଣା ସହର ଭିତରେ ଥିବା ୬୪ ସିଆରପିଏଫ୍ କ୍ୟାମ୍ପରେ। ମୃତ ଯବାନ ହେଉଛନ୍ତି ଜଗତସିଂହପୁରର ୫୭ ବର୍ଷୀୟ ଅର୍ଜୁନ ଚରଣ ନାୟକ ।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ସିଆରପିଏଫ୍ କ୍ୟାମ୍ପରେ ଅର୍ଜୁନ ରହୁଥିବା ରୁମରୁ ହିଁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ରୁମ୍ର ଫ୍ୟାନ୍ରେ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମର ଶରୀର ଝୁଲୁଥିବା ନେଇ ଜଣାପଡ଼ିଛି। ଆସନ୍ତାକାଲି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ। ସେ ପ୍ରାୟ ୧୦ ମାସ ହେବ ଏଠାରେ କାର୍ଯ୍ୟରତ ଥିଲେ । ତେବେ ମାନସିକ ଅଶାନ୍ତି ଯୋଗୁଁ ଆତ୍ମହତ୍ୟା କରିଥିବା କହିଛନ୍ତି ସିଆରପିଏଫ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀ ।