୨୦୨୭ ସୁଦ୍ଧା ଏଲନ ମସ୍କ ହେବେ ବିଶ୍ୱର ପ୍ରଥମ ‘ଟ୍ରିଲିୟନେୟର’, ଜାଣନ୍ତୁ ଆଦାନୀ ଓ ଅମ୍ବାନୀଙ୍କ ନମ୍ବର କେଉଁଠି?

ମୁମ୍ବାଇ ୯।୯: ଇଲେକ୍ଟ୍ରିକ କାର ନିର୍ମାତା ଟେସଲା ଓ ରକେଟ କମ୍ପାନୀ ସ୍ପେସ୍‌ ଏକ୍ସ ମାଲିକ ଏଲନ ମସ୍କ ୨୦୨୭ ମସିହା ସୁଦ୍ଧା ବିଶ୍ୱର ପ୍ରଥମ ଟ୍ରିଲିୟନେୟର ହୋଇ ପାରନ୍ତି। ଏହାର ଅର୍ଥ ତାଙ୍କ ସମ୍ପତ୍ତି ୧,୦୦୦ ବିଲିୟନ ଡଲାରରୁ ବି ଅଧିକ ହୋଇଯିବ। ଇନଫର୍ମା କନେକ୍ଟ ଆକାଡେମୀର ଏକ ରିପୋର୍ଟରୁ ଏହା ଜଣାପଡିଛି। ଏହି ରିପୋର୍ଟ ଅନୁସାରେ ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ୨୦୨୮ ସୁଦ୍ଧା ଏଲନ ମସ୍କଙ୍କ ପାଖାପାଖି ହୋଇ ପାରନ୍ତି। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀଙ୍କୁ ଏହି ସ୍ଥିତି ହାସଲ କରିବା ପାଇଁ ୨୦୩୩ ପର୍ଯ୍ୟନ୍ତ ସମୟ ନେଇ ପାରନ୍ତି ବୋଲି କୁହାଯାଇଛି। ରିପୋର୍ଟ ଅନୁସାରେ ୨୩୭ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ସହ ବିଶ୍ୱର ସବୁଠୁ ଧନିକ ବ୍ୟକ୍ତି ଏଲନ ମସ୍କଙ୍କୁ ଟ୍ରିଲିୟନେୟର ହେବା ପାଇଁ ୩ ବର୍ଷରେ ବାର୍ଷିକ ୧୧୦ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବାକୁ ପଡିବ। ରିପୋର୍ଟ ଅନୁସାରେ ବିବିଧ ବ୍ୟବସାୟ ସମୂହ ଆଦାନୀ ଗ୍ରୁପ ବର୍ତ୍ତମାନର ୧୨୩ ପ୍ରତିଶତ ଅଭିବୃଦ୍ଧି ଜାରି ରହିଲେ ୨୦୨୮ ମସିହା ବେଳକୁ ସମୂହର ମାଲିକ ଗୌତମ ଆଦାନୀ ବିଶ୍ୱର ଦ୍ୱିତୀୟ ଟ୍ରିଲିୟନେୟର ହୋଇ ପାରନ୍ତି। ଆଦାନୀ ଏବେ ୧୦୦ ବିଲିୟନ ଡଲାରରୁ କିଛି କମ୍‌ ସମ୍ପତ୍ତି ସହିତ ବିଶ୍ୱର ଧନୀ ଲୋକଙ୍କ ତାଲିକାର ୧୩ତମ ସ୍ଥାନରେ ଅଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀ ୨୦୩୩ ମସିହା ବେଳକୁ ଟ୍ରିଲିୟନେୟର ହୋଇ ପାର

୨୦୨୭ ସୁଦ୍ଧା ଏଲନ ମସ୍କ ହେବେ ବିଶ୍ୱର ପ୍ରଥମ ‘ଟ୍ରିଲିୟନେୟର’, ଜାଣନ୍ତୁ ଆଦାନୀ ଓ ଅମ୍ବାନୀଙ୍କ ନମ୍ବର କେଉଁଠି?

ମୁମ୍ବାଇ ୯।୯: ଇଲେକ୍ଟ୍ରିକ କାର ନିର୍ମାତା ଟେସଲା ଓ ରକେଟ କମ୍ପାନୀ ସ୍ପେସ୍‌ ଏକ୍ସ ମାଲିକ ଏଲନ ମସ୍କ ୨୦୨୭ ମସିହା ସୁଦ୍ଧା ବିଶ୍ୱର ପ୍ରଥମ ଟ୍ରିଲିୟନେୟର ହୋଇ ପାରନ୍ତି। ଏହାର ଅର୍ଥ ତାଙ୍କ ସମ୍ପତ୍ତି ୧,୦୦୦ ବିଲିୟନ ଡଲାରରୁ ବି ଅଧିକ ହୋଇଯିବ। ଇନଫର୍ମା କନେକ୍ଟ ଆକାଡେମୀର ଏକ ରିପୋର୍ଟରୁ ଏହା ଜଣାପଡିଛି। ଏହି ରିପୋର୍ଟ ଅନୁସାରେ ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ୨୦୨୮ ସୁଦ୍ଧା ଏଲନ ମସ୍କଙ୍କ ପାଖାପାଖି ହୋଇ ପାରନ୍ତି। 

ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀଙ୍କୁ ଏହି ସ୍ଥିତି ହାସଲ କରିବା ପାଇଁ ୨୦୩୩ ପର୍ଯ୍ୟନ୍ତ ସମୟ ନେଇ ପାରନ୍ତି ବୋଲି କୁହାଯାଇଛି। ରିପୋର୍ଟ ଅନୁସାରେ ୨୩୭ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ସହ ବିଶ୍ୱର ସବୁଠୁ ଧନିକ ବ୍ୟକ୍ତି ଏଲନ ମସ୍କଙ୍କୁ ଟ୍ରିଲିୟନେୟର ହେବା ପାଇଁ ୩ ବର୍ଷରେ ବାର୍ଷିକ ୧୧୦ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବାକୁ ପଡିବ। 

ରିପୋର୍ଟ ଅନୁସାରେ ବିବିଧ ବ୍ୟବସାୟ ସମୂହ ଆଦାନୀ ଗ୍ରୁପ ବର୍ତ୍ତମାନର ୧୨୩ ପ୍ରତିଶତ ଅଭିବୃଦ୍ଧି ଜାରି ରହିଲେ ୨୦୨୮ ମସିହା ବେଳକୁ ସମୂହର ମାଲିକ ଗୌତମ ଆଦାନୀ ବିଶ୍ୱର ଦ୍ୱିତୀୟ ଟ୍ରିଲିୟନେୟର ହୋଇ ପାରନ୍ତି। ଆଦାନୀ ଏବେ ୧୦୦ ବିଲିୟନ ଡଲାରରୁ କିଛି କମ୍‌ ସମ୍ପତ୍ତି ସହିତ ବିଶ୍ୱର ଧନୀ ଲୋକଙ୍କ ତାଲିକାର ୧୩ତମ ସ୍ଥାନରେ ଅଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀ ୨୦୩୩ ମସିହା ବେଳକୁ ଟ୍ରିଲିୟନେୟର ହୋଇ ପାରନ୍ତି। ମୁକେଶ ଅମ୍ବାନୀ ଏବେ ୧୧୧ ବିଲିୟନ ଡଲାର ସମ୍ପତ୍ତି ସହିତ ଏସିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଯାଉଛନ୍ତି।