ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍‌, ୬ ଲୋକସଭା ଏବଂ ୪୨ ବିଧାନସଭା ସିଟ୍‌ରେ ଚାଲିଛି ଭୋଟିଂ

ଭୁବନେଶ୍ୱର ୨୫।୦୫ : ଶନିବାର ଦେଶରେ ଷଷ୍ଠ ପର୍ଯ୍ୟାୟ, ଓଡ଼ିଶାରେ ହେଉଛି ତୃତୀୟ ପର୍ଯ୍ୟାୟ ଭୋଟ। ସକାଳ ୭ଟାରୁ ଚାଲିଛି ଭୋଟ ଗ୍ରହଣ। ଓଡ଼ିଶାର ୬ ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନରେ ହେଉଛି ମତଦାନ। କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଜାରି ରହିଛି।ତେବେ ଶନିବାର ଭୁବନେଶ୍ବର, କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଏବଂ କେନ୍ଦୁଝର ଲୋକସଭା ଆସନରେ ମତଦାନ ହେଉଛି। ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର,ଏକାମ୍ର ଭୁବନେଶ୍ବର, ଜଟଣୀ, ଖୋର୍ଦ୍ଧା, ବେଗୁନିଆ ଆସନରେ ହେଉଛି ଭୋଟ ଗ୍ରହଣ। ସେହିପରି କଟକ ଲୋକସଭା ଆସନ ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ବଡ଼ମ୍ବା, ବାଙ୍କୀ, ଆଠଗଡ଼, କଟକ- ବାରବାଟୀ, କଟକ ଚୌଦ୍ବାର, କଟକ ସଦର, ଖଣ୍ଡପଡ଼ାରେ ହେଉଛି ମତଦାନ। ପୁରୀ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ରେ ନିଆଯାଉଛି ଭୋଟ। ସେହିପରି ଢେଙ୍କାନାଳ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳରେ ହେଉଛି ଭୋଟ ଗ୍ରହଣ। ଅନ୍ୟପଟେ ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ କୁଚିଣ୍ଡା, ରେଙ୍ଗାଳି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକରେ ମତଦାନ ଜାର ରହିଛି। ସେହିପରି କେନ୍ଦୁଝ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍‌, ୬ ଲୋକସଭା ଏବଂ ୪୨ ବିଧାନସଭା ସିଟ୍‌ରେ ଚାଲିଛି ଭୋଟିଂ

ଭୁବନେଶ୍ୱର ୨୫।୦୫ : ଶନିବାର ଦେଶରେ ଷଷ୍ଠ ପର୍ଯ୍ୟାୟ, ଓଡ଼ିଶାରେ ହେଉଛି ତୃତୀୟ ପର୍ଯ୍ୟାୟ ଭୋଟ। ସକାଳ ୭ଟାରୁ ଚାଲିଛି ଭୋଟ ଗ୍ରହଣ। ଓଡ଼ିଶାର ୬ ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନରେ ହେଉଛି ମତଦାନ। କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଜାରି ରହିଛି।

ତେବେ ଶନିବାର ଭୁବନେଶ୍ବର, କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଏବଂ କେନ୍ଦୁଝର ଲୋକସଭା ଆସନରେ ମତଦାନ ହେଉଛି। ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର,ଏକାମ୍ର ଭୁବନେଶ୍ବର, ଜଟଣୀ, ଖୋର୍ଦ୍ଧା, ବେଗୁନିଆ ଆସନରେ ହେଉଛି ଭୋଟ ଗ୍ରହଣ। 

ସେହିପରି କଟକ ଲୋକସଭା ଆସନ ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ବଡ଼ମ୍ବା, ବାଙ୍କୀ, ଆଠଗଡ଼, କଟକ- ବାରବାଟୀ, କଟକ ଚୌଦ୍ବାର, କଟକ ସଦର, ଖଣ୍ଡପଡ଼ାରେ ହେଉଛି ମତଦାନ। ପୁରୀ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ରେ ନିଆଯାଉଛି ଭୋଟ। ସେହିପରି ଢେଙ୍କାନାଳ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳରେ ହେଉଛି ଭୋଟ ଗ୍ରହଣ। 

ଅନ୍ୟପଟେ ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ କୁଚିଣ୍ଡା, ରେଙ୍ଗାଳି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକରେ ମତଦାନ ଜାର ରହିଛି। ସେହିପରି କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆରେ ମଧ୍ୟ ହେଉଛି ଭୋଟ ଗ୍ରହଣ।