ରାଜଧାନୀରେ ନବୀନ ପଟ୍ଟନାୟକଙ୍କ ମେଗା ରୋଡ୍‌ ଶୋ

ଭୁବନେଶ୍ୱର: ମଧ୍ୟ-ଭୁବନେଶ୍ୱର ପରେ ଏକାମ୍ରକୁ ଫୋକସ୍‌ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି କ୍ରମରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ଭୁବନେଶ୍ବରରେ କରିଛନ୍ତି ମେଗା ରୋଡ ସୋ। ସନ୍ଧ୍ୟାରେ ନବୀନ ନିବାସରୁ ବାହାରିବା ପରେ, ନବୀନ ପଟ୍ଟନାୟକ ପଳାସପଲ୍ଲୀ ପୁନାମା ଗେଟ୍‌ ଫ୍ଲାଏଓଭରଠାରେ ପହଞ୍ଚିଥିଲେ । ସେଠାରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଜୁଲାଇରୁ ବିଜୁଳି ବିଲ୍‌ ଆସିବନି। ବିଏସକେଓ୍ବାଇ କାର୍ଡ ସମସ୍ତଙ୍କୁ ମିଳିବ। ଜଗନ୍ନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର କାମ ଭଲ ଭାବରେ ଚାଲିଛି। ଆପଣମାନେ ଖୁସି ତ ? ଶଙ୍ଖ ଚିହ୍ନ ଭଲ କି ? ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ନବୀନ। ଏହା ସହ ଉଭୟ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ମଧ୍ୟ ଅପିଲ୍‌ କରିଥିଲେ। ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମେଗା ରୋଡ୍‌ ଶୋ ପଲାସପଲ୍ଲୀରୁ ଆରମ୍ଭ ହୋଇଛି। ଯାହା ସୁନ୍ଦରପଦା ହାଟ ଓ ପୋଖରୀପୁଟ ଛକ ଦେଇ ପ୍ରମେୟ ଛକରେ ପହଞ୍ଚିବ। ସେଠାରୁ ନୂଆ ନୂଆ ବିମାନବନ୍ଦର ରାସ୍ତା ଦେଇ ରୋଡ୍‌ ସୋ’ ଶିରିପୁର ଛକ, ଗଙ୍ଗନଗର ଛକରେ ପହଞ୍ଚିବା ପୁଣି ସେଠାରୁ ନୂଆ ଏୟାରପୋର୍ଟ ଛକ ଏବଂ ଏକାମ୍ର ଛକ ଦେଇ ନବୀନ ନିବାସକୁ ଫେରିବେ ମୁଖ୍ୟମନ୍ତ୍ରୀ। ଏହି ରୋଡ ସୋ ଦେଖିବାକୁ ଆସିଥିବା ଲୋକେ ନବୀନଙ୍କ ବଡ଼ ବଡ଼ ହୋର୍ଡିଂ, ଶଙ୍ଖ ମାସ୍କଟ ଧରି ରାସ୍ତାରେ ଛିଡ଼

ରାଜଧାନୀରେ ନବୀନ ପଟ୍ଟନାୟକଙ୍କ ମେଗା ରୋଡ୍‌ ଶୋ

ଭୁବନେଶ୍ୱର: ମଧ୍ୟ-ଭୁବନେଶ୍ୱର ପରେ ଏକାମ୍ରକୁ ଫୋକସ୍‌ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି କ୍ରମରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ଭୁବନେଶ୍ବରରେ କରିଛନ୍ତି ମେଗା ରୋଡ ସୋ। 

ସନ୍ଧ୍ୟାରେ ନବୀନ ନିବାସରୁ ବାହାରିବା ପରେ, ନବୀନ ପଟ୍ଟନାୟକ ପଳାସପଲ୍ଲୀ ପୁନାମା ଗେଟ୍‌ ଫ୍ଲାଏଓଭରଠାରେ ପହଞ୍ଚିଥିଲେ । ସେଠାରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଜୁଲାଇରୁ ବିଜୁଳି ବିଲ୍‌ ଆସିବନି। ବିଏସକେଓ୍ବାଇ କାର୍ଡ ସମସ୍ତଙ୍କୁ ମିଳିବ। ଜଗନ୍ନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର କାମ ଭଲ ଭାବରେ ଚାଲିଛି। ଆପଣମାନେ ଖୁସି ତ ? ଶଙ୍ଖ ଚିହ୍ନ ଭଲ କି ? ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ନବୀନ। ଏହା ସହ ଉଭୟ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ମଧ୍ୟ ଅପିଲ୍‌ କରିଥିଲେ। 

ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମେଗା ରୋଡ୍‌ ଶୋ ପଲାସପଲ୍ଲୀରୁ ଆରମ୍ଭ ହୋଇଛି। ଯାହା ସୁନ୍ଦରପଦା ହାଟ ଓ ପୋଖରୀପୁଟ ଛକ ଦେଇ ପ୍ରମେୟ ଛକରେ ପହଞ୍ଚିବ। ସେଠାରୁ ନୂଆ ନୂଆ ବିମାନବନ୍ଦର ରାସ୍ତା ଦେଇ ରୋଡ୍‌ ସୋ’ ଶିରିପୁର ଛକ, ଗଙ୍ଗନଗର ଛକରେ ପହଞ୍ଚିବା ପୁଣି ସେଠାରୁ ନୂଆ ଏୟାରପୋର୍ଟ ଛକ ଏବଂ ଏକାମ୍ର ଛକ ଦେଇ ନବୀନ ନିବାସକୁ ଫେରିବେ ମୁଖ୍ୟମନ୍ତ୍ରୀ। 

ଏହି ରୋଡ ସୋ ଦେଖିବାକୁ ଆସିଥିବା ଲୋକେ ନବୀନଙ୍କ ବଡ଼ ବଡ଼ ହୋର୍ଡିଂ, ଶଙ୍ଖ ମାସ୍କଟ ଧରି ରାସ୍ତାରେ ଛିଡ଼ା ହୋଇଥିବାର ଦେଖାଯାଇଥିଲା। ଏମିତିକି ନବୀନଙ୍କୁ ସ୍ବାଗତ ପାଇଁ ଅନେକ ସ୍ଥାନରେ ଦାସକାଠିଆ, ସଂର୍କୀତ୍ତନ ଆଦିର ଆୟୋଜନ କରାଯାଇଛି। ଯୋଡି଼ଶଙ୍ଖ, ଦୁଲୁଦୁଲି ବାଜାରେ କମ୍ପୁଛି ରାଜଧାନୀ।