ଦିଲ୍ଲୀ ବିଧାନସଭା ନିର୍ବାଚନ: AAPର ପ୍ରଥମ ପ୍ରାର୍ଥୀ ତାଲିକା ଜାରି, ଜାଣନ୍ତୁ କାହାକୁ ମିଳିଛି ଟିକେଟ, କଟିଲେ କିଏ?
ନୂଆଦିଲ୍ଲୀ ୨୧।୧୧: ଆମ ଆଦମୀ ପାର୍ଟି (ଆପ) ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ପାର୍ଟିର ପ୍ରଥମ ତାଲିକାରେ ୧୧ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏଥିରେ ଅନିଲ ଝା, ବୀର ସିଂହ ଧିଙ୍ଗାନ ଓ ସୋମେସ ସୌକୀନଙ୍କ ନାମ ରହିଛି। ଏମାନେ ନିକଟରେ ଆପରେ ଯୋଗ ଦେଇଥିଲେ। ଦିଲ୍ଲୀରେ ଆଗାମୀ ବର୍ଷ ଫେବୃଆରୀରେ ବିଧାନସଭା ନିର୍ବାଚନ ପ୍ରସ୍ତାବ ରହିଛି। ପାର୍ଟି ପ୍ରଥମ ତାଲିକାରେ ସେହି ୬ଟି ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି, ଯେଉଁଠୁ ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ଠାରୁ ପରାସ୍ତ ହୋଇଥିଲା। ଏହି ସବୁ ବିଧାନସଭା ନିର୍ବାଚନ ମଣ୍ଡଳି ହେଉଛି ବିଶ୍ୱାସ ନଗର, ରୋହତାସ ନଗର, ଲକ୍ଷ୍ମୀ ନଗର, ବଦରପୁର, ଘୋଣ୍ଡା ଓ କରାଭଲ ନଗର। ଦିଲ୍ଲୀର ସବୁଠୁ ବଡ଼ ବିଧାନସଭା ନିର୍ବାଚନମଣ୍ଡଳି ମାଟିୟାଲାରେ ଆପର ବର୍ତ୍ତମାନ ବିଧାୟକ ଗୁଲାବ ସିଂହଙ୍କ ଟିକେଟ କଟିଛି। ଆପ ସୋମେସ ସୌକିନଙ୍କୁ ମାଟିୟାଲରୁ ପ୍ରାର୍ଥୀ କରିଛି। ଆପ କିରାଡି ବିଧାନସଭା ନିର୍ବାଚନମଣ୍ଡଳିରୁ ବିଧାୟକ ଋତୁରାଜ ଝାଙ୍କ ଟିକେଟ କାଟିଛି। ଗତ ଦିନରେ ବିଜେପିରୁ ଆସି ଆପରେ ଯୋଗ ଦେଇଥିବା ଅନିଲ ଝାଙ୍କୁ କିରାଡି ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ କରାଯାଇଛି। ସିଲମପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ଦଳର ବିଧାୟକ ଅବଦୁଲ ରହମାନଙ୍କ ଟିକେଟ୍ ମଧ୍ୟ କଟିଛି। ନିକଟରେ କଂଗ୍ରେସରୁ ଆସି ଆପରେ ଯୋଗ ଦେଇଥିବା ଜୁବେର ଚୌଧ
ନୂଆଦିଲ୍ଲୀ ୨୧।୧୧: ଆମ ଆଦମୀ ପାର୍ଟି (ଆପ) ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ପାର୍ଟିର ପ୍ରଥମ ତାଲିକାରେ ୧୧ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏଥିରେ ଅନିଲ ଝା, ବୀର ସିଂହ ଧିଙ୍ଗାନ ଓ ସୋମେସ ସୌକୀନଙ୍କ ନାମ ରହିଛି। ଏମାନେ ନିକଟରେ ଆପରେ ଯୋଗ ଦେଇଥିଲେ। ଦିଲ୍ଲୀରେ ଆଗାମୀ ବର୍ଷ ଫେବୃଆରୀରେ ବିଧାନସଭା ନିର୍ବାଚନ ପ୍ରସ୍ତାବ ରହିଛି।
ପାର୍ଟି ପ୍ରଥମ ତାଲିକାରେ ସେହି ୬ଟି ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି, ଯେଉଁଠୁ ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ଠାରୁ ପରାସ୍ତ ହୋଇଥିଲା। ଏହି ସବୁ ବିଧାନସଭା ନିର୍ବାଚନ ମଣ୍ଡଳି ହେଉଛି ବିଶ୍ୱାସ ନଗର, ରୋହତାସ ନଗର, ଲକ୍ଷ୍ମୀ ନଗର, ବଦରପୁର, ଘୋଣ୍ଡା ଓ କରାଭଲ ନଗର। ଦିଲ୍ଲୀର ସବୁଠୁ ବଡ଼ ବିଧାନସଭା ନିର୍ବାଚନମଣ୍ଡଳି ମାଟିୟାଲାରେ ଆପର ବର୍ତ୍ତମାନ ବିଧାୟକ ଗୁଲାବ ସିଂହଙ୍କ ଟିକେଟ କଟିଛି।
ଆପ ସୋମେସ ସୌକିନଙ୍କୁ ମାଟିୟାଲରୁ ପ୍ରାର୍ଥୀ କରିଛି। ଆପ କିରାଡି ବିଧାନସଭା ନିର୍ବାଚନମଣ୍ଡଳିରୁ ବିଧାୟକ ଋତୁରାଜ ଝାଙ୍କ ଟିକେଟ କାଟିଛି। ଗତ ଦିନରେ ବିଜେପିରୁ ଆସି ଆପରେ ଯୋଗ ଦେଇଥିବା ଅନିଲ ଝାଙ୍କୁ କିରାଡି ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ କରାଯାଇଛି। ସିଲମପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ଦଳର ବିଧାୟକ ଅବଦୁଲ ରହମାନଙ୍କ ଟିକେଟ୍ ମଧ୍ୟ କଟିଛି। ନିକଟରେ କଂଗ୍ରେସରୁ ଆସି ଆପରେ ଯୋଗ ଦେଇଥିବା ଜୁବେର ଚୌଧୁରୀଙ୍କୁ ସିଲମପୁର ବିଧାନସଭା ନିର୍ବାଚନମଣ୍ଡଳିରେ ପ୍ରାର୍ଥୀ କରାଯାଇଛି।
ସେହିପରି ନିକଟରେ କଂଗ୍ରେସ ଛାଡି ଆପରେ ଯୋଗ ଦେଇଥିବା ବୀର ସିଂହ ଧିଙ୍ଗାନଙ୍କୁ ସୀମାପୁରରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ବିଧାୟକ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ କିଛିମାସ ପୂର୍ବେ କଂଗ୍ରେସରେ ଯୋଗଦାନ କରିଛନ୍ତି। ପାର୍ଟି ୨୦୨୦ରେ ବିଜେପି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିବା ୩ ଚେହେରାଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ପୁଣି ସୁଯୋଗ ଦେଇଛି। ଏହି ସିଟ୍ ଗୁଡିକ ହେଉଛି ବିଶ୍ୱାସ ନଗର, ରୋହତାସ ଓ ବଦରପୁର। ବିଶ୍ୱାସନଗରରେ ପାର୍ଟି ଦୀପକ ସିଙ୍ଗଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ ରୋହତାସରେ ସରିତା ସିଂହ ଓ ବଦରପୁରରେ ରାମ ସିଂହ ନେତାଜୀଙ୍କୁ ପ୍ରାର୍ଥୀ କରାଯାଇଛି।