ବ୍ରିଜଭୂଷଣ ସିଂହଙ୍କୁ ଝଟକା, ଯୌନ ଶୋଷଣ ମାମଲାର ଅଧିକ ଯାଞ୍ଚ ପାଇଁ କରିଥିବା ଆବେଦନ ଖାରଜ
ନୂଆଦିଲ୍ଲୀ: ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ଏବଂ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ବଡ଼ ଝଟକା। କୋର୍ଟ ବ୍ରିଜଭୂଷଣଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହି ଆବେଦନରେ ବିଜ୍ରଭୂଷଣ ଯୌନ ଶୋଷଣ ମାମଲାର ଅଧିକ ଯାଞ୍ଚ ପାଇଁ ଆବେଦନ କରିଥିଲେ। ସେ ଦାବି କରିଥିଲେ ଯେ, ଘଟଣା ଦିନ ସେ ଦେଶରେ ହିଁ ନଥିଲେ। ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଏହି ଆବେଦନ ଖାରଜ ପରେ ଏବେ ତାଙ୍କ ଉପରେ ଯୌନ ଉତ୍ପୀଡ଼ନ ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ରାସ୍ତା ସଫା ହୋଇଛି। ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ବ୍ରିଜଭୂଷଣ ଶରଣ ସିଂହଙ୍କ ନିର୍ବାଚନ ଲଢ଼ିବା ଆଶାକୁ ମଧ୍ୟ ଝଟକା ଲାଗିଛି। ଏବେ ଏହି ମାମଲାରେ ଆଗାମୀ ଶୁଣାଣି ମେ୭ରେ ଆଗାମୀ ଶୁଣାଣି ହେବ। ଏହା ପୂର୍ବରୁ ଏପ୍ରିଲ ୧୮ରେ ମାମଲାର ଶୁଣାଣି ହେବାର ଥିଲା। କିନ୍ତୁ ବ୍ରିଜଭୂଷଣ ଶରଣ ସିଂହଙ୍କ ତରଫରୁ ଅପିଲ ହୋଇଥିଲା ଯେ, ଏହି ମାମଲା ଆହୁରି ଯାଞ୍ଚ ହେଉ। ସୂଚନାଥାଉକି, ଗତ ଶୁଣାଣିରେ ବ୍ରିଜଭୂଷଣ ନିଜ ଉପରେ ଲାଗିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ଖାରଜ କରିଥିଲେ। ସେ କହିଥିଲେ ଯେ, ଯେଉଁ ଦିନ ଦୁଷ୍କର୍ମ ହୋଇଥିବା କଥା ଅଭିଯୋଗକାରୀ ମହିଳା ଲଗାଉଛନ୍ତି ସେଦିନ ସେ ଦିଲ୍ଲୀରେ ନଥିଲେ।ଉଲ୍ଲେଖଯୋଗ୍ୟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ବିନେଶ ଫୋଗାଟଙ୍କ ବ୍ୟତୀତ ଅନ୍ୟ ମହିଳା ରେସଲର ବ୍ରିଜଭୂଷ
ନୂଆଦିଲ୍ଲୀ: ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ଏବଂ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ବଡ଼ ଝଟକା। କୋର୍ଟ ବ୍ରିଜଭୂଷଣଙ୍କ ଆବେଦନକୁ ଖାରଜ କରିଛନ୍ତି।
ଏହି ଆବେଦନରେ ବିଜ୍ରଭୂଷଣ ଯୌନ ଶୋଷଣ ମାମଲାର ଅଧିକ ଯାଞ୍ଚ ପାଇଁ ଆବେଦନ କରିଥିଲେ। ସେ ଦାବି କରିଥିଲେ ଯେ, ଘଟଣା ଦିନ ସେ ଦେଶରେ ହିଁ ନଥିଲେ। ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଏହି ଆବେଦନ ଖାରଜ ପରେ ଏବେ ତାଙ୍କ ଉପରେ ଯୌନ ଉତ୍ପୀଡ଼ନ ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ରାସ୍ତା ସଫା ହୋଇଛି। ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ବ୍ରିଜଭୂଷଣ ଶରଣ ସିଂହଙ୍କ ନିର୍ବାଚନ ଲଢ଼ିବା ଆଶାକୁ ମଧ୍ୟ ଝଟକା ଲାଗିଛି।
ଏବେ ଏହି ମାମଲାରେ ଆଗାମୀ ଶୁଣାଣି ମେ୭ରେ ଆଗାମୀ ଶୁଣାଣି ହେବ। ଏହା ପୂର୍ବରୁ ଏପ୍ରିଲ ୧୮ରେ ମାମଲାର ଶୁଣାଣି ହେବାର ଥିଲା। କିନ୍ତୁ ବ୍ରିଜଭୂଷଣ ଶରଣ ସିଂହଙ୍କ ତରଫରୁ ଅପିଲ ହୋଇଥିଲା ଯେ, ଏହି ମାମଲା ଆହୁରି ଯାଞ୍ଚ ହେଉ।
ସୂଚନାଥାଉକି, ଗତ ଶୁଣାଣିରେ ବ୍ରିଜଭୂଷଣ ନିଜ ଉପରେ ଲାଗିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ଖାରଜ କରିଥିଲେ। ସେ କହିଥିଲେ ଯେ, ଯେଉଁ ଦିନ ଦୁଷ୍କର୍ମ ହୋଇଥିବା କଥା ଅଭିଯୋଗକାରୀ ମହିଳା ଲଗାଉଛନ୍ତି ସେଦିନ ସେ ଦିଲ୍ଲୀରେ ନଥିଲେ।
ଉଲ୍ଲେଖଯୋଗ୍ୟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ବିନେଶ ଫୋଗାଟଙ୍କ ବ୍ୟତୀତ ଅନ୍ୟ ମହିଳା ରେସଲର ବ୍ରିଜଭୂଷଣଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ତାଙ୍କ ବିରୋଧରେ ସାତ କୁସ୍ତିଯୋଦ୍ଧା ମକଦ୍ଦମା ମଧ୍ୟ ରୁଜୁ କରିଥିଲେ। ଯେଉଁଥିରେ ଜଣେ ନାବାଳିକା କୁସ୍ତିଯୋଦ୍ଧା ମଧ୍ୟ ରହିଥିଲେ। କିନ୍ତୁ ପରେ ସେ ନିଜ ବୟାନରୁ ଓହରିଯାଇଥିଲେ।