୨୫ ବର୍ଷ ପରେ ସତ ମାନିଲା ପାକିସ୍ତାନ, କାରଗିଲ୍ ଯୁଦ୍ଧରେ ସାମିଲ କଥାକୁ ପ୍ରଥମ ଥର କଲା ସ୍ୱୀକାର

ନୂଆଦିଲ୍ଲୀ: ଶେଷରେ ସତ ମାନିଲା ପାକିସ୍ତାନ । କାରଗିଲ୍ ଯୁଦ୍ଧର ୨୫ ବର୍ଷ ପରେ ପାରିସ୍ତାନ ସେନା ଭାରତ ସହ ସଂଘର୍ଷରେ ନିଜର ଭୂମିକାକୁ ସ୍ୱୀକାର କରିଛି । ପ୍ରତିରକ୍ଷା ଦିବସରେ ଏକ ଭାଷଣରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ୍ ଅସୀମ ମୁନୀର କାରଗିଲ୍ ଯୁଦ୍ଧରେ ପାକିସ୍ତାନର ହାତ ଥିବା ମାନିଛନ୍ତି ।ପାକିସ୍ତାନ ସେନା ମୁଖ୍ୟ କହିଛନ୍ତି, '୧୯୪୮,୧୯୬୫,୧୯୭୧ କିମ୍ୱା ଭାରତ ଏବଂ ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ, ଅବା ସିୟାଚିନ୍, ଏଥିରେ ଅନେକ ଲୋକ ନିଜର ବଳିଦାନ ଦେଇଛନ୍ତି ।'ଉଲ୍ଲେଖଯୋଗ୍ୟ ଯେ ଏହା ପ୍ରଥମ ଥର ଯେତେବେଳେ ପାକିସ୍ତାନ ସେନା ୧୯୯୯ କାରଗିଲ୍ ଯୁଦ୍ଧରେ ନିଜର ପ୍ରତ୍ୟକ୍ଷ ଭୂମିକାକୁ ସାର୍ବଜନୀନ ଭାବେ ସ୍ପଷ୍ଟ କରିଛି । ଆଜି ଯାଏ ଇସଲାମାବାଦ କାରଗିଲ୍ ସଂଘର୍ଷରେ ପ୍ରତ୍ୟକ୍ଷ ସୈନ୍ୟ ସାମିଲକୁ ମନା କରି ଆସୁଥିଲା । ଅନୁପ୍ରବେଶକାରୀଙ୍କୁ କାଶ୍ମୀରୀ ସ୍ୱାଧୀନତା ସଂଗ୍ରାମୀ ଏବଂ ମୁଜାହିଦ୍ଦିନ ବୋଲି କହି ଆସୁଥିଲା । ପାକିସ୍ତାନ ଦାବି କରୁଥିଲା ଯେ ତାଙ୍କ ସେନା କେବଳ ସକ୍ରିୟ ରୂପେ ପାଟ୍ରୋଲିଂ କରୁଥିଲା, ଅନ୍ୟ ପଟେ ଜନଜାତି ନେତା ଶିଖରକୁ କବଜା କରିଥିଲେ ।Breaking: First time ever Pakistani Army accepts involvement in Kargil War; Sitting Pakistan Army Chief General Asim Munir confirms Pakistan Army involvement in Kargil War with IndiaPS: Pakistani army has neve

୨୫ ବର୍ଷ ପରେ ସତ ମାନିଲା ପାକିସ୍ତାନ, କାରଗିଲ୍ ଯୁଦ୍ଧରେ ସାମିଲ କଥାକୁ ପ୍ରଥମ ଥର କଲା ସ୍ୱୀକାର

ନୂଆଦିଲ୍ଲୀ: ଶେଷରେ ସତ ମାନିଲା ପାକିସ୍ତାନ । କାରଗିଲ୍ ଯୁଦ୍ଧର ୨୫ ବର୍ଷ ପରେ ପାରିସ୍ତାନ ସେନା ଭାରତ ସହ ସଂଘର୍ଷରେ ନିଜର ଭୂମିକାକୁ ସ୍ୱୀକାର କରିଛି । ପ୍ରତିରକ୍ଷା ଦିବସରେ ଏକ ଭାଷଣରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ୍ ଅସୀମ ମୁନୀର କାରଗିଲ୍ ଯୁଦ୍ଧରେ ପାକିସ୍ତାନର ହାତ ଥିବା ମାନିଛନ୍ତି ।

ପାକିସ୍ତାନ ସେନା ମୁଖ୍ୟ କହିଛନ୍ତି, '୧୯୪୮,୧୯୬୫,୧୯୭୧ କିମ୍ୱା ଭାରତ ଏବଂ ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ, ଅବା ସିୟାଚିନ୍, ଏଥିରେ ଅନେକ ଲୋକ ନିଜର ବଳିଦାନ ଦେଇଛନ୍ତି ।'

ଉଲ୍ଲେଖଯୋଗ୍ୟ ଯେ ଏହା ପ୍ରଥମ ଥର ଯେତେବେଳେ ପାକିସ୍ତାନ ସେନା ୧୯୯୯ କାରଗିଲ୍ ଯୁଦ୍ଧରେ ନିଜର ପ୍ରତ୍ୟକ୍ଷ ଭୂମିକାକୁ ସାର୍ବଜନୀନ ଭାବେ ସ୍ପଷ୍ଟ କରିଛି । ଆଜି ଯାଏ ଇସଲାମାବାଦ କାରଗିଲ୍ ସଂଘର୍ଷରେ ପ୍ରତ୍ୟକ୍ଷ ସୈନ୍ୟ ସାମିଲକୁ ମନା କରି ଆସୁଥିଲା । ଅନୁପ୍ରବେଶକାରୀଙ୍କୁ କାଶ୍ମୀରୀ ସ୍ୱାଧୀନତା ସଂଗ୍ରାମୀ ଏବଂ ମୁଜାହିଦ୍ଦିନ ବୋଲି କହି ଆସୁଥିଲା । ପାକିସ୍ତାନ ଦାବି କରୁଥିଲା ଯେ ତାଙ୍କ ସେନା କେବଳ ସକ୍ରିୟ ରୂପେ ପାଟ୍ରୋଲିଂ କରୁଥିଲା, ଅନ୍ୟ ପଟେ ଜନଜାତି ନେତା ଶିଖରକୁ କବଜା କରିଥିଲେ ।

ପାକିସ୍ତାନରେ ଭାରତର ପୂର୍ବତନ ହାଇକମିଶନର ଅଜୟ ବିସାରିୟା WIONକୁ କହିଛନ୍ତି, 'ଏହା ସମସ୍ତେ ଜାଣନ୍ତି, କାରଗିଲର ଘଟଣାରୁ ପାକିସ୍ତାନକୁ କୌଣସି ଲାଭ ମିଳି ନାହିଁ ଏବଂ ଏହା ମୁଶାର୍ରଫଙ୍କ ମୂର୍ଖତା ଥିଲା, ଯାହାକୁ ସେ ଏବଂ ତାଙ୍କର ଚାରି ଜଣ ଜେନେରାଲଙ୍କ ଏକ ଗୋଷ୍ଠୀ ଘଟାଇଥିଲେ ।'

ଉଲ୍ଲେଖଯୋଗ୍ୟ ଯେ ୧୯୯୯ର ଭୀଷଣ ଗ୍ରୀଷ୍ମ ବେଳେ ହିମାଳୟରେ ହଠାତ୍ କାରଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏଲଓସି ସାରା ଦୁନିଆର ଦୃଷ୍ଟି ଆକର୍ଷଣ କରିଥିଲା । କାରଗିଲ ଯୁଦ୍ଧରେ ଭାରତର ୫୨୭ ଯାବନ ବୀରଗତି ପ୍ରାପ୍ତ କରିଥିଲେ, ଅନ୍ୟପଟେ ପାକିସ୍ତାନ ଆଜି ଯାଏ ତାରା କେତେ ଜଣ ଯବାନ ପ୍ରାଣ ହରାଇଥିଲେ ତାହା ସ୍ପଷ୍ଟ କରିନାହିଁ । କୁହାଯାଉଛି ଯେ ପାକିସ୍ତାନର ୨୭୦୦ରୁ ୪୦୦୦ ସୈନିକ କାରଗିଲ୍ ଯୁଦ୍ଧରେ ନିହତ ହୋଇଥିଲେ ।