ନିଯୁକ୍ତି ଦେବା କ୍ଷେତ୍ରରେ ଆଗରେ ରହିଛି ବ୍ୟାଙ୍କିଙ୍ଗ ସେକ୍ଟର

ନୂଆଦିଲ୍ଲୀ: ନିଯୁକ୍ତି ଦେବା କ୍ଷେତ୍ରରେ ଭାରତର ବିଏଫ୍ଏସଆଇ(ବ୍ୟାଙ୍କିଙ୍ ର୍ ଫାଇନାନ୍ସିଆଲ ସର୍ଭିସ୍ ଆଣ୍ଡ ଇନ୍‌ସୁରାନ୍ସ) ଆଗରେ ରହିଛି। ଯେଉଁଥିରେ ବ୍ୟାଙ୍କିଙ୍ଗ ଉଦ୍ୟମ ଆଗରେ ରହିଛି। ଟିମଲିଜ୍ ସର୍ଭିସେସ୍‌ର ଏକ ନୂଆ ରିପୋର୍ଟରେ ଜଣାପଡ଼ିଛି ଯେ ଆର୍ଥିକ ବର୍ଷ ୨୦୨୫ର ପ୍ରଥମାର୍ଦ୍ଧରେ ବ୍ୟାଙ୍କିଙ୍ଗ୍‌ର ୭.୨୧ ପ୍ରତିଶତ ନିଯୁକ୍ତି ହୋଇଛି।ଏହା ପଛକୁ ଏନ୍‌ବିଏଫସି(ନନ୍‌ ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ)ରେ ସର୍ବାଧିକ ୫.୧୪ ପ୍ରତିଶତ ନିଯୁକ୍ତି ହୋଇଛି। ତେବେ ଇନ୍ସୁରାନ୍ସ କ୍ଷେତ୍ରରେ ୫.୨୫ ପ୍ରତିଶତ ନିଯୁକ୍ତି ସୃଷ୍ଟି ହୋଇଥିବା ବେଳେ ଆଗକୁ ମନ୍ଥର ଅଭିବୃଦ୍ଧି ହେବ ବୋଲି ଆକଳନ କରାଯାଇଛି। ତେବେ ଫିନଟେକ୍ କ୍ଷେତ୍ରରେ ନିଯୁକ୍ତି ୪.୮୯ ପ୍ରତିଶତ ରହିଛି। ତଥାପି ଏ ଦିଗରେ ନିଯୁକ୍ତି ସୃଷ୍ଟି କରିବାରେ ସକାରାତ୍ମକ ଧାରା ଜାରି ରହିଛି।ଗବେଷଣା ରିପୋର୍ଟ ଅନୁସାରେ ବ୍ୟାଙ୍କିଙ୍ଗ ସେକ୍ଟର ନିଯୁକ୍ତି ସୃଷ୍ଟି କରିବାରେ ପଦକ୍ଷେପ ନେଉଥିବା ବେଳେ ଫିନଟେକ୍ ଫାର୍ମ ନିଯୁକ୍ତି ଦେବା ବାଲାନ୍ସ ମେଣ୍ଟେନ କରୁଛି। କିଛି ଫିନଟେକ ୱାର୍କଫୋର୍ସ ବଢାଇବାକୁ ଚାହୁଁଥିବା ବେଳେ କିଛି ହ୍ରାସ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଏହି ସେକ୍ଟରରେ ନିଯୁକ୍ତି ବାଲାନ୍ସ ରହିଛି। 

ନିଯୁକ୍ତି ଦେବା କ୍ଷେତ୍ରରେ ଆଗରେ ରହିଛି ବ୍ୟାଙ୍କିଙ୍ଗ ସେକ୍ଟର

ନୂଆଦିଲ୍ଲୀ: ନିଯୁକ୍ତି ଦେବା କ୍ଷେତ୍ରରେ ଭାରତର ବିଏଫ୍ଏସଆଇ(ବ୍ୟାଙ୍କିଙ୍ ର୍ ଫାଇନାନ୍ସିଆଲ ସର୍ଭିସ୍ ଆଣ୍ଡ ଇନ୍‌ସୁରାନ୍ସ) ଆଗରେ ରହିଛି। ଯେଉଁଥିରେ ବ୍ୟାଙ୍କିଙ୍ଗ ଉଦ୍ୟମ ଆଗରେ ରହିଛି। ଟିମଲିଜ୍ ସର୍ଭିସେସ୍‌ର ଏକ ନୂଆ ରିପୋର୍ଟରେ ଜଣାପଡ଼ିଛି ଯେ ଆର୍ଥିକ ବର୍ଷ ୨୦୨୫ର ପ୍ରଥମାର୍ଦ୍ଧରେ ବ୍ୟାଙ୍କିଙ୍ଗ୍‌ର ୭.୨୧ ପ୍ରତିଶତ ନିଯୁକ୍ତି ହୋଇଛି।

ଏହା ପଛକୁ ଏନ୍‌ବିଏଫସି(ନନ୍‌ ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ)ରେ ସର୍ବାଧିକ ୫.୧୪ ପ୍ରତିଶତ ନିଯୁକ୍ତି ହୋଇଛି। ତେବେ ଇନ୍ସୁରାନ୍ସ କ୍ଷେତ୍ରରେ ୫.୨୫ ପ୍ରତିଶତ ନିଯୁକ୍ତି ସୃଷ୍ଟି ହୋଇଥିବା ବେଳେ ଆଗକୁ ମନ୍ଥର ଅଭିବୃଦ୍ଧି ହେବ ବୋଲି ଆକଳନ କରାଯାଇଛି। ତେବେ ଫିନଟେକ୍ କ୍ଷେତ୍ରରେ ନିଯୁକ୍ତି ୪.୮୯ ପ୍ରତିଶତ ରହିଛି। ତଥାପି ଏ ଦିଗରେ ନିଯୁକ୍ତି ସୃଷ୍ଟି କରିବାରେ ସକାରାତ୍ମକ ଧାରା ଜାରି ରହିଛି।

ଗବେଷଣା ରିପୋର୍ଟ ଅନୁସାରେ ବ୍ୟାଙ୍କିଙ୍ଗ ସେକ୍ଟର ନିଯୁକ୍ତି ସୃଷ୍ଟି କରିବାରେ ପଦକ୍ଷେପ ନେଉଥିବା ବେଳେ ଫିନଟେକ୍ ଫାର୍ମ ନିଯୁକ୍ତି ଦେବା ବାଲାନ୍ସ ମେଣ୍ଟେନ କରୁଛି। କିଛି ଫିନଟେକ ୱାର୍କଫୋର୍ସ ବଢାଇବାକୁ ଚାହୁଁଥିବା ବେଳେ କିଛି ହ୍ରାସ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଏହି ସେକ୍ଟରରେ ନିଯୁକ୍ତି ବାଲାନ୍ସ ରହିଛି।