ଚୌଦ୍ୱାରରୁ ହଟ୍ ସିଟ୍‌ରେ ବସିବାର ସୌଭାଗ୍ୟ; ୫୦ ଲକ୍ଷ ଜିତି ଆଣିଛନ୍ତି ଗୌରବ, ପୂରଣ ହେଲା ୨୪ ବର୍ଷର ସ୍ୱପ୍ନ

କଟକ: ସେ ଏବେ ଫେମସ୍। ଅନେକଙ୍କ ପାଇଁ ପ୍ରେରଣା। ସେ ଘରର ସବୁ କାମ କରନ୍ତି। ଦୋକାନରେ ବି ବସନ୍ତି। କିନ୍ତୁ ୨୪ ବର୍ଷ ହେବ ସେ ଦେଖି ଆସୁଥିଲେ ସ୍ୱପ୍ନ। ଏବେ ସତ ହୋଇଛି। ବିଗ୍ ବି ଅମିତାଭ ବଚ୍ଚନଙ୍କ ସାମ୍ନାରେ ବସିଛନ୍ତି। ତାଙ୍କର ସବୁ ପ୍ରଶ୍ନର ରଖିଛନ୍ତି ଉତ୍ତର। ଗୋଟିଏ ପରେ ଗୋଟିଏ କଷ୍ଟକର ପ୍ରଶ୍ନ । ସବୁ ପ୍ରଶ୍ନର ଉତ୍ତର କିନ୍ତୁ ବେଶ୍‌ ବୁଦ୍ଧିମତା ଓ ଆତ୍ମବିଶ୍ୱାସର ସହ ଦେଇ ଚାଲିଥିଲେ ସେ । ଏଭଳି ୧୯ଟି ପ୍ରଶ୍ନର ଠିକ୍‌ ଉତ୍ତର ରଖି ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ୍‌ଙ୍କ ପ୍ରଶଂସାଭାଜନ ହେବା ସହ ସେ ଜିତିଛନ୍ତି ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶି । ଚୌଦ୍ୱାରର ଏକ ଛୋଟ ଔଷଧ ଦୋକାନରୁ ଆଜି ଜାତୀୟ ଟେଲିଭିଜନର ଲୋକପ୍ରିୟ ରିଅଲିଟି ସୋ’ କୌନ୍‌ ବନେଗା କରୋଡ୍‌ପତି(କେବିସି)ର ହଟ୍‌ସିଟ୍‌ରେ ବସି ପୁରସ୍କାର ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ପଙ୍କଜିନୀ ଦାଶ । ତାଙ୍କର ଏହି ବିଜୟ ପରେ କେବଳ ଚୌଦ୍ୱାରରୁ  ନୁହେଁ ବରଂ ରାଜ୍ୟର ସବୁ ଅଞ୍ଚଳରୁ  ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଚୌଦ୍ୱାର ପୌରପାଳିକା ନୁନ୍‌ଟିକିରୀର  ବାସିନ୍ଦା ହେଉଛନ୍ତି ପଙ୍କଜିନୀ ଦାଶ ।  ପେସାରେ ଜଣେ ଫାର୍ମାସିଷ୍ଟ ହୋଇଥିବାରୁ  ଘର ପାଖରେ ସ୍ୱାମୀ ଅଜୟ କୁମାର ତ୍ରିପାଠୀଙ୍କ ମା’ ଶାରଳା ମେଡିସିନ୍‌ ଷ୍ଟୋର୍‌ ନାମକ ଔଷଧ ଦୋକାନକୁ ସେ ସମ୍ଭାଳିଥାନ୍ତି। ଦୋକାନରୁ  ଆସିବା ପରେ ସୁଗୃହିଣୀ ଭାବେ ପରିବାରର ସମସ୍ତ ଦାୟିତ୍ୱ ନିର୍ବାହ କରିଥାନ୍

ଚୌଦ୍ୱାରରୁ ହଟ୍ ସିଟ୍‌ରେ ବସିବାର ସୌଭାଗ୍ୟ; ୫୦ ଲକ୍ଷ ଜିତି ଆଣିଛନ୍ତି ଗୌରବ, ପୂରଣ ହେଲା ୨୪ ବର୍ଷର ସ୍ୱପ୍ନ

କଟକ: ସେ ଏବେ ଫେମସ୍। ଅନେକଙ୍କ ପାଇଁ ପ୍ରେରଣା। ସେ ଘରର ସବୁ କାମ କରନ୍ତି। ଦୋକାନରେ ବି ବସନ୍ତି। କିନ୍ତୁ ୨୪ ବର୍ଷ ହେବ ସେ ଦେଖି ଆସୁଥିଲେ ସ୍ୱପ୍ନ। ଏବେ ସତ ହୋଇଛି। ବିଗ୍ ବି ଅମିତାଭ ବଚ୍ଚନଙ୍କ ସାମ୍ନାରେ ବସିଛନ୍ତି। ତାଙ୍କର ସବୁ ପ୍ରଶ୍ନର ରଖିଛନ୍ତି ଉତ୍ତର। ଗୋଟିଏ ପରେ ଗୋଟିଏ କଷ୍ଟକର ପ୍ରଶ୍ନ । ସବୁ ପ୍ରଶ୍ନର ଉତ୍ତର କିନ୍ତୁ ବେଶ୍‌ ବୁଦ୍ଧିମତା ଓ ଆତ୍ମବିଶ୍ୱାସର ସହ ଦେଇ ଚାଲିଥିଲେ ସେ । ଏଭଳି ୧୯ଟି ପ୍ରଶ୍ନର ଠିକ୍‌ ଉତ୍ତର ରଖି ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ୍‌ଙ୍କ ପ୍ରଶଂସାଭାଜନ ହେବା ସହ ସେ ଜିତିଛନ୍ତି ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶି । 

ଚୌଦ୍ୱାରର ଏକ ଛୋଟ ଔଷଧ ଦୋକାନରୁ ଆଜି ଜାତୀୟ ଟେଲିଭିଜନର ଲୋକପ୍ରିୟ ରିଅଲିଟି ସୋ’ କୌନ୍‌ ବନେଗା କରୋଡ୍‌ପତି(କେବିସି)ର ହଟ୍‌ସିଟ୍‌ରେ ବସି ପୁରସ୍କାର ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ପଙ୍କଜିନୀ ଦାଶ । ତାଙ୍କର ଏହି ବିଜୟ ପରେ କେବଳ ଚୌଦ୍ୱାରରୁ  ନୁହେଁ ବରଂ ରାଜ୍ୟର ସବୁ ଅଞ୍ଚଳରୁ  ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । 

ଚୌଦ୍ୱାର ପୌରପାଳିକା ନୁନ୍‌ଟିକିରୀର  ବାସିନ୍ଦା ହେଉଛନ୍ତି ପଙ୍କଜିନୀ ଦାଶ ।  ପେସାରେ ଜଣେ ଫାର୍ମାସିଷ୍ଟ ହୋଇଥିବାରୁ  ଘର ପାଖରେ ସ୍ୱାମୀ ଅଜୟ କୁମାର ତ୍ରିପାଠୀଙ୍କ ମା’ ଶାରଳା ମେଡିସିନ୍‌ ଷ୍ଟୋର୍‌ ନାମକ ଔଷଧ ଦୋକାନକୁ ସେ ସମ୍ଭାଳିଥାନ୍ତି। ଦୋକାନରୁ  ଆସିବା ପରେ ସୁଗୃହିଣୀ ଭାବେ ପରିବାରର ସମସ୍ତ ଦାୟିତ୍ୱ ନିର୍ବାହ କରିଥାନ୍ତି । ପରିବାର କହିଲେ ଗୋଟିଏ ବୋଲି ପୁଅ ଅର୍ଜୁନ କୁମାର  ତ୍ରିପାଠୀ, ଶାଶୂ ଓ ଶ୍ୱଶୁର । ସକାଳ ୫ଟାରୁ ଉଠି ଘର କାମ ସାରି ଦିନ ୯ଟା ସମୟରେ ଦୋକାନ ଖୋଲିଥାନ୍ତି । ଏମିତିକି ତାଙ୍କ ଉତ୍ତମ  ବ୍ୟବହାର ପାଇଁ ସ୍ଥାନୀୟ ଅଞ୍ଚଳରେ ନାନୀଙ୍କ ଔଷଧ ଦୋକାନ ଭାବେ ତାଙ୍କ ଦୋକାନ ପରିଚିତ । 

ଅବସର ସମୟରେ ଜାତୀୟ  ଚ୍ୟାନେଲ୍‌ ସୋନି ଏଣ୍ଟର୍‌ଟେନ୍‌ମେଣ୍ଟ୍‌ରେ ଦେଉଥିବା କୌନ୍‌ ବନେଗା କରୋଡ୍‌ପତି କାର୍ଯ୍ୟକ୍ରମ ସେ ଦେଖୁଥିଲେ । ଦୀର୍ଘ ୨୪ବର୍ଷ  ହେବ କେବିସିର ହଟ୍‌ସିଟ୍‌ରେ ବସି ପ୍ରଶ୍ନର  ଉତ୍ତର ଦେବାକୁ ଉଦ୍ୟମ ଜାରି ରଖିଥିଲେ । କେବିସିର ୨୫ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ସୁଯୋଗ ପାଇ ସେ ପ୍ରଥମେ କ୍ୱାଲିଫାଇଙ୍ଗ ରାଉଣ୍ଡରୁ ଉତ୍ତୀର୍ଣ୍ଣ ହୋଇ ପାରିନଥିଲେ ମଧ୍ୟ ପରେ ୧୦ ଜଣଙ୍କ ମଧ୍ୟରେ ରହିଥିଲେ । ପରେ କମ୍‌ ସମୟରେ ଏକ ପ୍ରଶ୍ନର ଉତ୍ତର ରଖି ହଟ୍‌ସିଟ୍‌ରେ ବସିବାର ସୁଯୋଗ ପାଇଥିଲେ । ସୁପରଷ୍ଟାର୍‌ ଅମିତାଭଙ୍କ ଦ୍ୱାରା ପଚରା ଯାଇଥିବା ୨୦ଟି ପ୍ରଶ୍ନରୁ ୧୯ଟିର ଠିକ୍‌ ଉତ୍ତର ଦେଇ ପରେ ଓହରିଯାଇଥିଲେ । ସିଜିନ୍‌ ୧୬ ଏପିସୋଡ୍‌-୮୯ରେ କଟକର ପଙ୍କଜିନୀ ଦାଶ ୫୦ଲକ୍ଷ ଟଙ୍କା ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏ ଖବର ସମଗ୍ର ଚୌଦ୍ୱାର  ଅଞ୍ଚଳରେ ଖୁସିର ଲହରୀ ଖେଳାଇଛି ।