ଏବେ ପଶ୍ଚିମବଙ୍ଗ ବାରରେ କାମ କରିପାରିବେ ମହିଳା, ଅବକାରୀ ଆଇନ ସଂଶୋଧନ କଲେ ମମତା ସରକାର

କୋଲକାତା ୨୦।୩: ପଶ୍ଚିମବଙ୍ଗ ବାରରେ ଏବେ ମହିଳା ମଦ ପରସି ପାରିବେ। ମମତା ବାନାର୍ଜୀ ସରକାର ନୂଆ ବିଧେୟକ ଗୃହୀତ କରି ମହିଳାମାନଙ୍କୁ ବାରରେ କାମ କରିବାର ଅନୁମତି ଦେଇଛନ୍ତି। ଏଥିରେ ବେଙ୍ଗଲ ଅବକାରୀ ଅଧିନିୟମ ୧୯୦୯ରେ ପରିବର୍ତ୍ତନ କରାଯାଇଛି। ଏହି ବିଧେୟକ ଗୃହୀତ ହେବା ପରେ ‘ଅନ୍’ କ୍ୟାଟଗରୀର ମଦ ଦୋକାନମାନଙ୍କରେ ମହିଳାଙ୍କୁ ରୋଜଗାର ଦିଆଯାଇ ପାରିବ। ଭାରତର ଅନେକ ରାଜ୍ୟ ପୂର୍ବରୁ ବାରରେ ମହିଳାଙ୍କୁ କାମ କରିବାର ଅଧିକାର ଦେଇଛନ୍ତି। ପଶ୍ଚିମବଙ୍ଗ ଅର୍ଥ ବିଧେୟକ ୨୦୨୫କୁ ରାଜ୍ୟମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ସେ ଗୃହରେ ବିଧେୟକ ଉପରେ ଚର୍ଚ୍ଚା ଆରମ୍ଭ କରି କହିଛନ୍ତି ଯେ ରାଜ୍ୟ ସରକାର ମହିଳା ଓ ପୁରୁଷଙ୍କ ମଧ୍ୟରେ ଭେଦଭାବକୁ ବିଶ୍ୱାସ କରନ୍ତି ନାହିଁ। ସେ କହିଛନ୍ତି ଯେ ବିଧେୟକର ଅନ୍ୟ ପ୍ରାବଧାନ ସହିତ ରାଜ୍ୟ ସରକାରଙ୍କୁ ଅବୈଧ ମଦ ନିୟନ୍ତ୍ରଣ ନିମନ୍ତେ ଗୁଡ଼ ସମେତ ଅନ୍ୟ କଞ୍ଚାମାଲ ଯୋଗାଣ ଉପରେ ନଜର ରଖିବାକୁ ଅଧିକାର ପ୍ରଦାନ କରୁଛି। ଅନ୍ କ୍ୟାଟଗରୀର ବାର ଓ ଦୋକାନ ଏପରି ସ୍ଥାନ ଯେଉଁଠି ମଦ ଖୋଲି ପିଇବାକୁ ଅନୁମତି ଥାଏ।  ଏହା ଅଫ କ୍ୟାଟଗରୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅଫ କ୍ୟାଟଗରୀ ମଦ ଦୋକାନରେ ମଦ ଖୋଲି ପିଇବାକୁ ଅନୁମତି ନଥାଏ। ଏଠାରୁ ଗ୍ରାହକ କେବଳ ମଦ କିଣି ପାରିବେ। ଉଲ୍ଲେଖଯୋଗ୍ୟ ଯେ ବେଙ୍ଗାଲୁରୁରେ ମହିଳାଙ୍କୁ ବାରରେ କାମ କରିବାର ଅନୁମତି ଅଛି। ୨୦୧୨ ମସିହ

ଏବେ ପଶ୍ଚିମବଙ୍ଗ ବାରରେ କାମ କରିପାରିବେ ମହିଳା, ଅବକାରୀ ଆଇନ ସଂଶୋଧନ କଲେ ମମତା ସରକାର

କୋଲକାତା ୨୦।୩: ପଶ୍ଚିମବଙ୍ଗ ବାରରେ ଏବେ ମହିଳା ମଦ ପରସି ପାରିବେ। ମମତା ବାନାର୍ଜୀ ସରକାର ନୂଆ ବିଧେୟକ ଗୃହୀତ କରି ମହିଳାମାନଙ୍କୁ ବାରରେ କାମ କରିବାର ଅନୁମତି ଦେଇଛନ୍ତି। ଏଥିରେ ବେଙ୍ଗଲ ଅବକାରୀ ଅଧିନିୟମ ୧୯୦୯ରେ ପରିବର୍ତ୍ତନ କରାଯାଇଛି। ଏହି ବିଧେୟକ ଗୃହୀତ ହେବା ପରେ ‘ଅନ୍’ କ୍ୟାଟଗରୀର ମଦ ଦୋକାନମାନଙ୍କରେ ମହିଳାଙ୍କୁ ରୋଜଗାର ଦିଆଯାଇ ପାରିବ। ଭାରତର ଅନେକ ରାଜ୍ୟ ପୂର୍ବରୁ ବାରରେ ମହିଳାଙ୍କୁ କାମ କରିବାର ଅଧିକାର ଦେଇଛନ୍ତି। 

ପଶ୍ଚିମବଙ୍ଗ ଅର୍ଥ ବିଧେୟକ ୨୦୨୫କୁ ରାଜ୍ୟମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ସେ ଗୃହରେ ବିଧେୟକ ଉପରେ ଚର୍ଚ୍ଚା ଆରମ୍ଭ କରି କହିଛନ୍ତି ଯେ ରାଜ୍ୟ ସରକାର ମହିଳା ଓ ପୁରୁଷଙ୍କ ମଧ୍ୟରେ ଭେଦଭାବକୁ ବିଶ୍ୱାସ କରନ୍ତି ନାହିଁ। ସେ କହିଛନ୍ତି ଯେ ବିଧେୟକର ଅନ୍ୟ ପ୍ରାବଧାନ ସହିତ ରାଜ୍ୟ ସରକାରଙ୍କୁ ଅବୈଧ ମଦ ନିୟନ୍ତ୍ରଣ ନିମନ୍ତେ ଗୁଡ଼ ସମେତ ଅନ୍ୟ କଞ୍ଚାମାଲ ଯୋଗାଣ ଉପରେ ନଜର ରଖିବାକୁ ଅଧିକାର ପ୍ରଦାନ କରୁଛି। 

ଅନ୍ କ୍ୟାଟଗରୀର ବାର ଓ ଦୋକାନ ଏପରି ସ୍ଥାନ ଯେଉଁଠି ମଦ ଖୋଲି ପିଇବାକୁ ଅନୁମତି ଥାଏ।  ଏହା ଅଫ କ୍ୟାଟଗରୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅଫ କ୍ୟାଟଗରୀ ମଦ ଦୋକାନରେ ମଦ ଖୋଲି ପିଇବାକୁ ଅନୁମତି ନଥାଏ। ଏଠାରୁ ଗ୍ରାହକ କେବଳ ମଦ କିଣି ପାରିବେ। ଉଲ୍ଲେଖଯୋଗ୍ୟ ଯେ ବେଙ୍ଗାଲୁରୁରେ ମହିଳାଙ୍କୁ ବାରରେ କାମ କରିବାର ଅନୁମତି ଅଛି। ୨୦୧୨ ମସିହାରେ କର୍ଣ୍ଣାଟକ ପୋଲିସ ଅଧିନିୟମରେ ସବୁ ପବ ଓ ରଷ୍ଟୁରାଣ୍ଟଙ୍କୁ ଏଥି ପାଇଁ ଲାଇସେନ୍ସ ବାଧ୍ୟତାମୂଳକ କରାଯାଇଥିଲା। ଯାହାଦ୍ୱାରା ରାଜ୍ୟରେ ମହିଳାଙ୍କ ନିମନ୍ତେ ରୋଜଗାରର ସୃଜନ ହୋଇଥିଲା। ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ ମହିଳାଙ୍କୁ ବାରରେ କାମ କରିବା ଓ ମଦ ପରସିବାର ଅନୁମତି ଅଛି।