କାଳହେଲା ଶିବରାତ୍ରି ଯାତ୍ରା: କୁସୁମୁଣ୍ଡା ଘାଟିରେ ଓଲଟିଲା ଟ୍ରାକ୍ଟର, ୩୦ରୁ ଊର୍ଦ୍ଧ୍ୱ ଗୁରୁତର
ତୁମୁଡିବନ୍ଧ,୯।୩(ଦୀପକ କୁମାର ପରାସେଠ୍): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବେଲଘରରୁ ମହାଶିବରାତ୍ରି ଯାତ୍ରା ଦେଖି ଟ୍ରାକ୍ଟରରେ ଫେରୁଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। କୁସୁମୁଣ୍ଡା ଘାଟି ବୁଲନ୍ତିଆଠାରେ ଶନିବାର ସକାଳେ ଟ୍ରାକ୍ଟର ଓଲଟି ୩୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଗୁରୁତରମାନେ ଝିରିପାଣି ପଞ୍ଚାୟତ ସିକକି ଗ୍ରାମ ଓ ଆଖପାଖ ଗ୍ରାମର ବୋଲି ଜଣାପଡ଼ିଛି। ଖବରପାଇ ବେଲଘର ସିଆରପିଏଫ୍ ଯବାନ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବେଲଘର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତୁମୁଡିବନ୍ଧ ଗୋଷ୍ଠୀ […] The post କାଳହେଲା ଶିବରାତ୍ରି ଯାତ୍ରା: କୁସୁମୁଣ୍ଡା ଘାଟିରେ ଓଲଟିଲା ଟ୍ରାକ୍ଟର, ୩୦ରୁ ଊର୍ଦ୍ଧ୍ୱ ଗୁରୁତର appeared first on Dharitri Odia News.
ତୁମୁଡିବନ୍ଧ,୯।୩(ଦୀପକ କୁମାର ପରାସେଠ୍): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବେଲଘରରୁ ମହାଶିବରାତ୍ରି ଯାତ୍ରା ଦେଖି ଟ୍ରାକ୍ଟରରେ ଫେରୁଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। କୁସୁମୁଣ୍ଡା ଘାଟି ବୁଲନ୍ତିଆଠାରେ ଶନିବାର ସକାଳେ ଟ୍ରାକ୍ଟର ଓଲଟି ୩୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଗୁରୁତରମାନେ ଝିରିପାଣି ପଞ୍ଚାୟତ ସିକକି ଗ୍ରାମ ଓ ଆଖପାଖ ଗ୍ରାମର ବୋଲି ଜଣାପଡ଼ିଛି।
ଖବରପାଇ ବେଲଘର ସିଆରପିଏଫ୍ ଯବାନ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବେଲଘର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଚିକିତ୍ସା ଜାରୀ ରହିଥିବାବେଳେ ୧୪ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି।
The post କାଳହେଲା ଶିବରାତ୍ରି ଯାତ୍ରା: କୁସୁମୁଣ୍ଡା ଘାଟିରେ ଓଲଟିଲା ଟ୍ରାକ୍ଟର, ୩୦ରୁ ଊର୍ଦ୍ଧ୍ୱ ଗୁରୁତର appeared first on Dharitri Odia News.