ଷ୍ଟାଲିନ୍‌ଙ୍କ କ୍ୟାବିନେଟ୍‌ରୁ ବିଦା ହେଲେ ୨ ମନ୍ତ୍ରୀ

ଚେନ୍ନାଇ,୨୭ା୪: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ କ୍ୟାବିନେଟ୍‌ରୁ ୨ ବରିଷ୍ଠ ମନ୍ତ୍ରୀଙ୍କୁ ବିଦା କରାଯାଇଛି। ସେନ୍ଥିଲ ବାଲାଜୀ ଏବଂ କେ. ପୋନ୍‌ମୁଡ଼ି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟପାଳ ଆର୍‌.ଏନ୍‌. ରବି ସେମାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି। ଫଳରେ ଏସ୍‌.ଏସ୍‌. ଶିବଶଙ୍କରଙ୍କୁ ଅତିରିକ୍ତ ଭାବେ ବିଦ୍ୟୁତ୍‌ ବିଭାଗ ଦିଆଯାଇଥିବା ବେଳେ ଏସ୍‌. ମୁଥୁସାମି ଅବକାରୀ ବିଭାଗ ଦାୟିତ୍ୱରେ ରହିବେ। ଆର୍‌.ଏସ୍‌. ରାଜକନ୍ନପାନଙ୍କୁ ଜଙ୍ଗଲ ଓ ଖଦି ବିଭାଗ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। […] The post ଷ୍ଟାଲିନ୍‌ଙ୍କ କ୍ୟାବିନେଟ୍‌ରୁ ବିଦା ହେଲେ ୨ ମନ୍ତ୍ରୀ appeared first on Dharitri Odia News.

ଷ୍ଟାଲିନ୍‌ଙ୍କ କ୍ୟାବିନେଟ୍‌ରୁ ବିଦା ହେଲେ ୨ ମନ୍ତ୍ରୀ

ଚେନ୍ନାଇ,୨୭ା୪: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ କ୍ୟାବିନେଟ୍‌ରୁ ୨ ବରିଷ୍ଠ ମନ୍ତ୍ରୀଙ୍କୁ ବିଦା କରାଯାଇଛି। ସେନ୍ଥିଲ ବାଲାଜୀ ଏବଂ କେ. ପୋନ୍‌ମୁଡ଼ି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟପାଳ ଆର୍‌.ଏନ୍‌. ରବି ସେମାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି।

ଫଳରେ ଏସ୍‌.ଏସ୍‌. ଶିବଶଙ୍କରଙ୍କୁ ଅତିରିକ୍ତ ଭାବେ ବିଦ୍ୟୁତ୍‌ ବିଭାଗ ଦିଆଯାଇଥିବା ବେଳେ ଏସ୍‌. ମୁଥୁସାମି ଅବକାରୀ ବିଭାଗ ଦାୟିତ୍ୱରେ ରହିବେ। ଆର୍‌.ଏସ୍‌. ରାଜକନ୍ନପାନଙ୍କୁ ଜଙ୍ଗଲ ଓ ଖଦି ବିଭାଗ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ବିଧାୟକ ଟି. ମାନୋ ଥଙ୍ଗରାଜଙ୍କୁ କ୍ୟାବିନେଟ୍‌ରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ସୁପାରିସ କରିଛନ୍ତି। ସୋମବାର ରାଜଭବନରେ ନୂଆ ମନ୍ତ୍ରୀ ଶପଥ ନେବେ।

ସୂଚନାଯୋଗ୍ୟ, ସେନ୍ଥିଲ ବାଲାଜୀ ଏବଂ କେ. ପୋନ୍‌ମୁଡ଼ି ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ନିଯୁକ୍ତି ପାଇଁ ଟଙ୍କା କାରବାର ଦୁର୍ନୀତିରେ ସେନ୍ଥିଲ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ଗୁରୁବାର ରାଜି ହୋଇଥିଲେ। ସେହିପରି ଶୈବ ଓ ବୈଷ୍ଣବ ଧର୍ମ ଏବଂ ମହିଳାଙ୍କ ବିରୋଧରେ କେ. ପୋନ୍‌ମୁଡ଼ି ଦେଇଥିବା ଘୃଣିତ ମନ୍ତବ୍ୟକୁ ମାଡ୍ରାସ ହାଇକୋର୍ଟ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

The post ଷ୍ଟାଲିନ୍‌ଙ୍କ କ୍ୟାବିନେଟ୍‌ରୁ ବିଦା ହେଲେ ୨ ମନ୍ତ୍ରୀ appeared first on Dharitri Odia News.