ଚିକିତ୍ସା ଅବହେଳାରୁ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ
କଟକ,୨୩।୬: ଚିକିତ୍ସାରେ ଅବହେଳାରୁ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ସୋମବାର ଅଭିଯୋଗ ହୋଇଛି। ମୃତ ବିଚାରାଧୀନ ବନ୍ଦୀ ହରିୟାଣାର। ସେ ବ୍ରହ୍ମପୁର ଜେଲରେ ବିଚାରାଧୀନ ଥିଲେ। ମିଳିଥିବା ସୂଚନା ମୁତାବକ, ବ୍ରହ୍ମପୁର ଜେଲରେ ବନ୍ଦୀ ଜଣକ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ AIIMS ଅଣାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ କଟକ SCBରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଚିକିତ୍ସାରେ ଅବହେଲା ଯୋଗୁ ତାଙ୍କର ମୃତ୍ୟୁ […] The post ଚିକିତ୍ସା ଅବହେଳାରୁ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ appeared first on Dharitri Odia News.
କଟକ,୨୩।୬: ଚିକିତ୍ସାରେ ଅବହେଳାରୁ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ସୋମବାର ଅଭିଯୋଗ ହୋଇଛି। ମୃତ ବିଚାରାଧୀନ ବନ୍ଦୀ ହରିୟାଣାର। ସେ ବ୍ରହ୍ମପୁର ଜେଲରେ ବିଚାରାଧୀନ ଥିଲେ।
ମିଳିଥିବା ସୂଚନା ମୁତାବକ, ବ୍ରହ୍ମପୁର ଜେଲରେ ବନ୍ଦୀ ଜଣକ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ AIIMS ଅଣାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ କଟକ SCBରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଚିକିତ୍ସାରେ ଅବହେଲା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଥିବା ସୂଚନା ମିଳିଛି। ଘଟଣାର ତଦନ୍ତ କରି ଅବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
The post ଚିକିତ୍ସା ଅବହେଳାରୁ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ appeared first on Dharitri Odia News.