ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ ଉପମୁଖ୍ୟମନ୍ତ୍ରୀ-ଆଇନ ମନ୍ତ୍ରୀ, ଆହତ ସେବାୟତଙ୍କୁ ଭେଟିଲେ…

ପୁରୀ ଅଫିସ, ୯।୭: ଆଡପ ମଣ୍ଡପକୁ ବିଜେ ଲାଗି ପହଣ୍ଡି ହେଉଥିବା ବେଳେ ଘଟିଛି ବଡ଼ ଅଘଟଣ। ବଡ଼ ଠାକୁର ବଳଭଦ୍ର ଚାରମାଳ ଉପରେ ଖସିପଡ଼ିବାରୁ ୭ଜଣ ସେବାୟତ ଆହତ ହୋଇଛନ୍ତି। ଏନେଇ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୃଥ୍ବୀରାଜ ହରିଚନ୍ଦନ। ସେମାନେ ପୁରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତ ସେବାୟତଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସୂଚନାଥାଉ କି, ମଙ୍ଗଳବାର […] The post ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ ଉପମୁଖ୍ୟମନ୍ତ୍ରୀ-ଆଇନ ମନ୍ତ୍ରୀ, ଆହତ ସେବାୟତଙ୍କୁ ଭେଟିଲେ… appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ ଉପମୁଖ୍ୟମନ୍ତ୍ରୀ-ଆଇନ ମନ୍ତ୍ରୀ, ଆହତ ସେବାୟତଙ୍କୁ ଭେଟିଲେ…

ପୁରୀ ଅଫିସ, ୯।୭: ଆଡପ ମଣ୍ଡପକୁ ବିଜେ ଲାଗି ପହଣ୍ଡି ହେଉଥିବା ବେଳେ ଘଟିଛି ବଡ଼ ଅଘଟଣ। ବଡ଼ ଠାକୁର ବଳଭଦ୍ର ଚାରମାଳ ଉପରେ ଖସିପଡ଼ିବାରୁ ୭ଜଣ ସେବାୟତ ଆହତ ହୋଇଛନ୍ତି। ଏନେଇ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୃଥ୍ବୀରାଜ ହରିଚନ୍ଦନ। ସେମାନେ ପୁରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତ ସେବାୟତଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସୂଚନାଥାଉ କି, ମଙ୍ଗଳବାର ଜନ୍ମବେଦୀକୁ ଆଡପ ବିଜେବେଳେ ପୁରୀରେ ଘଟିଛି ବଡ଼ ଅଘଟଣ । ପହଣ୍ଡି ବେଳେ ତଳକୁ ଖସି ପଡିଛନ୍ତି ମହାପ୍ରଭୁ ବଳଭଦ୍ର । ଠାକୁର ରଥର ସିଂହାସନରୁ ଓହ୍ଲାଇବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। କିନ୍ତୁ କିଛିବାଟ ଆସିବା ପରେ ତଳକୁ ଖସି ପଡିଥିଲେ। ପାଖରେ ଥିବା ସେବକମାନେ ଠାକୁରଙ୍କୁ ସିଧା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ, ଏହା ସମ୍ଭବ ହୋଇ ନ ଥିଲା। ରଥ ଉପରୁ ସେବାୟତଙ୍କ ଗୋଡ ଖସିବାରୁ ଏପରି ଅଘଟଣ ଘଟିଛି । ବଡ଼ ଠାକୁର ତଳକୁ ଖସିବାରୁ ତଳେ ଚାପି ହୋଇ ୭ ଜଣ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

The post ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ ଉପମୁଖ୍ୟମନ୍ତ୍ରୀ-ଆଇନ ମନ୍ତ୍ରୀ, ଆହତ ସେବାୟତଙ୍କୁ ଭେଟିଲେ… appeared first on Dharitri Odia News.