ପଢୁଥିଲେ ପାଠ, ମହମବତୀରୁ ନିଆଁ ଲାଗି ଜଳିଗଲା ଘର
ବ୍ରାହ୍ମଣୀଗାଁ,୪ା୧୦(ମନୋରଞ୍ଜନ ରଣା): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବୁଜୁଲି ଗ୍ରାମରେ ବି.ଫେର୍ନାନ୍ଦ ବଳିଆର ସିଂଙ୍କ ଘରେ ମହମବତୀରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି। ଗାଁରେ ଟ୍ରାନ୍ସଫର୍ମର ପୋଡି ଯିବାରୁ ଫେର୍ନାନ୍ଦଙ୍କ ସାନଝିଅ କୁନ୍ତଳା ମହମବତୀ ଲଗାଇ ପାଠ ପଢ଼ୁଥିଲେ। ପାଠ ସାରି ଘରେ ତାଙ୍କ ମା’ ନ ଥିବାରୁ ରୋଷେଇ କରିବାକୁ ଯାଇଥିଲେ। ଏହି ସମୟରେ କୌଣସି ପ୍ରକାରେ ମହମବତୀରୁ ବହିପତ୍ରକୁ ନିଆଁ ଲାଗି ଘରକୁ ବ୍ୟାପୀ ଯାଇଥିଲା। କୁନ୍ତଳା ପଡ଼ୋଶୀଙ୍କୁ ଚିତ୍କାର କରି […] The post ପଢୁଥିଲେ ପାଠ, ମହମବତୀରୁ ନିଆଁ ଲାଗି ଜଳିଗଲା ଘର appeared first on Dharitri Odia News.
ବ୍ରାହ୍ମଣୀଗାଁ,୪ା୧୦(ମନୋରଞ୍ଜନ ରଣା): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବୁଜୁଲି ଗ୍ରାମରେ ବି.ଫେର୍ନାନ୍ଦ ବଳିଆର ସିଂଙ୍କ ଘରେ ମହମବତୀରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି। ଗାଁରେ ଟ୍ରାନ୍ସଫର୍ମର ପୋଡି ଯିବାରୁ ଫେର୍ନାନ୍ଦଙ୍କ ସାନଝିଅ କୁନ୍ତଳା ମହମବତୀ ଲଗାଇ ପାଠ ପଢ଼ୁଥିଲେ।
ପାଠ ସାରି ଘରେ ତାଙ୍କ ମା’ ନ ଥିବାରୁ ରୋଷେଇ କରିବାକୁ ଯାଇଥିଲେ। ଏହି ସମୟରେ କୌଣସି ପ୍ରକାରେ ମହମବତୀରୁ ବହିପତ୍ରକୁ ନିଆଁ ଲାଗି ଘରକୁ ବ୍ୟାପୀ ଯାଇଥିଲା। କୁନ୍ତଳା ପଡ଼ୋଶୀଙ୍କୁ ଚିତ୍କାର କରି ଡାକିଥିଲେ। ଗ୍ରାମବାସୀ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଦାରିଙ୍ଗବାଡି ଦମକଳ କେନ୍ଦ୍ରକୁ ଜଣାଇଥିଲେ। ଦମକଳ ବାହୀନି ପହଞ୍ଚିବା ବେଳକୁ ଘରେ ଥିବା ଲୁଗାପଟା, ବହି, ସାର୍ଟିଫିକେଟ, ଆଧାର କାର୍ଡ, ବ୍ୟାଙ୍କ ପାସବୁକ, ଟିଭି, କମ୍ପ୍ୟୁଟର, ସୁନାରୁପା ସହ ୫୦ ହଜାର ଟଙ୍କା ପୋଡ଼ି ହୋଇ ପାଉଁଶ ହେଇଯାଇଥିଲା। ଏ ନେଇ ଫେର୍ନାନ୍ଦ ଗଦାପୁର ଆରଆଇଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପରିବାରକୁ ପ୍ରଶାସନ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଓ ସରପଞ୍ଚ ନବନିତା କପାଟପାତ୍ର ନିବେଦନ କରିଛନ୍ତି।
The post ପଢୁଥିଲେ ପାଠ, ମହମବତୀରୁ ନିଆଁ ଲାଗି ଜଳିଗଲା ଘର appeared first on Dharitri Odia News.