ବାଇକ୍‌କୁ ପିଟିଲା କାର୍‌, ଚାଲିଗଲା ୨ ଆରୋହୀଙ୍କ ଜୀବନ

ପିପିଲି ୩୦।୦୩ : ପୁରୀ ଜିଲ୍ଲା ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ମକୁନ୍ଦପୁର ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ପିଟିଲା କାର୍‌ । ଯାହାଫଳରେ ଘଟଣାସ୍ଥଳରେ ହିଁ ଚାଲିଯାଇଛି ୨ଜଣ ଜୀବନ । ମୃତକ ବାଲିପଡ଼ା ନନ୍ଦନକାନନ ଅଞ୍ଚଳର ସୁଧାକର ପାତ୍ର ଓ ରଶ୍ମିରଞ୍ଜନ ପରିଡ଼ା ବୋଲି ଜଣାପଡିଛି । ଖବର ଅନୁଯାୟୀ, ସୁଧାକର ପାତ୍ର ଓ ରଶ୍ମିରଂଜନ ପରିଡା ନାମକ ଦୁଇ  ଯୁବକ ଏକ ବାଇକ୍‌ ଯୋଗେ ଭୁବନେଶ୍ୱରରୁ ପୁରୀ ଯାଉଥିଲେ । ଏହି ସମୟରେ ପିପିଲି ମକୁନ୍ଦପୁର ସଟସ ବାଇପାସ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା ଏକ କାର୍‌ । ଏହି ଦୁର୍ଘଟଣାରେ କାର୍‌ଟି ବାଇକ୍‌ ଉପରେ ମାଡିଯାଇ ଓଲଟି ପଡ଼ିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଉଭୟ ଯୁବକଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଏହି ଭୟଙ୍କର ଦୁର୍ଘଟଣା ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ କାର୍‌ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

ବାଇକ୍‌କୁ ପିଟିଲା କାର୍‌, ଚାଲିଗଲା ୨ ଆରୋହୀଙ୍କ ଜୀବନ

ପିପିଲି ୩୦।୦୩ : ପୁରୀ ଜିଲ୍ଲା ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ମକୁନ୍ଦପୁର ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ପିଟିଲା କାର୍‌ । ଯାହାଫଳରେ ଘଟଣାସ୍ଥଳରେ ହିଁ ଚାଲିଯାଇଛି ୨ଜଣ ଜୀବନ । ମୃତକ ବାଲିପଡ଼ା ନନ୍ଦନକାନନ ଅଞ୍ଚଳର ସୁଧାକର ପାତ୍ର ଓ ରଶ୍ମିରଞ୍ଜନ ପରିଡ଼ା ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ସୁଧାକର ପାତ୍ର ଓ ରଶ୍ମିରଂଜନ ପରିଡା ନାମକ ଦୁଇ  ଯୁବକ ଏକ ବାଇକ୍‌ ଯୋଗେ ଭୁବନେଶ୍ୱରରୁ ପୁରୀ ଯାଉଥିଲେ । ଏହି ସମୟରେ ପିପିଲି ମକୁନ୍ଦପୁର ସଟସ ବାଇପାସ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା ଏକ କାର୍‌ । ଏହି ଦୁର୍ଘଟଣାରେ କାର୍‌ଟି ବାଇକ୍‌ ଉପରେ ମାଡିଯାଇ ଓଲଟି ପଡ଼ିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଉଭୟ ଯୁବକଙ୍କ ମୃତ୍ୟୁ ହୋଇଥିଲା । 

ସେପଟେ ଏହି ଭୟଙ୍କର ଦୁର୍ଘଟଣା ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ କାର୍‌ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।