ବ୍ୟବହାର ହେବନାହିଁ ଡିଆର୍ଏସ୍ ଟେକ୍ନୋଲୋଜି, ଜାଣନ୍ତୁ କ’ଣ ପାଇଁ…
ଲାହୋର,୨୭ା୫: ବାଂଲାଦେଶ ବିପକ୍ଷରେ ହେବାକୁ ଯାଉଥିବା ୩ ମ୍ୟାଚ୍ବିଶିଷ୍ଟ ଟି୨୦ ସିରିଜ୍ରେ ଡିଆର୍ଏସ୍ ଟେକ୍ନୋଲୋଜି ବ୍ୟବହାର ନ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ନିଷ୍ପତ୍ତି ନେଇଛି। ବୁଧବାରଠାରୁ ଆରମ୍ଭ ହେଉଥିବା ସିରିଜ୍ରେ ପ୍ରଶଂସକ ଓ ପ୍ରାୟୋଜକଙ୍କ ମଧ୍ୟରେ ଇଚ୍ଛାର ଅଭାବ ଥିବାରୁ ଡିଆର୍ଏସ୍ ଟେକ୍ନୋଲୋଜି ବ୍ୟବହାର ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସିରିଜ୍ରେ ଡିଆର୍ଏସ୍ ଟେକ୍ନୋଲୋଜିର ବ୍ୟବହାର ବୋର୍ଡ କିମ୍ବା ପ୍ରସାରଣକାରୀ ସଂସ୍ଥା ଲାଗି ଲାଭଦାୟକ ହେବ ନାହିଁ ବୋଲି ସୂତ୍ରରୁ କୁହାଯାଇଛି। ବାଂଲାଦେଶ ତା’ର କିଛି […] The post ବ୍ୟବହାର ହେବନାହିଁ ଡିଆର୍ଏସ୍ ଟେକ୍ନୋଲୋଜି, ଜାଣନ୍ତୁ କ’ଣ ପାଇଁ… appeared first on Dharitri Odia News.
ଲାହୋର,୨୭ା୫: ବାଂଲାଦେଶ ବିପକ୍ଷରେ ହେବାକୁ ଯାଉଥିବା ୩ ମ୍ୟାଚ୍ବିଶିଷ୍ଟ ଟି୨୦ ସିରିଜ୍ରେ ଡିଆର୍ଏସ୍ ଟେକ୍ନୋଲୋଜି ବ୍ୟବହାର ନ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ନିଷ୍ପତ୍ତି ନେଇଛି। ବୁଧବାରଠାରୁ ଆରମ୍ଭ ହେଉଥିବା ସିରିଜ୍ରେ ପ୍ରଶଂସକ ଓ ପ୍ରାୟୋଜକଙ୍କ ମଧ୍ୟରେ ଇଚ୍ଛାର ଅଭାବ ଥିବାରୁ ଡିଆର୍ଏସ୍ ଟେକ୍ନୋଲୋଜି ବ୍ୟବହାର ନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସିରିଜ୍ରେ ଡିଆର୍ଏସ୍ ଟେକ୍ନୋଲୋଜିର ବ୍ୟବହାର ବୋର୍ଡ କିମ୍ବା ପ୍ରସାରଣକାରୀ ସଂସ୍ଥା ଲାଗି ଲାଭଦାୟକ ହେବ ନାହିଁ ବୋଲି ସୂତ୍ରରୁ କୁହାଯାଇଛି। ବାଂଲାଦେଶ ତା’ର କିଛି ମୁଖ୍ୟ ଖେଳାଳିଙ୍କ ବିନା ପାକିସ୍ତାନ ଟୁର୍ କରିଛି। ଅଭିଜ୍ଞ ବାମହାତୀ ପେସର ମୁସ୍ତାଫିଜୁର ରହମାନ ବୁଢ଼ାଆଙ୍ଗୁଠି ଇଞ୍ଜୁରି କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି। ଅନ୍ୟ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍ ସୁରକ୍ଷାଜନିତ କାରଣରୁ ଏହି ଟୁର୍ରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ପିସିବି ଓ ପ୍ରସାରଣକାରୀ ସଂସ୍ଥା ପାକିସ୍ତାନ ସୁପ
The post ବ୍ୟବହାର ହେବନାହିଁ ଡିଆର୍ଏସ୍ ଟେକ୍ନୋଲୋଜି, ଜାଣନ୍ତୁ କ’ଣ ପାଇଁ… appeared first on Dharitri Odia News.