୨ କି.ମି. ଚାଲିଲେ ମିଳୁଛି ବାଲ୍ଟିଏ ପାଣି
ହାଟଡ଼ିହୀ,୧ା୪(ପାର୍ଥ ସୌରଭ ସା): ସର୍ବନିମ୍ନ ଆବଶ୍ୟକତା ତଥା ପାନୀୟ ଜଳ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି। ଗାଁ ଗାଁରେ ପ୍ରକଳ୍ପ କରି ଅନେକ ଅର୍ଥ ବ୍ୟୟ ମଧ୍ୟ କରୁଛନ୍ତି। କିନ୍ତୁ ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତ ଚତୁରିସାହିରେ ଦୀର୍ଘ ବର୍ଷ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ କହିଛନ୍ତି। ଗ୍ରୀଷ୍ମ ଋତୁ ଆଗମନରେ ସମସ୍ୟା ଦୁଇଗୁଣା ହୋଇଯାଇଥିବା ବେଳେ […] The post ୨ କି.ମି. ଚାଲିଲେ ମିଳୁଛି ବାଲ୍ଟିଏ ପାଣି appeared first on Dharitri Odia News.
ହାଟଡ଼ିହୀ,୧ା୪(ପାର୍ଥ ସୌରଭ ସା): ସର୍ବନିମ୍ନ ଆବଶ୍ୟକତା ତଥା ପାନୀୟ ଜଳ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି। ଗାଁ ଗାଁରେ ପ୍ରକଳ୍ପ କରି ଅନେକ ଅର୍ଥ ବ୍ୟୟ ମଧ୍ୟ କରୁଛନ୍ତି। କିନ୍ତୁ ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତ ଚତୁରିସାହିରେ ଦୀର୍ଘ ବର୍ଷ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ କହିଛନ୍ତି। ଗ୍ରୀଷ୍ମ ଋତୁ ଆଗମନରେ ସମସ୍ୟା ଦୁଇଗୁଣା ହୋଇଯାଇଥିବା ବେଳେ ଗାଁର ମହିଳାମାନେ ୨ କିଲୋମିଟର ଦୂର ଚାଲିଲେ ପିଇବା ପାଣି ଟୋପେ ମିଳୁଛି।
ଆଦିବାସୀ ବହୁଳ କାଠକଟା ଅଞ୍ଚଳରେ ଟ୍ୟାପ ଟୁ ହୋମ୍ ଯୋଜନାରେ ୩ ବର୍ଷରୁ ଅଧିକ ସମୟ ହେବ ଗାଁରେ ପାଇପ ଲାଇନ ବିଛାଯାଇଛି। କିନ୍ତୁ ପାଣି ଆସୁ ନ ଥିବାରୁ ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଗାଁଟି ଉଚ୍ଚରେ ଥିବାରୁ ଗାଁକୁ ପାଣି ଯାଇପାରୁନି। ଫଳରେ ପାଣି ପାଇଁ ଗ୍ରାମର ମହିଳାମାନେ ଗାଁର ୨ କି.ମି. ଦୂରରେ ଥିବା ବୋରୱେଲ ଉପରେ ନିର୍ଭର କରୁଛନ୍ତି। ୩ ଜଣ ମିଶି ଏକା ସାଙ୍ଗରେ ହ୍ୟାଣ୍ଡେଲ ମାରିଲେ ବହୁତ ସମୟ ପରେ ବାଲ୍ଟିଏ ପାଣି ବାହାରିବା ପରେ ବନ୍ଦ ହୋଇଯାଉଛି। ଅନ୍ୟ ୩ ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବା ବେଳେ ଅନେକ ଦୂରରେ ଥିବା ଗୋଟିଏ ପୋଖରୀରେ ନିତ୍ୟକର୍ମ କରୁଛନ୍ତି। ପାହାଡ଼ କଡରେ ଥିବା ଏକ କୂଅରୁ ପାଣି ଆଣି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଇଥାନ୍ତି। ସେହିପରି ଆବାସ ଯୋଜନାର ନିର୍ମିତ ଘରଗୁଡ଼ିକରେ ପାଣି ଦିଆଯାଉ ନ ଥିବାରୁ ଘରର ସ୍ଥାୟିତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପାଣି ପାଇଁ ଦୀର୍ଘ କି.ମି. ରାସ୍ତା ଯିବାକୁ ପଡୁଥିବାରୁ ଗାଁର ୨ ନବ ବିବାହିତା ବାପ ଘରକୁ ପଳାଇଛନ୍ତି। ଏ ସମ୍ପର୍କରେ ସରପଞ୍ଚ ବିଚିତ୍ର ନାଥ ଜେନା କହିଛନ୍ତି, ଜଳକଷ୍ଟକୁ ଦୃଷ୍ଟିରେ ରଖି ପଞ୍ଚାୟତ ପକ୍ଷରୁ ପ୍ରତି ବର୍ଷ ଟ୍ୟାଙ୍କର ଯୋଗେ ପାଣି ଯୋଗେଇ ଦେବାର ବ୍ୟବସ୍ଥା କରାଯାଇଛି। ତାହା ଏପ୍ରିଲ୧୫ରୁ ଦିଆଯିବ ବୋଲି ସରକାରୀ ନିୟମ ଥିବାରୁ ପୂର୍ବରୁ ପାଣି ଯୋଗାଇ ପାରୁ ନ ଥିବା କହିଛନ୍ତି। ଦୀର୍ଘ ବର୍ଷ ଧରି ସମସ୍ୟା ଲାଗି ରହିଛି। ବାରମ୍ବାର ପ୍ରଶାସନକୁ ଜଣାଉଛୁ, କିନ୍ତୁ ପ୍ରଶାସନ କିଛି ପଦକ୍ଷେପ ନେଉନି ବୋଲି ସରପଞ୍ଚ କହିଛନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମର ଜବାନି ମାଝୀ, ହୀରାମଣି ମାଝି, ନିହାରିକା ସୋରେନ, ରଘୁନାଥ ମାଝୀ, ଧନେଶ୍ୱର ମାଝୀ, ଦୁଷ୍ମନ୍ତ ଟୁଡୁ, ଶିବାନି ସୋରେନ, ତୁଳସୀ ଟୁଡୁ, ସୁନାରାମ ଟୁଡୁ, ବୁଦୁନି ସୋରେନ ପ୍ରମୁଖ ନିବେଦନ କରିଛନ୍ତି।
The post ୨ କି.ମି. ଚାଲିଲେ ମିଳୁଛି ବାଲ୍ଟିଏ ପାଣି appeared first on Dharitri Odia News.