ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ

କେନ୍ଦୁଝର,୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଶିବନାରାୟଣପୁରଗୋଡ଼ା ଗ୍ରାମର ପ୍ରଧାନଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଜିଲା ପ୍ରଶାସନ ପକ୍ଷରୁ ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଅଭିଯୋଗର ତଦନ୍ତ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଉକ୍ତ କମିଟି […] The post ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ appeared first on Dharitri Odia News.

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ

କେନ୍ଦୁଝର,୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଶିବନାରାୟଣପୁରଗୋଡ଼ା ଗ୍ରାମର ପ୍ରଧାନଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଜିଲା ପ୍ରଶାସନ ପକ୍ଷରୁ ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଅଭିଯୋଗର ତଦନ୍ତ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଉକ୍ତ କମିଟି ବିଦ୍ୟାଳୟକୁ ଯାଇ ମିଳିତ ଭାବେ ତଦନ୍ତ କରିଥିଲେ।
ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲୀପ କୁମାର ସାହୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ ଅଶ୍ଳୀଳ ବ୍ୟବହାର କରିବା ସହିତ ଅସଦାଚରଣ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। କମିଟି ପକ୍ଷରୁ ବିଦ୍ୟାଳୟର ସମସ୍ତ ଶିକ୍ଷା କର୍ମଚାରୀ ଓ ଛାତ୍ରୀମାନଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ବୟାନ ରେକର୍ଡ କରିଛନ୍ତି। ଶନିବାର ଉକ୍ତ ଟିମ୍‌ ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଥିବା ବେଳେ ଗତ କାଲି ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ତଦନ୍ତ କରିଛି। ରବିବାର ତେଲକୋଇ ପୋଲିସ ଅଭିଯୋଗକୁ ଭିତ୍ତି କରି ଉକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି।
ପ୍ରକାଶ ଥାଉକି, ଉକ୍ତ ହଷ୍ଟେଲରେ ଛାତ୍ରୀ ଜଣଙ୍କ ରହି ଅନ୍ୟ ବିଦ୍ୟାଳୟରେ ପାଠ ପଢୁଥିଲେ। ବିଦ୍ୟାଳୟଟି ଶିକ୍ଷାବିଭାଗ ଅଧୀନରେ ରହିଥିବା ବେଳେ ହଷ୍ଟେଲକୁ ଜିଲା ମଙ୍ଗଳ ବିଭାଗ ପରିଚାଳନା କରୁଛି। ତେଲକୋଇ କେସ୍‌ ନମ୍ବର ୧୫ /୨୦୨୫ରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି ବୋଲି ତେଲକୋଇ ଥାନାଧିକାରୀ ସୁଶାନ୍ତ ପରିଡ଼ା କହିଛନ୍ତି।

The post ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ appeared first on Dharitri Odia News.