ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ଦେଖିବାକୁ ମିଳିବ ଅଦ୍ଭୁତ ଦୃଶ୍ୟ, ଷ୍ଟାଡିୟମ ବାହାରେ ହେବ…
ନୂଆଦିଲ୍ଲୀ,୨୨।୭: ଅଲିମ୍ପିକ୍ସ ୨୦୨୪ ଆୟୋଜନ କରିବାକୁ ଫ୍ରାନ୍ସର ରାଜଧାନୀ ପ୍ୟାରିସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥର କ୍ରିଡାର ଏହି ମହାକୁମ୍ଭରେ ବିଶ୍ୱର ୧୦ହଜାରରୁ ଅଧିକ ଆଥଲେଟ ଅଂଶଗ୍ରହଣ କରିବେ। ଜୁଲାଇ ୨୬ରେ ଉଦଘାଟନୀ ସମାରୋହରୁ ଅଲିମ୍ପିକ୍ସ ଆରମ୍ଭ ହେବ। ଏଥର ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଏହି ସମାରୋହ ଅଲିମ୍ପିକ ଇତିହାସର ଏକ ସ୍ମରଣୀୟ ମୁହୂର୍ତ୍ତ ହେବ। ପ୍ୟାରିସ ଅଲିମ୍ପିକ ଉଦଘାଟନୀ ସମାରୋହରେ ସମଗ୍ର ବିଶ୍ୱର ଆଖି ରହିବ ଏବଂ ଫ୍ରାନ୍ସ ଏହାକୁ ସ୍ବତନ୍ତ୍ର […] The post ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ଦେଖିବାକୁ ମିଳିବ ଅଦ୍ଭୁତ ଦୃଶ୍ୟ, ଷ୍ଟାଡିୟମ ବାହାରେ ହେବ… appeared first on Dharitri Odia News.
ନୂଆଦିଲ୍ଲୀ,୨୨।୭: ଅଲିମ୍ପିକ୍ସ ୨୦୨୪ ଆୟୋଜନ କରିବାକୁ ଫ୍ରାନ୍ସର ରାଜଧାନୀ ପ୍ୟାରିସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥର କ୍ରିଡାର ଏହି ମହାକୁମ୍ଭରେ ବିଶ୍ୱର ୧୦ହଜାରରୁ ଅଧିକ ଆଥଲେଟ ଅଂଶଗ୍ରହଣ କରିବେ। ଜୁଲାଇ ୨୬ରେ ଉଦଘାଟନୀ ସମାରୋହରୁ ଅଲିମ୍ପିକ୍ସ ଆରମ୍ଭ ହେବ। ଏଥର ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଏହି ସମାରୋହ ଅଲିମ୍ପିକ ଇତିହାସର ଏକ ସ୍ମରଣୀୟ ମୁହୂର୍ତ୍ତ ହେବ। ପ୍ୟାରିସ ଅଲିମ୍ପିକ ଉଦଘାଟନୀ ସମାରୋହରେ ସମଗ୍ର ବିଶ୍ୱର ଆଖି ରହିବ ଏବଂ ଫ୍ରାନ୍ସ ଏହାକୁ ସ୍ବତନ୍ତ୍ର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛି।
ଏଥର ଅଲିମ୍ପିକ୍ସର ଉଦଘାଟନୀ ସମାରୋହ କୌଣସି ଷ୍ଟାଡିୟମରେ ଆୟୋଜିତ ହେବ ନାହିଁ। ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ସହରର ମଧ୍ୟଭାଗରେ ସେଇନ ନଦୀ କୂଳରେ ଅନୁଷ୍ଠିତ ହେବ। ଅଲିମ୍ପିକ ଗେମ୍ସ ଇତିହାସରେ ପ୍ରଥମ ଥର ପାଇଁ ଉଦଘାଟନୀ ସମାରୋହ କୌଣସି ଷ୍ଟାଡିୟମରେ ଅନୁଷ୍ଠିତ ହେବ ନାହିଁ।
ଅଲିମ୍ପିକ ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ସମାରୋହ ଆୟୋଜନ କରାଯାଉଛି ଯାହାକୁ ଯଥାସମ୍ଭବ ଲୋକ ଦେଖିପାରିବେ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଉଦଘାଟନୀ ସମାରୋହ ଖେଳ ଇତିହାସରେ ସବୁଠାରୁ ବଡ ସମାରୋହ ହେବ, ଯେଉଁଥିରେ ପ୍ୟାରିସର ଲୋକ ତଥା ଫ୍ରାନ୍ସ ଏବଂ ବିଶ୍ୱର ପ୍ରଶଂସକମାନେ ଯୋଗଦେବେ। ଟିଭିରେ ଏହି ସ୍ବତନ୍ତ୍ର ଉଦଘାଟନୀ ସମାରୋହକୁ କୋଟି ଲୋକ ଦେଖିବେ। ସହରରେ ରଖାଯାଇଥିବା ୮୦ଟି ବଡ ପରଦା ଏବଂ ସ୍ପିକର ପ୍ୟାରିସକୁ ଆଲୋକିତ କରିବ। ୨୬ଜୁଲାଇରେ ଭାରତୀୟ ସମୟ ଅପରାହ୍ନ ୨ଟା ୩୦ରେ ଉଦଘାଟନୀ ସମାରୋହ ଆୟୋଜିତ ହେବ। ଅର୍ଥାତ୍ ଏହି ଖୋଲା ସମାରୋହ ୨୭ ଜୁଲାଇରେ ଭାରତରେ ଅନୁଷ୍ଠିତ ହେବ।
The post ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ଦେଖିବାକୁ ମିଳିବ ଅଦ୍ଭୁତ ଦୃଶ୍ୟ, ଷ୍ଟାଡିୟମ ବାହାରେ ହେବ… appeared first on Dharitri Odia News.