ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇଲେ ଶିକ୍ଷକ: ଅପହରଣ ପରେ ବଳାତ୍କାର କରି…
ଭୁବନେଶ୍ୱର,୨୧।୬ (ସତ୍ୟଜିତ୍ ରାଉତ): ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର କରିବା ଅଭିଯୋଗରେ ସ୍କୁଲ ଶିକ୍ଷକଙ୍କୁ ଇନ୍ଫୋସିଟି ଥାନା ପୋଲିସ ଗିରଫ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ପ୍ରଶାନ୍ତି ବିହାରରେ ରହୁଥିବା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନୀଳକଣ୍ଠପୁରର ଜଗତ ସେବକ ବାଈ ଓରଫ ବାପୁନି (୨୮)। ଶୁକ୍ରବାର କୋର୍ଟଚାଲାଣ ପରେ ଅଭିଯୁକ୍ତ ବାପୁନିଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସୂଚନା ଅନୁଯାୟୀ, ପୀଡିତା ଛାତ୍ରୀ ଜଣକ ସ୍ଥାନୀୟ ଅଞ୍ଚଳର ଏକ […] The post ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇଲେ ଶିକ୍ଷକ: ଅପହରଣ ପରେ ବଳାତ୍କାର କରି… appeared first on Dharitri Odia News.
ଭୁବନେଶ୍ୱର,୨୧।୬ (ସତ୍ୟଜିତ୍ ରାଉତ): ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର କରିବା ଅଭିଯୋଗରେ ସ୍କୁଲ ଶିକ୍ଷକଙ୍କୁ ଇନ୍ଫୋସିଟି ଥାନା ପୋଲିସ ଗିରଫ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ପ୍ରଶାନ୍ତି ବିହାରରେ ରହୁଥିବା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନୀଳକଣ୍ଠପୁରର ଜଗତ ସେବକ ବାଈ ଓରଫ ବାପୁନି (୨୮)। ଶୁକ୍ରବାର କୋର୍ଟଚାଲାଣ ପରେ ଅଭିଯୁକ୍ତ ବାପୁନିଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ପୀଡିତା ଛାତ୍ରୀ ଜଣକ ସ୍ଥାନୀୟ ଅଞ୍ଚଳର ଏକ ବେସରକାରୀ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ବାପୁନି ତାଙ୍କ ଶିକ୍ଷକ ଥିଲେ। ନାବାଳିକାଙ୍କୁ ବାପୁନି ପ୍ରେମ ଜାଲରେ ଫସାଇଥିଲେ। ଜୁନ ୭ ଅପରାହ୍ନରେ ଛାତ୍ରୀ ଜଣକ କୋଚିଂ କ୍ଳାସ ଯିବାକୁ କହି ଘରୁ ବାହାରିଥିଲେ। ପରେ ସେ ବାପୁନିଙ୍କ ମୋବାଇଲରୁ କୋଚିଂ କ୍ଲାସ ଶିକ୍ଷକଙ୍କୁ କଲ୍ କରି ମା’ଙ୍କ ସହ ମାର୍କେଟ ଯାଉଥିବା କହିଥିଲେ। ନାବାଳିକାଙ୍କୁ ବାପୁନି ବାଇକରେ କେନ୍ଦ୍ରପଡାସ୍ଥିତ ଗାଁକୁ ନେଇ ସମ୍ପର୍କୀୟଙ୍କ ଘରେ ରହିଥିଲେ। ସେଠାରେ ରହଣୀ ବେଳେ ଛାତ୍ରୀଙ୍କ ସହ ବାପୁନି ଶାରିରୀକ ସମ୍ପର୍କ ରଖିଥିଲେ। ପରେ ବାପୁନି ଛାତ୍ରୀଙ୍କୁ ନେଇ ପୁରୀ ଯାଇଥିଲେ। ସେଠାରୁ ଟ୍ରେନ୍ ଯୋଗେ ପୀଡିତାଙ୍କୁ ନେଇ ଗୁଜରାଟରେ ରହୁଥିବା ଭଉଣୀ ପାଖକୁ ପଳାଇଥିଲେ। ପରେ ବାପୁନିଙ୍କ ପରିବାର ସଦସ୍ୟ ଗୁଜରାଟ ଯାଇ ଉଭୟଙ୍କୁ ଗାଁକୁ ଆଣିଥିଲେ। ଏଥିସହ ପୋଲିସ କେନ୍ଦ୍ରାପଡାରୁ ବାପୁନିଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଏନେଇ ଛାତ୍ରୀଙ୍କ ମା’ଙ୍କ ଏତଲାକ୍ରମେ ପୋଲିସ ମାମଲା (ନଂ.୨୫୯/୨୦୨୫) ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେଇଛି।
The post ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇଲେ ଶିକ୍ଷକ: ଅପହରଣ ପରେ ବଳାତ୍କାର କରି… appeared first on Dharitri Odia News.