ପାକିସ୍ତାନକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ, ୨୯।୧୨: ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ଟ୍ୱେମ୍ବା ଭୁଭାମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ସେଞ୍ଚୁରିଆନରେ ପାକିସ୍ତାନକୁ ଦୁଇ ଉଇକେଟରେ ହରାଇ ଏହି ସଫଳତା ହାସଲ କରିଛି। ଏହି ମ୍ୟାଚରେ ଜିତିବା ପାଇଁ ଦକ୍ଷିଣ ଆଫ୍ରିକା ଆଗରେ ୧୪୮ ରନର ଟାର୍ଗେଟ ଥିଲା। ଯାହାକୁ ଦକ୍ଷିଣ ଆଫ୍ରିକା ସଂଘର୍ଷ କରି ହାସଲ କରିଛି। ଟାର୍ଗେଟକୁ ପିଛା କରି ଦକ୍ଷିଣ ଆଫ୍ରିକା ଗୋଟିଏ ସମୟରେ ୯୯ ରନରେ […] The post ପାକିସ୍ତାନକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଦକ୍ଷିଣ ଆଫ୍ରିକା appeared first on Dharitri Odia News.
ନୂଆଦିଲ୍ଲୀ, ୨୯।୧୨: ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ଟ୍ୱେମ୍ବା ଭୁଭାମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ସେଞ୍ଚୁରିଆନରେ ପାକିସ୍ତାନକୁ ଦୁଇ ଉଇକେଟରେ ହରାଇ ଏହି ସଫଳତା ହାସଲ କରିଛି। ଏହି ମ୍ୟାଚରେ ଜିତିବା ପାଇଁ ଦକ୍ଷିଣ ଆଫ୍ରିକା ଆଗରେ ୧୪୮ ରନର ଟାର୍ଗେଟ ଥିଲା। ଯାହାକୁ ଦକ୍ଷିଣ ଆଫ୍ରିକା ସଂଘର୍ଷ କରି ହାସଲ କରିଛି।
ଟାର୍ଗେଟକୁ ପିଛା କରି ଦକ୍ଷିଣ ଆଫ୍ରିକା ଗୋଟିଏ ସମୟରେ ୯୯ ରନରେ ୮ ଉଇକେଟ ହରାଇ ସଂକଟରେ ପଡିଥିଲା। କିନ୍ତୁ ଶେଷ ଭାଗରେ ଜାନସେନ ଏବଂ କାଗିସୋ ରା଼ବାଡାଙ୍କ ଅପରାଜିତ ୫୧ ରନର ପାର୍ଟନରସିପ ପାକିସ୍ତାନ ମୁହଁରୁ ବିଜୟ ଛଡାଇ ଆଣିଥିଲା। ରା଼ବାଡା ୩୧ ଏବଂ ଜାନସେନ ୧୬ ରନ କରି ନଟ ଆଉଟ ରହିଥିଲେ।
ଦ୍ରୁତ ବୋଲର ମହମ୍ମଦ ଆବାସ ଦ୍ୱିତୀୟ ଇନିଂସରେ 6 ଉଇକେଟ ନେଇ ପାକିସ୍ତାନକୁ ବିଜୟ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଜାନସେନ ଏବଂ ରା଼ବାଡା ତାଙ୍କର ସମସ୍ତ ପରିଶ୍ରମରେ ପାଣିରେ ପକାଇଦେଇଥିଲେ। ଏବେ ଦୁଇ ଟିମ୍ ମଧ୍ୟରେ ସିରିଜର ଦ୍ୱିତୀୟ ବା ଶେଷ ମ୍ୟାଚ 3 ଜାନୁଆରୀରୁ କେପଟାଉନରେ ଖେଳାଯିବ।
ଦକ୍ଷିଣ ଆଫ୍ରିକା ୨୦୨୩-୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲରେ ପ୍ରବେଶ କରିଥିବା ବେଳେ ଅନ୍ୟ ଏକ ଦଳର ଅପେକ୍ଷା ରହିଛି। ବର୍ତ୍ତମାନ ତିନିଟି ଦଳ ଗୋଟିଏ ସ୍ଥାନ ପାଇଁ ରେସରେ ରହିଛନ୍ତି। ଏଥି ମଧ୍ୟରେ ଭାରତ, ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ସାମିଲ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ପାକିସ୍ଥାନ, ବାଂଲାଦେଶ ଏବଂ ୱେଷ୍ଟଇଣ୍ଡିଜ୍ ଫାଇନାଲ ପାଇଁ ପୂର୍ବରୁ ବାଦ ପଡି ସାରିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସର ଫାଇନାଲ୍ ଆସନ୍ତା ବର୍ଷ ଜୁନ୍ ୧୧-୧୫ ରୁ ଇଂଲଣ୍ଡର ଲଡ୍ସରେ ଖେଳାଯିବ।
The post ପାକିସ୍ତାନକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଦକ୍ଷିଣ ଆଫ୍ରିକା appeared first on Dharitri Odia News.