ମେ ୨୦ରେ ସେୟାର ବଜାରରେ ହେବନି କାରବାର, ବନ୍ଦର କାରଣ କହିଲା NSE
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯୋଗୁଁ ମେ ୨୦ ସୋମବାର ସେୟାର ବଜାର ବନ୍ଦ ରହିବ । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ବା ଏନଏସଇ ଏପ୍ରିଲ ୮ରେ ଏହି ସୂଚନା ଦେଇଛି । ଏନଏସଇରେ କହିଛି ଯେ ମୁମ୍ୱାଇରେ ମେ ୨୦ରେ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବ । ତେଣୁ ଏହି ଦିନ ସେୟାର ବଜାରରେ କାରବାର ହେବ ନାହିଁ । ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ ୧୮୮୧ର ସେକ୍ସନ ୨୫ ଅଧିନରେ ନିର୍ବାଚନରେ ନାଗରିକଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଆୟୋଗ ଗତ ମାସରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପାଞ୍ଚଟି ପର୍ଯ୍ୟାୟରେ ହେବ । ମେ ୨୦ରେ ଶେଷ ପର୍ଯ୍ୟାୟ ଭୋଟିଂ ।ଏନଏସଇ ସୋମବାର ଜାରି କରିଥିବା ସର୍କୁଲାରରେ କହିଛି ଯେ ସୋମବାର ମେ ୨୦, ୨୦୨୪ରେ ମୁମ୍ୱାଇରେ ସଂସଦୀୟ ନିର୍ବାଚନ କାରଣରୁ ଟ୍ରେଡିଂ ଛୁଟି ରହିବ । ଏହାସହ ବ୍ୟତୀତ ମହାରାଷ୍ଟ୍ର ଦିବସ ଯୋଗୁଁ ମେ ୧ରେ ମଧ୍ୟ ବଜାର ବନ୍ଦ ରହିବ । ଏହା ପୂର୍ବରୁ ଏପ୍ରିଲ ୧୧ ଏବଂ ରାମ ନବମୀ ଏପ୍ରିଲ ୧୭ରେ ବଜାର ବନ୍ଦ ରହିବ ।ସପ୍ତାହର ପ୍ରଥମ କାରବାର ଦିନ ଆଜି ବିଏସଇ ସେନସେକ୍ସ ୪୯୪.୨୮ ଅଙ୍କ ବା ୦.୬୭ ପ୍ରତିଶତ ବଢି ୭୪,୭୪୨.୫ ସ୍ତରରେ ରହିଛି । ଅନ୍ୟପଟେ ଏନଏସଇ ୧୫୨.୬ ଅଙ୍କ ବା ୦.୬୮ ବଢି ୨୨,୬୬୬.୩ ଅଙ୍କର ବନ୍ଦ ହୋଇଛି ।
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯୋଗୁଁ ମେ ୨୦ ସୋମବାର ସେୟାର ବଜାର ବନ୍ଦ ରହିବ । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ବା ଏନଏସଇ ଏପ୍ରିଲ ୮ରେ ଏହି ସୂଚନା ଦେଇଛି । ଏନଏସଇରେ କହିଛି ଯେ ମୁମ୍ୱାଇରେ ମେ ୨୦ରେ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବ । ତେଣୁ ଏହି ଦିନ ସେୟାର ବଜାରରେ କାରବାର ହେବ ନାହିଁ । ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ ୧୮୮୧ର ସେକ୍ସନ ୨୫ ଅଧିନରେ ନିର୍ବାଚନରେ ନାଗରିକଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଆୟୋଗ ଗତ ମାସରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପାଞ୍ଚଟି ପର୍ଯ୍ୟାୟରେ ହେବ । ମେ ୨୦ରେ ଶେଷ ପର୍ଯ୍ୟାୟ ଭୋଟିଂ ।
ଏନଏସଇ ସୋମବାର ଜାରି କରିଥିବା ସର୍କୁଲାରରେ କହିଛି ଯେ ସୋମବାର ମେ ୨୦, ୨୦୨୪ରେ ମୁମ୍ୱାଇରେ ସଂସଦୀୟ ନିର୍ବାଚନ କାରଣରୁ ଟ୍ରେଡିଂ ଛୁଟି ରହିବ । ଏହାସହ ବ୍ୟତୀତ ମହାରାଷ୍ଟ୍ର ଦିବସ ଯୋଗୁଁ ମେ ୧ରେ ମଧ୍ୟ ବଜାର ବନ୍ଦ ରହିବ । ଏହା ପୂର୍ବରୁ ଏପ୍ରିଲ ୧୧ ଏବଂ ରାମ ନବମୀ ଏପ୍ରିଲ ୧୭ରେ ବଜାର ବନ୍ଦ ରହିବ ।
ସପ୍ତାହର ପ୍ରଥମ କାରବାର ଦିନ ଆଜି ବିଏସଇ ସେନସେକ୍ସ ୪୯୪.୨୮ ଅଙ୍କ ବା ୦.୬୭ ପ୍ରତିଶତ ବଢି ୭୪,୭୪୨.୫ ସ୍ତରରେ ରହିଛି । ଅନ୍ୟପଟେ ଏନଏସଇ ୧୫୨.୬ ଅଙ୍କ ବା ୦.୬୮ ବଢି ୨୨,୬୬୬.୩ ଅଙ୍କର ବନ୍ଦ ହୋଇଛି ।