ଲଞ୍ଚ ହେଲା Kawasaki Vulcan S କ୍ରୁଜର ବାଇକ୍‌, ହୋଇଛି ଏହି ନୂଆ ଅପଡେଟ୍‌

ନୂଆଦିଲ୍ଲୀ: ପ୍ରିମିୟମ ତଥା ସ୍ପୋର୍ଟସ ସେଗମେଣ୍ଟରେ ବାଇକ୍‌ ନିର୍ମାଣ କରୁଥିବା କମ୍ପାନି କାଓ୍ବାସାକି, ଏହାର ଲୋକପ୍ରିୟ କ୍ରୁଜର ବାଇକ୍‌ Vulcan Sର ୨୦୨୫ ମଡେଲ ଲଞ୍ଚ କରିଛି। କମ୍ପାନି Vulcan Sକୁ ନୂଆ ମ୍ୟାଟ ସେଜ ଗ୍ରୀନ କଲର ଆଣିଛି। ଭାରତରେ ଏହାର ଦାମ୍‌ ୭.୧୦ ଲକ୍ଷ ଟଙ୍କା ରହିଛି। ନୂଆ ମ‌ଡେଲରେ ଦାମ୍‌ ପୁରୁଣା ସହ ସମାନ ରହିଛି। ତେବେ ନୂଆ ମଡେଲରେ କଲର ବ୍ୟତୀତ ବାଇକର ଇଞ୍ଜିନ, ଡିଜାଇନ, ହାର୍ଡଓୟାର, ଫିଚର୍ସ ଏବଂ ମେକାନିକାଲ୍ସରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବାଇକ୍‌ରେ‌ ୬୪୯ସିସି ପାରାଲାଲ-ଟ୍ବିନ, ଲିକ୍ବିଡ-କୁଲ୍ଡ ଇଞ୍ଜିନ, ରହିଛି ଯାହା ୬୧ hp ଏବଂ ୬୨.୪Nmର ପିକ୍‌ ଟର୍କ ଉତ୍ପନ୍ନ କରିଥାଏ। ସେହିଭଳି ବାଇକ୍‌ରେ ୬-ସ୍ପିଡ ଗିୟରବକ୍ସ ରହିଛି। ଭଲକାନ ଏସରେ ରାଉଣ୍ଡ ହେଡଲ୍ୟାମ୍ପ କ୍ଲଷ୍ଟର, ସେମି ଡିଜିଟାଲ କନସୋଲ, ଏବିଏସ ସହ ଡୁଆଲ ଡିସ୍କ ବ୍ରେକ୍‌, ୧୪-ଲିଟର ଫୁଏଲ ଟ୍ୟାଙ୍କ୍‌ ଦିଆଯାଇଛି। ଏହା ବାଦ୍‌ ବାଇକ୍‌ରେ ଆହୁରି ଅନେକ ପ୍ରିମିୟମ ଫିଚର୍ସ ମଧ୍ୟ ରହିଛି।  

ଲଞ୍ଚ ହେଲା Kawasaki Vulcan S କ୍ରୁଜର ବାଇକ୍‌, ହୋଇଛି ଏହି ନୂଆ ଅପଡେଟ୍‌

ନୂଆଦିଲ୍ଲୀ: ପ୍ରିମିୟମ ତଥା ସ୍ପୋର୍ଟସ ସେଗମେଣ୍ଟରେ ବାଇକ୍‌ ନିର୍ମାଣ କରୁଥିବା କମ୍ପାନି କାଓ୍ବାସାକି, ଏହାର ଲୋକପ୍ରିୟ କ୍ରୁଜର ବାଇକ୍‌ Vulcan Sର ୨୦୨୫ ମଡେଲ ଲଞ୍ଚ କରିଛି। କମ୍ପାନି Vulcan Sକୁ ନୂଆ ମ୍ୟାଟ ସେଜ ଗ୍ରୀନ କଲର ଆଣିଛି। ଭାରତରେ ଏହାର ଦାମ୍‌ ୭.୧୦ ଲକ୍ଷ ଟଙ୍କା ରହିଛି। ନୂଆ ମ‌ଡେଲରେ ଦାମ୍‌ ପୁରୁଣା ସହ ସମାନ ରହିଛି। 

ତେବେ ନୂଆ ମଡେଲରେ କଲର ବ୍ୟତୀତ ବାଇକର ଇଞ୍ଜିନ, ଡିଜାଇନ, ହାର୍ଡଓୟାର, ଫିଚର୍ସ ଏବଂ ମେକାନିକାଲ୍ସରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବାଇକ୍‌ରେ‌ ୬୪୯ସିସି ପାରାଲାଲ-ଟ୍ବିନ, ଲିକ୍ବିଡ-କୁଲ୍ଡ ଇଞ୍ଜିନ, ରହିଛି ଯାହା ୬୧ hp ଏବଂ ୬୨.୪Nmର ପିକ୍‌ ଟର୍କ ଉତ୍ପନ୍ନ କରିଥାଏ। ସେହିଭଳି ବାଇକ୍‌ରେ ୬-ସ୍ପିଡ ଗିୟରବକ୍ସ ରହିଛି। ଭଲକାନ ଏସରେ ରାଉଣ୍ଡ ହେଡଲ୍ୟାମ୍ପ କ୍ଲଷ୍ଟର, ସେମି ଡିଜିଟାଲ କନସୋଲ, ଏବିଏସ ସହ ଡୁଆଲ ଡିସ୍କ ବ୍ରେକ୍‌, ୧୪-ଲିଟର ଫୁଏଲ ଟ୍ୟାଙ୍କ୍‌ ଦିଆଯାଇଛି। ଏହା ବାଦ୍‌ ବାଇକ୍‌ରେ ଆହୁରି ଅନେକ ପ୍ରିମିୟମ ଫିଚର୍ସ ମଧ୍ୟ ରହିଛି।