ବିକାଶର ବାହାନାରେ ଗଛ କଟା: ଗତ ୨୫ ବର୍ଷରେ ଓଡ଼ିଶାରେ କଟା ହୋଇଛି ୨୬ ଲକ୍ଷରୁ ଅଧିକ ଗଛ

ଭୁବନେଶ୍ୱର,୧୦।୯: ୨୦୦୦ ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ପାଇଁ ୨୬ ଲକ୍ଷରୁ ଅଧିକ ଗଛ କଟାଯାଇଛି। ମଙ୍ଗଳବାର ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାୟକ ପ୍ରସାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ୪୮୨ ଟି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ୨୦୦୦ ରୁ ୨୦୨୩ ମଧ୍ୟରେ ଜଙ୍ଗଲ ଜମିରୁ ମୋଟ ୨୬,୭୫,୧୯୧ ଗଛ କଟାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଦ୍ୟୁତ୍ […] The post ବିକାଶର ବାହାନାରେ ଗଛ କଟା: ଗତ ୨୫ ବର୍ଷରେ ଓଡ଼ିଶାରେ କଟା ହୋଇଛି ୨୬ ଲକ୍ଷରୁ ଅଧିକ ଗଛ appeared first on Dharitri Odia News.

ବିକାଶର ବାହାନାରେ ଗଛ କଟା: ଗତ ୨୫ ବର୍ଷରେ ଓଡ଼ିଶାରେ କଟା ହୋଇଛି ୨୬ ଲକ୍ଷରୁ ଅଧିକ ଗଛ

ଭୁବନେଶ୍ୱର,୧୦।୯: ୨୦୦୦ ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ପାଇଁ ୨୬ ଲକ୍ଷରୁ ଅଧିକ ଗଛ କଟାଯାଇଛି। ମଙ୍ଗଳବାର ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାୟକ ପ୍ରସାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

୪୮୨ ଟି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ୨୦୦୦ ରୁ ୨୦୨୩ ମଧ୍ୟରେ ଜଙ୍ଗଲ ଜମିରୁ ମୋଟ ୨୬,୭୫,୧୯୧ ଗଛ କଟାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଦ୍ୟୁତ୍ ସେବା ଯୋଗାଇବା ଏବଂ ଖଣି କାର୍ୟ୍ୟ କରିବା ପାଇଁ ରାଜ୍ୟରେ ସର୍ବାଧିକ ପରିମାଣର ଗଛ କଟାଯାଇଥିବା ଜଣାପଡିଛି।

ତଥ୍ୟ ଅନୁଯାୟୀ ଖଣି କାର୍ଯ୍ୟ ପାଇଁ ୯,୬୪,୦୬୩ ଗଛ, ରାସ୍ତା ପାଇଁ ୫,୯୯,୬୯୦ ଗଛ, ଜଳସେଚନ ପାଇଁ ୪,୮୯,୪୨୩ ଗଛ, ରେଳ ଲାଇନ ପାଇଁ ୮୨,୦୭୬ ଗଛ, ବିଦ୍ୟୁତ୍ ଯୋଗାଣ ପାଇଁ ୧,୩୯,୪୩୯ ଗଛ, ଶିଳ୍ପ ପାଇଁ ୩,୦୦,୭୫୯ ଗଛ ଏବଂ ୯୯,୭୪୧ ଗଛ କଟାଯାଇଛି।

ରାଜ୍ୟରେ ଏତେ ମାତ୍ରାରେ ଗଛ କଟାକୁ ନେଇ ବ୍ୟକ୍ତ କରିଛନ୍ତି ପରିବେଶ ବିଶେଷଜ୍ଞ। ବିକାଶର ବାହାନାରେ ଗଛ କାଟି ଆମେ ନିଜକୁ ନଷ୍ଟ କରୁଛୁ ବୋଲି ପରିବେଶବିତମାନେ କହିଛନ୍ତି। “ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଗଛ କାଟିବାର ପ୍ରଭାବ ଆମେ ସମସ୍ତେ ଜାଣୁ। ସୁସ୍ଥ ଜୀବନଯାପନ କରିବା ପାଇଁ ଆମ ପରିବେଶକୁ ସୁଦୃଢ କରିବା ପାଇଁ ଏହା ଆମକୁ ହୃଦୟଙ୍ଗମ କରିବା ଏବଂ ଆମ ଚାରିପାଖରେ ସବୁଜ ଆବରଣ ବିସ୍ତାର କରିବା ଉଚିତ୍।”

The post ବିକାଶର ବାହାନାରେ ଗଛ କଟା: ଗତ ୨୫ ବର୍ଷରେ ଓଡ଼ିଶାରେ କଟା ହୋଇଛି ୨୬ ଲକ୍ଷରୁ ଅଧିକ ଗଛ appeared first on Dharitri Odia News.