ଅବସର ନେବେ ରୋହିତ ଶର୍ମା! ଆଉଟ ହେଲା ପରେ ଦେଲେ ଏପରି ସଂକେତ
ନୂଆଦିଲ୍ଲୀ,୧୭।୧୨: ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବର୍ତମାନ ଚାଲିଥିବା ବର୍ଡ଼ର-ଗାଭାସ୍କର ଟ୍ରଫିରେ ମଧ୍ୟ ରୋହିତଙ୍କ ବ୍ୟାଟ ଶାନ୍ତ ରହିଛି। ଏହାରି ମଧ୍ୟରେ ମଙ୍ଗଳବାର ରୋହିତ ଗାବା ଟେଷ୍ଟରେ ଏପରି କିଛି କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଉଠିଛି କି ସେ ଅବସର ନେଇପାରନ୍ତି। ଏହି ସିରିଜରେ ରୋହିତ ୬ ନମ୍ବରରେ ବ୍ୟାଟିଂ କରୁଥିବା ବେଳେ ଏପର୍ଯ୍ୟନ୍ତ ସେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି। ତେବେ ଗାବାରେ […] The post ଅବସର ନେବେ ରୋହିତ ଶର୍ମା! ଆଉଟ ହେଲା ପରେ ଦେଲେ ଏପରି ସଂକେତ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୧୨: ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବର୍ତମାନ ଚାଲିଥିବା ବର୍ଡ଼ର-ଗାଭାସ୍କର ଟ୍ରଫିରେ ମଧ୍ୟ ରୋହିତଙ୍କ ବ୍ୟାଟ ଶାନ୍ତ ରହିଛି। ଏହାରି ମଧ୍ୟରେ ମଙ୍ଗଳବାର ରୋହିତ ଗାବା ଟେଷ୍ଟରେ ଏପରି କିଛି କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଉଠିଛି କି ସେ ଅବସର ନେଇପାରନ୍ତି। ଏହି ସିରିଜରେ ରୋହିତ ୬ ନମ୍ବରରେ ବ୍ୟାଟିଂ କରୁଥିବା ବେଳେ ଏପର୍ଯ୍ୟନ୍ତ ସେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି।
ତେବେ ଗାବାରେ ଚାଲିଥିବା ତୃତୀୟ ଟେଷ୍ଟରେ ସେ ମାତ୍ର ୧୦ ରନ୍ କରି ଆଉଟ ହୋଇଥିଲେ। ଏହାପରେ ପ୍ୟାଭିଲିୟନ ଫେରିବା ବାଟରେ ରୋହିତ ତାଙ୍କର ଗ୍ଳୋବ୍ସ ଫୋଫାଡ଼ି ଦେଇଥିଲେ। ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ରୋହିତ ଅବସର ନେଇପାରନ୍ତି।
ସେପଟେ ମ୍ୟାଚ କଥା ଦେଖିଲେ ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଏହା ଡ୍ର ଆଡକୁ ଗତି କରୁଛି। ବର୍ଷା ବାଧାପ୍ରାପ୍ତ ଚତୁର୍ଥ ଦିନରେ ଭାରତ ପକ୍ଷରୁ ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜା ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଅନ୍ତିମ ଉଇକେଟରେ ଅବିଭାଜିତ ୨୯ ରନ୍ ଯୋଡିବା ସହ ଫଲୋଅନ୍ ଏଡାଇଥିଲେ ଆକାଶ ଦୀପ୍ ଓ ଯଶପ୍ରୀତ୍ ବୁମ୍ରା। ଖରାପ ଆଲୋକ କାରଣରୁ ଖେଳ ବନ୍ଦ ହେବା ଆଗରୁ ଭାରତ ୯ ଉଇକେଟ ହରାଇ ୨୫୨ ରନ୍ ସଂଗ୍ରହ କରିଛି। ଅନ୍ତିମ ଦିନର ଖେଳ ବାକତି ରହିଥିବା ବେଳେ ମ୍ୟାଚ୍ଟି ବର୍ତ୍ତମାନ ଡ୍ର ଆଡକୁ ଗତି କରୁଛି। ଟପ୍ ଅର୍ଡର ଫେଲ ମାରିଥିବା ବେଳେ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୪ ଉଇକେଟ ହରାଇ ୫୧ ରନ୍ ସଂଗ୍ରହ କରିଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କୁମିନ୍ସ ୪, ମିଚେଲ୍ ଷ୍ଟାର୍କ ୩, ନାଥାନ ଲିୟନ ଓ ଜୋଶ ହାଜେଲଉଡ୍ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜୋଶ୍ ହାଜେଲଉଡଙ୍କ ଜଂଘ ମାଂଶପେସୀ ଟାଣି ହୋଇଥିବା କାରଣରୁ ସେ ଅବଶିଷ୍ଟ ସିରିଜରୁ ବାଦ ପଡିଛନ୍ତି।
The post ଅବସର ନେବେ ରୋହିତ ଶର୍ମା! ଆଉଟ ହେଲା ପରେ ଦେଲେ ଏପରି ସଂକେତ appeared first on Dharitri Odia News.