KIIT ବିବାଦ ମଧ୍ୟରେ Sambalpur Universityରେ ଲହୁଲୁହାଣ ଛାତ୍ରୀ: ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୦।୨: କିଟ୍‌ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସମ୍ବଲପୁରରୁ ପୁଣି ଆସିଛି ଆଉ ଏକ ବଡ଼ ଖବର। Sambalpur Universityରେ ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁର୍ଲା ପୋଲିସ ଉଦ୍ଧାର କରି ବୁର୍ଲା Vimsarରେ ଭର୍ତ୍ତି କରିଛି। ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ଉଦ୍ଧାର ଛାତ୍ରୀ ଲାଇବ୍ରେରୀ ସାଇନ୍ସ ବିଭାଗର ବୋଲି ଜଣାପଡିଛି। […] The post KIIT ବିବାଦ ମଧ୍ୟରେ Sambalpur Universityରେ ଲହୁଲୁହାଣ ଛାତ୍ରୀ: ଅଭିଯୁକ୍ତ ଗିରଫ appeared first on Dharitri Odia News.

KIIT ବିବାଦ ମଧ୍ୟରେ Sambalpur Universityରେ ଲହୁଲୁହାଣ ଛାତ୍ରୀ: ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୦।୨: କିଟ୍‌ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସମ୍ବଲପୁରରୁ ପୁଣି ଆସିଛି ଆଉ ଏକ ବଡ଼ ଖବର। Sambalpur Universityରେ ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁର୍ଲା ପୋଲିସ ଉଦ୍ଧାର କରି ବୁର୍ଲା Vimsarରେ ଭର୍ତ୍ତି କରିଛି। ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ଉଦ୍ଧାର ଛାତ୍ରୀ ଲାଇବ୍ରେରୀ ସାଇନ୍ସ ବିଭାଗର ବୋଲି ଜଣାପଡିଛି। ଅନ୍ୟପକ୍ଷେ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ।

ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ରାକେଶ ଦାସ ବୋଲି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜି ଏବଂ ସମ୍ବଲପୁର ଏସ୍‌ପି ସୂଚନା ଦେଇଛନ୍ତି।

ପୋଲିସ ସୂଚନା ମୁତବକ, ଛାତ୍ରୀ ଏବଂ ରାକେଶଙ୍କ ମଧ୍ୟରେ ଫୋନ୍‌ରେ ଯୋଗାଯୋଗ ରହିଥିଲା। ହେଲେ ସେମାନଙ୍କ ମଧ୍ୟରେ ମେଟକାନି ମନ୍ଦିର ନିକଟ ପଡ଼ିଆରେ ପ୍ରଥମେ କଥା କଟାକଟି ହୋଇ ଯୁକ୍ତିତର୍କ ହୋଇଥିଲା। ଏନେଇ ରାକେଶ ଉତ୍‌କ୍ଷିପ୍ତ ହୋଇ ଏକ ଇଟାରେ ଛାତ୍ରୀଙ୍କ ମୁଣ୍ଡକୁ ପିଟି ଆକ୍ରମଣ କରିଥିଲେ। ଫଳରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

The post KIIT ବିବାଦ ମଧ୍ୟରେ Sambalpur Universityରେ ଲହୁଲୁହାଣ ଛାତ୍ରୀ: ଅଭିଯୁକ୍ତ ଗିରଫ appeared first on Dharitri Odia News.