ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି
ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ତେବେ ତାଙ୍କ ଇସ୍ତଫାପତ୍ରକୁ ପ୍ରତ୍ୟାହାର କରିବା ପାଇଁ ଭାଗୀରଥି ଶୁକ୍ରବାର ବିଜେଡି ହାଇକମାଣ୍ଡଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପ୍ରକାଶ ଯେ, ଗତ ଏପ୍ରିଲ ୩୦ରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ସମୟରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ବିଜେଡିରେ ଟିକେଟ ପାଇବାକୁ ହେଲେ ମୋଟା […] The post ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି appeared first on Dharitri Odia News.
ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ତେବେ ତାଙ୍କ ଇସ୍ତଫାପତ୍ରକୁ ପ୍ରତ୍ୟାହାର କରିବା ପାଇଁ ଭାଗୀରଥି ଶୁକ୍ରବାର ବିଜେଡି ହାଇକମାଣ୍ଡଙ୍କ ନିକଟକୁ ପତ୍ର ଲେଖିଛନ୍ତି।
ପ୍ରକାଶ ଯେ, ଗତ ଏପ୍ରିଲ ୩୦ରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ସମୟରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ବିଜେଡିରେ ଟିକେଟ ପାଇବାକୁ ହେଲେ ମୋଟା ଅଙ୍କ ଦେବାକୁ ପଡ଼େ ବୋଲି ଭାଗୀରଥି କହିଥିଲେ। ଏଥିସହ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡିକୁ ଜିତାଇଦେବେ ନାହିଁ ବୋଲି ବଦ୍ଧପରିକର ହୋଇଥିଲେ। ଭାଗୀରଥିଙ୍କ ଏଭଳି ମନ୍ତବ୍ୟ ସେ ସମୟରେ ଚର୍ଚ୍ଚା ଜୋର ଧରିଥିଲା। ନିର୍ବାଚନରେ ପରୋକ୍ଷ ଭାବେ ସେ କଂଗ୍ରେସକୁ ସମର୍ଥନ କରିଥିବା କଥା ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥିଲା। ତେବେ ଏସବୁ ଘଟଣାକୁ ସେ ଖଣ୍ଡନ କରିଛନ୍ତି। ତାଙ୍କ ଶାରିରୀକ ଅସୁସ୍ଥତା କାରଣରୁ ସେ ଦଳରୁ ଇସ୍ତଫା ଦେଇଥିଲେ। ଏବେ ସୁସ୍ଥ ଅନୁଭବ କରୁଥିବାରୁ ସେ ଦଳକୁ ପୁନର୍ବାର ଫେରିବା ପାଇଁ ବିଜେଡି ସୁପ୍ରିମୋଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଏପରିକି ବିଜେଡି ଏକ ଶୃଙ୍ଖଳିତ ଦଳ ବୋଲି ମଧ୍ୟ ଭାଗୀରଥି କହିଛନ୍ତି।
The post ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି appeared first on Dharitri Odia News.