ମହାକୁମ୍ଭ ଦଳାଚକଟାରେ ୧୦ରୁ ଅଧିକ ମୃତ, ଯୋଗୀଙ୍କ ମନ୍ତ୍ରୀ କହିଲେ-‘ଛୋଟ ମୋଟ ଘଟଣା…’

ନୂଆଦିଲ୍ଲୀ, ୨୯।୧: ମହାକୁମ୍ଭ ସଂଘମ କ୍ଷେତ୍ରରେ ବୁଧବାର ଦଳାଚକଟା ଘଟି ୧୦ ରୁ ଅଧିକ ଲୋକେ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପବିତ୍ର ମୌନି ଅମାବାସ୍ୟା ଅବସରରେ ଏହାପରି ଲୋକେ ବୁଡ଼ ପକାଇବାକୁ ସ୍ଥାନ ଖୋଜୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଉତ୍ତର ପ୍ରଦେଶ ସରକାର ଏପର୍ଯ୍ୟନ୍ତ ହତାହତଙ୍କ ସଂଖ୍ୟା ବିଷୟରେ କିଛି କହି ନାହାନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ନିଜର ପରିଜନଙ୍କୁ ହରାଇଥିବା ଲୋକମାନଙ୍କୁ ସମବେଦନା ବ୍ୟକ୍ତ କରିଛନ୍ତି। […] The post ମହାକୁମ୍ଭ ଦଳାଚକଟାରେ ୧୦ରୁ ଅଧିକ ମୃତ, ଯୋଗୀଙ୍କ ମନ୍ତ୍ରୀ କହିଲେ-‘ଛୋଟ ମୋଟ ଘଟଣା…’ appeared first on Dharitri Odia News.

ମହାକୁମ୍ଭ ଦଳାଚକଟାରେ ୧୦ରୁ ଅଧିକ ମୃତ, ଯୋଗୀଙ୍କ ମନ୍ତ୍ରୀ କହିଲେ-‘ଛୋଟ ମୋଟ ଘଟଣା…’

ନୂଆଦିଲ୍ଲୀ, ୨୯।୧: ମହାକୁମ୍ଭ ସଂଘମ କ୍ଷେତ୍ରରେ ବୁଧବାର ଦଳାଚକଟା ଘଟି ୧୦ ରୁ ଅଧିକ ଲୋକେ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପବିତ୍ର ମୌନି ଅମାବାସ୍ୟା ଅବସରରେ ଏହାପରି ଲୋକେ ବୁଡ଼ ପକାଇବାକୁ ସ୍ଥାନ ଖୋଜୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଉତ୍ତର ପ୍ରଦେଶ ସରକାର ଏପର୍ଯ୍ୟନ୍ତ ହତାହତଙ୍କ ସଂଖ୍ୟା ବିଷୟରେ କିଛି କହି ନାହାନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ନିଜର ପରିଜନଙ୍କୁ ହରାଇଥିବା ଲୋକମାନଙ୍କୁ ସମବେଦନା ବ୍ୟକ୍ତ କରିଛନ୍ତି।

ଏହାରି ମଧ୍ୟରେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ବିବାଦୀୟ ଏବଂ ଅସମ୍ବେଦନଶୀଳ ବୟାନ ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ଏପରୀ ଛୋଟ ଛୋଟ ଘଟଣା ଘଟିଚାଲେ। ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ନିଷାଦ କହିଛନ୍ତି, ”ଯେଉଁଠି ଜାଗା ଅଛି ସେଠାରେ ସ୍ନାନ କରନ୍ତୁ ଶ୍ରଦ୍ଧାଳୁ। ଯେଉଁଠି ଏତେ ବଡ଼ ଭିଡ଼ ହେଉଛି, ଏତେ ବଡ଼ ଆୟୋଜନ ହେଇଥାଏ, ସେଠାରେ ଏଭଳି ଛୋଟ ଛୋଟ ଘଟଣା ହୋଇଥାଏ।”

ତେବେ ଏହି ବୟାନ ଉପେର ଆଲୋଚନା ବଢିବା ପରେ ମନ୍ତ୍ରୀ ସଫେଇ ଦେଇଛନ୍ତି। ସେ କହିଛନ୍ତି ପାଟିରୁ ଭୁଲ ବଶତଃ ଏହି କଥା ବାହାରି ଯାଇଛି। ଏହିଘଟଣାରେ ସମସ୍ତେ ଦୁଃଖିତ। ଏହାକୁ ଛୋଟ ଘଟଣା ମଣୁନାହୁଁ, ଏହା ଏକ ବଡ ଘଟଣା ଅଟେ।

ଏହି ସମୟରେ, ବିରୋଧୀ ନେତାମାନେ ଏହି ଘଟଣା ସମ୍ପର୍କରେ ୟୁପି ସରକାରଙ୍କ ବ୍ୟବସ୍ଥା ଉପରେ ଲଗାତାର ପ୍ରଶ୍ନ ଉଠାଇ ଆସୁଛନ୍ତି। ଅଖିଳେଶ ଯାଦବ ଦାବି କରିଛନ୍ତି ଯେ ଯେଉଁମାନେ ମହାକୁମ୍ଭରେ ‘ବିଶ୍ୱସ୍ତରୀୟ ବ୍ୟବସ୍ଥା’ ଦାବି କରୁଛନ୍ତି, ସେମାନେ ଦଳାଚକଟା ପାଇଁ ନୈତିକ ଦାୟିତ୍ୱ ନେବା ଉଚିତ ଏବଂ ନିଜ ପଦରୁ ଇସ୍ତଫା ଦେବା ଉଚିତ। ସେ କହିଥିଲେ, ‘ମହାକୁମ୍ଭକୁ ଆସିଥିବା ସନ୍ଥ ସମ୍ପ୍ରଦାୟ ଏବଂ ଭକ୍ତମାନଙ୍କ ବିଶ୍ୱାସକୁ ପୁନଃସ୍ଥାପିତ କରିବା ପାଇଁ, ମହାକୁମ୍ଭର ପ୍ରଶାସନ ଏବଂ ପରିଚାଳନା ତୁରନ୍ତ ଉତ୍ତର ପ୍ରଦେଶ ସରକାର ବଦଳରେ ସେନାକୁ ହସ୍ତାନ୍ତର କରିବା ଆବଶ୍ୟକ।’

The post ମହାକୁମ୍ଭ ଦଳାଚକଟାରେ ୧୦ରୁ ଅଧିକ ମୃତ, ଯୋଗୀଙ୍କ ମନ୍ତ୍ରୀ କହିଲେ-‘ଛୋଟ ମୋଟ ଘଟଣା…’ appeared first on Dharitri Odia News.